Advertisment

ଓ୍ୱକଫ୍ ବିଲ୍‌କୁ ନେଇ ବିଜେପି-ଟିଏମ୍‌ସି ମୁହାଁମୁହିଁ, ଭାଙ୍ଗିଲେ କାଚ ବୋତଲ

ଏଥିରେ ଟିଏମ୍‌ସି ସାଂସଦ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି।

TMC MP

TMC MP

Advertisment

ଓ୍ୱକଫ ବିଲ୍‌କୁ ନେଇ ଜେପିସି ବୈଠକରେ ହଙ୍ଗାମା। ମୁହାଁମୁହିଁ ହେଲେ ବିଜେପି ଓ ଟିଏମ୍‌ସି। ରାଗିଗଲେ ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ। ରାଗିଯାଇ ଭାଙ୍ଗି ଦେଲେ କାଚ ବୋତଲ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି।

Advertisment

ଆଜି ଓ୍ୱକଫ୍‌ ବିଲ୍‌କୁ ନେଇ ସଂସଦ ପରିସରରେ ସଂଯୁକ୍ତ ସଂସଦୀୟ କମିଟି ବୈଠକ ବସିଥିଲା। ଏଥିରେ ତୃଣମୂଳ କଂଗ୍ରେସ ନେତା କଲ୍ୟାଣ ବାନାର୍ଜୀ ଓ ବିଜେପି ସାଂସଦ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଛି। ଏଥିରେ କଲ୍ୟାଣ ବାନାର୍ଜୀ ରାଗି ଯାଇ ପାଖରେ ରଖାଯାଇଥିବା ପାଣିର କାଚ ବୋତଲକୁ ଭାଙ୍ଗି ଦେଇଛନ୍ତି। ଫଳରେ ତାଙ୍କ ହାତରେ ଆଘାତ ଲାଗିଛି। ତାଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କ ହାତରେ ୪ଟି ଷ୍ଟିଚ୍‌ ପଡିଛି।

ସୂତ୍ର ଅନୁଯାୟୀ ଏହି ବୈଠକରେ ଅନେକ ଅବସରପ୍ରାପ୍ତ ବିଚାରପତି, ଲିଗାଲ ଏକ୍ସପର୍ଟ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ସେମାନେ ନିଜ ନିଜ କଥା ରଖୁଥିଲେ। ଏହି ସମୟରେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ମଝିରୁ ଠିଆ ହୋଇ ମୋତେ କିଛି ପଚାରିବାର ଅଛି ବୋଲି କହିଥିଲେ। ଆପଣ ଅନେକ ଥର କହି ସାରିଛନ୍ତି କହି ତାଙ୍କୁ ଚେୟାରମେନ୍‌ ବାରଣ କରିଥିଲେ।

Advertisment

ସେପଟେ ଏହାକୁ ନେଇ ବିଜେପି ସାଂସଦ ଅଭିଜିତ ଗଙ୍ଗୋପାଧ୍ୟାୟ ମଧ୍ୟ ଆପତ୍ତି ଉଠାଇଥିଲେ। ଏହାକୁ ନେଇ କଲ୍ୟାଣ ବାନାର୍ଜୀ ଓ ଅଭିଜିତଙ୍କ ମଧ୍ୟରେ ତୁତୁମେଁମେଁ ଆରମ୍ଭ ହୋଇଯାଇଥିଲା। ଏହାରି ଭିତରେ ଟିଏମ୍‌ସି ସାଂସଦ ରାଗି ଯାଇ ପାଖରେ ଥିବା କାଚ ପାଣି ବୋତଲକୁ ଉଠାଇ ତଳେ କଚାଡି ଦେଇଥିଲେ। ଏଥିସହ ଚେୟାରମେନ୍‌ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ଏହି ଦୁର୍ଘଟଣାରେ ସେ ଖୋଦ୍‌ ଆହାତ ହୋଇଥିଲେ। ଏହି ଘଟଣା ପରେ କିଛି ସମୟ ପାଇଁ ବୈଠକକୁ ସ୍ଥଗିତ ରଖାଯାଇଥିଲା।

ବିରୋଧୀ ସାଂସଦ ବିଜେପି ସାଂସଦଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବିଜେପି ସାଂସଦ ତାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନେଇ ଟିଏମ୍‌ସି ଅଭିଯୋଗ କରିଛି।

Bjp TMC Chaos At Waqf Panel Meet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe