Advertisment

ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, ରାଜନାଥ କହିଲେ- କ୍ଷମା ମାଗନ୍ତୁ

ଲଣ୍ଡନରେ ରାହୁଲ ଭାରତକୁ ଅପମାନ କରିଥିବା ଅଭିଯୋଗ ଉଠିଛି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲଣ୍ଡନରେ ଦେଇଥିବା ବୟାନକୁ ନେଇ ସଂସଦରେ ଝଡ଼। ତାଙ୍କ ବୟାନକୁ ନେଉ ସଂସଦର ଉଭୟ ଗୃହରେ ହୋଇଛି ଜୋରଦାର ହଙ୍ଗାମା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ନେତା ଦେଇଥିବା ବୟାନକୁ ବିରୋଧ କରିବା ସହ କ୍ଷମା ଦାବି କରିଛନ୍ତି।

Advertisment

ଆଜି ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟୟ ଆରମ୍ଭ ହୋଇଛି। ତେବେ ଅଧିବେଶନ ଆରମ୍ଭ ହେବା କ୍ଷଣି ଲଣ୍ଡନରେ ଭାରତକୁ ଅପମାନିତ କରିଥିବା ସାଂସଦ ରାହୁଲ୍ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଲୋକସଭାରେ ବିଜେପି ସାଂସଦମାନେ ଦାବି କରି ହଟ୍ଟଗୋଳ କରିିଥିଲେ। 

ରାହୁଲଙ୍କ ବୟାନକୁ ନେଇ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଏ ଗୃହର ସଦସ୍ୟ ଥିବା ରାହୁଲ ଗାନ୍ଧୀ ଲଣ୍ଡନ୍‌ରେ ଭାରତକୁ ଅପମାନିତ କରିଛନ୍ତି। ଗୃହର ସମସ୍ତ ସଦସ୍ୟ ତାଙ୍କ ମନ୍ତବ୍ୟ ସବୁକୁ ନିନ୍ଦା କରିବା ଉଚିତ। ତାଙ୍କୁ ମଧ୍ୟ ଗୃହରେ କ୍ଷମା ପ୍ରାର୍ଥନା କରିବାକୁ କୁହାଯିବା ଉଚିତ ବୋଲି ସେ ଦାବି କରିଛନ୍ତି।

Advertisment

ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ‘ଯେତେବେଳେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଦେଶ ବାହାରେ ଅପମାନ କରନ୍ତି, ସେତେବେଳେ ସେ ଦେଶକୁ ଅପମାନିତ କରନ୍ତି। ଯେଉଁମାନେ ଲୋକସଭାରେ ଘଣ୍ଟା ଘଣ୍ଟା ଧରି ବିବୃତ୍ତି ଦିଅନ୍ତି ଏବଂ ବିଦେଶ ଯାଇ କୁହନ୍ତି ଯେ ଲୋକଙ୍କୁ କହିବାକୁ ଅନୁମତି ଦିଆଯାଉ ନାହିଁ, ଲୋକସଭା ବାଚସ୍ପତି ଏହା ଉପରେ ପଦକ୍ଷେପ ନେବା ଉଚିତ୍।’

ଭାରତୀୟ ଗଣତନ୍ତ୍ରର ବ୍ୟବସ୍ଥା ସବୁ ଖୁବ୍ ବିପଦଗ୍ରସ୍ତ ବୋଲି ମନ୍ତବ୍ୟ ଦେଇଥିବା ରାହୁଲ୍ ଗାନ୍ଧୀଙ୍କ କ୍ଷମାପ୍ରାର୍ଥନା ଦାବି କରି ବିଜେପି ସାଂସଦମାନ‌େ ଲୋକସଭାରେ ହଟ୍ଟଗୋଳ କରିବା ଯୋଗୁଁ ବାଚସ୍ପତି ଲୋକସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ସେହିପରି, ବିରୋଧୀ ଦଳମାନେ ଆଦାନି ଷ୍ଟକ୍ ମାମଲା କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ହଙ୍ଗାମା କରିବାରୁ ରାଜ୍ୟସଭାକୁ ମଧ୍ୟ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। 

Rajnath Singh Rahul Gandhi Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe