Advertisment

ଆରଜି କର୍‌ ବିକ୍ଷୋଭରେ ହଙ୍ଗାମା: ପୀଡ଼ିତାଙ୍କ ମା’ଙ୍କ ମୁଣ୍ଡରେ ଆଘାତ

ତଦନ୍ତରେ ପୀଡ଼ିତାଙ୍କ ପରିବାର ଲୋକ ଆଦୌ ସନ୍ତୁଷ୍ଟ ନୁହନ୍ତି। ସେମାନେ ନିକଟରେ ଦିଲ୍ଲୀ ଯାଇ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଡଙ୍କୁ ଭେଟିଥିଲେ। ସିବିଆଇ ତଦନ୍ତରେ ସେମାନେ ଖୁସି ନଥିବା ଜଣାଇଥିଲେ।

author-image
Hemant Lenka
RG Kar

RG Kar

କୋଲାକତା ଆରଜି କର ପୀଡ଼ିତାଙ୍କ ମା’ଙ୍କ ମୁଣ୍ଡରେ ଲାଗିଛି ଆଘାତ। ଆଜି ପଶ୍ଚିମବଙ୍ଗ ସଚିବାଳୟ ନବାନ୍ନ ଅଭିମୁଖେ ଯାଉଥିବା ଶୋଭାଯାତ୍ରା ଉପରେ ପୁଲିସ୍‌ ଲାଠି ଚାର୍ଜ କରିବାରୁ ସେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି। ନବାନ୍ନ ଶୋଭାଯାତ୍ରାକୁ ଆଜି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ପକ୍ଷରୁ ଡକାଯାଇଛି।

Advertisment

ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବର୍ଷେ ପୂରିଥିବାରୁ ନ୍ୟାୟ ପାଇଁ ଏପରି ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ପୁଲିସ୍‌ର ତାଗିଦ ଓ ସତର୍କ ସୂଚନା ସତ୍ତ୍ୱେ ବିକ୍ଷୋଭକାରୀମାନେ ସଚିବାଳୟ ଆଡ଼କୁ ଯାଇଥିଲେ। ଏହି ସମୟରେ ପୁଲିସ୍‌ ସେମାନଙ୍କୁ ଅଟକାଇବା ସହ ଲାଠି ଚାର୍ଜ କରିଛି। ଏହାକୁ ନେଇ ବେଶ ହଙ୍ଗାମା ଦେଖିବାକୁ ମିଳିଛି।

ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି ଯେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଯୋଗୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ଶଙ୍ଖାକୁ ଭାଙ୍ଗି ଯାଇଛି। ସେ କହିଛନ୍ତି, “ସେମାନେ କାହିଁକି ଆମକୁ ଅଟକାଉଛନ୍ତି? ଆମେ ସମସ୍ତେ ସଚିବାଳୟରେ ପହଞ୍ଚିବାକୁ ଚାହୁଁଛୁ ଓ ମୋ ଝିଅ ପାଇଁ ନ୍ୟାୟ ମାଗୁଛୁ।”

Advertisment

କୋର୍ଟଙ୍କ ‌ଅନୁମତି ସତ୍ତ୍ୱେ ସେମାନେ ଶୋଭାଯାତ୍ରାରେ ସାମିଲ ହେବାକୁ ଅଟକାଉଛନ୍ତି ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି। ବିକ୍ଷୋଭକୁ ପୁଲିସ ଅଟକାଉଥିବାରୁ ଏହାକୁ ନେଇ ରାଜନୀତିକ ମଧ୍ୟ ଜୋର ଧରିଛି। ବିଜେପି ନେତା ତଥା ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ବିକ୍ଷୋଭ ଶୋଭଯାତ୍ରାରେ ନିଜ ସମର୍ଥକଙ୍କ ସହ ମିଶି ସାମିଲ ହୋଇଛନ୍ତି। ସେ ବିକ୍ଷୋଭରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଗତବର୍ଷ ଆରଜି କର ହସ୍ପିଟାଲରେ ଘଟିଥିବା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା। ପୂରା ଦେଶର ଡାକ୍ତରମାନେ ଷ୍ଟ୍ରାଇକ କରିଥିଲେ। ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ୍‌ ସଞ୍ଜୟ ରୟକୁ ଗିରଫ କରିଥିବା ବେଳେ ସିବିଆଇ ଏହାର ତଦନ୍ତ କରିଥିଲା। ସିବିଆଇ ଚାର୍ଜଶିଟ ପରେ ଚଳିତ ବର୍ଷ ଜାନୁଆରୀରେ କୋର୍ଟ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

କିନ୍ତୁ ତଦନ୍ତରେ ପୀଡ଼ିତାଙ୍କ ପରିବାର ଲୋକ ଆଦୌ ସନ୍ତୁଷ୍ଟ ନୁହନ୍ତି। ସେମାନେ ନିକଟରେ ଦିଲ୍ଲୀ ଯାଇ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଡଙ୍କୁ ଭେଟିଥିଲେ। ସିବିଆଇ ତଦନ୍ତରେ ସେମାନେ ଖୁସି ନଥିବା ଜଣାଇଥିଲେ।

ଦିଲ୍ଲୀ କୋଲକାତା ଫେରିବା ପରେ ସେମାନେ ଆଜି ବିଶାଳ ନବାନ୍ନ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ବିକ୍ଷୋଭକୁ ଦେଖି ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ପୁଲିସ୍‌ ବିକ୍ଷୋଭକାରୀଙ୍କୁ ନବାନ୍ନ ଅଭିମୁଖେ ଯିବାକୁ ବାରଣ କରିଥିଲା। ତଥାପି ଏହାକୁ ବିକ୍ଷୋଭକାରୀ ଖାତିର କରି ନାହାନ୍ତି। ବିଭିନ୍ନ ସ୍ଥାନରେ ପୁଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।

ସନ୍ତ୍ରାଗାଚ୍ଛିରେ ବିକ୍ଷୋଭକାରୀ ଲୁହାର ବ୍ୟାରିକେଡ ଭାଙ୍ଗି ଆଗକୁ ଯିବାକୁ ଚାହିଁଥିଲେ। ସେମାନଙ୍କୁ ଅଟକାଇବା ପାଇଁ ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ପାର୍କ ଷ୍ଟ୍ରିଟ କ୍ରସିଂରେ ମଧ୍ୟ ବିକ୍ଷୋଭକାରୀମାନେ ବିଦ୍ୟାସାଗର ସେତୁ ଆଡ଼କୁ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଛି। ବିଜେପି ଦାବି କରିଛି ଯେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନରେ ୧୦୦ରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଏହାକୁ ନେଇ ପାର୍କ ଷ୍ଟ୍ରିଟ ନିକଟରେ ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ ବିଜେପି ନେତେମାନେ ଧାରଣା ଦେଇଛନ୍ତି।

RG Kar Medical College RG Kar Hospital RG Kar Rape Case