Advertisment

ମା’ ସରସ୍ୱତୀଙ୍କ ମୂର୍ତ୍ତି ଉପରକୁ ପଥର ମାଡ଼; ଦୁଇ ପକ୍ଷ ମୁହାଁମୁହିଁ, ୧୨ ଆହତ

ମା’ଙ୍କ ପ୍ରତିମୂର୍ତ୍ତି ଉପରକୁ ପଥର ମାଡ଼ ହେବା ଘଟଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ମାରପିଟ ହେବା ସହ ପଥର ମାଡ଼ ବି ହୋଇଥିଲା।

Godess Saraswati

Godess Saraswati

Advertisment

ସରସ୍ୱତି ପୂଜା ପ୍ରତିମୂର୍ତ୍ତି ବିସର୍ଜନକୁ ନେଇ ଆରମ୍ଭ ହେଲା ହଙ୍ଗାମା। ମା’ଙ୍କ ପ୍ରତିମୂର୍ତ୍ତି ଉପରକୁ ପଥର ମାଡ଼ ହେବା ଘଟଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ମାରପିଟ ହେବା ସହ ପଥର ମାଡ଼ ବି ହୋଇଥିଲା। ଏଥିରେ ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହାପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଏକ ଘଟଣା ବିହାରର ଭାଗଲପୁରର ଲୋଦିପୁର ଥାନା ଅଞ୍ଚଳରେ ଥିବା ତବଲପୁରରେ ଘଟିଛି।

Advertisment

ସରସ୍ୱତି ପୂଜା ପରେ ପ୍ରତିମୂର୍ତ୍ତି ବିସର୍ଜନ ନିମନ୍ତେ ପ୍ରୋସେସନ କରାଯାଇ ନିକଟସ୍ଥ ଗଙ୍ଗଟ ନଦୀ ତଟକୁ ନିଆଯାଇଥିଲା। ଉକ୍ତ ସମୟରେ ହଠାତ୍‌ ସେଠାରେ ସରସ୍ୱତୀଙ୍କ ପ୍ରତିମା ଉପରେ କିଛି ଜଣ ପଥର ମାଡ଼ କରିଥିଲେ। ତବଳପୁର ଗାଁର ମୁଖିଆ ଓ ତାଙ୍କର କିଛି ସମର୍ଥକ ଏପରି କାଣ୍ଡ କରିଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ସେଠାରେ ଥିବା ଦୁଇ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଥିଲା। ଧୀରେ ଧୀରେ ଉଭୟ ପକ୍ଷ ମଧ୍ୟରେ ପଥର ମାଡ଼ ହୋଇଥିଲା। ଯେଉଁଥିରେ ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ଏଥିସହ କିଛି ଉତ୍ତ୍ୟକ୍ତ ଲୋକ ଆଖପାଖ ଦୋକାନରେ ବି ଭଙ୍ଗାରୁଜା କରିଥିଲେ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଫାୟାରିଂ କରିଥିବା ଜଣାଯାଇଛି। ତେବେ ପୁଲିସ୍‌ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନି। ପୁଲିସ୍‌ ଘଟଣାର ଯାଞ୍ଚ ଆରମ୍ଭ କରି ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଏହି ହଙ୍ଗାମାରେ ଆହତ ହୋଇଥିବା ସୌରଭ କୁମାର ନାମକ ଯୁବକ କହିଛନ୍ତି, ଆମେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲୁ। ଉକ୍ତ ସମୟରେ ତବଳପୁର ଗାଁର ମୁଖିଆ ନିଜର କିଛି ସମର୍ଥକଙ୍କ ସହ ପହଞ୍ଚିଥିଲେ। ଏହାପରେ ଅଚାନକ ସେମାନେ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଓ ଆମ ଉପରେ ପଥର ମାଡ଼ ଆରମ୍ଭ କରି ଦେଇଥିଲେ।

ଖବର ପାଇ ଘଟଣାସ୍ଥଳରେ ବହୁ ଉଚ୍ଚ ପଦସ୍ଥ ପୁଲିସ୍‌ ଅଧିକାରୀ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

Bihar Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe