Advertisment

ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଉଥିଲେ, ଧରାପଡ଼ିବା ପରେ ବୋମା ମାଡ଼ କଲେ ଛାତ୍ର

ଅନେକ ଛାତ୍ର ନକଲି ବରାଯାତ୍ରୀ ସାଜି ମାଗଣା ଖାଦ୍ୟ ଖାଇବାକୁ ବିବାହ ଭୋଜି କାର୍ଯ୍ୟକ୍ରମ ଭିତରକୁ ପଶି ଆସିଥିଲେ।

ଅଦ୍ୟତନ ହୋଇଛି
Wedding Party

Wedding Party

Advertisment

ବିନା ନିମନ୍ତ୍ରଣରେ ବିବାହ ଭୋଜିରେ ପଶି ଖାଦ୍ୟ ଖାଇବାର ଟ୍ରିକ୍‌ କଲେଜ ଓ ହଷ୍ଟେଲ୍‌ ଛାତ୍ରଛାତ୍ରୀଙ୍କୁ ବେଶ୍‌ ଭଲଭାବେ ଜଣା। ଏହା ଏବେ ସାଧାରଣ କଥା ହୋଇଗଲାଣି। ହଷ୍ଟେଲ ଖାଦ୍ୟ ଖାଇ ଖାଇ ବିରକ୍ତି ହେବା ପରେ ଛାତ୍ରଛାତ୍ରୀମାନେ ପ୍ରାୟତଃ ଏଭଳି କରି ମଜା ନିଅନ୍ତି। ତେବେ ଏଭଳି କରି କେତେକ ସ୍ଥାନରେ ସେମାନେ ଧରା ମଧ୍ୟ ପଡିଯାନ୍ତି। ଏହାପରେ ସେମାନଙ୍କୁ ବିବାହ ଭୋଜିରୁ ତଡି ଦିଆଯାଏ ତ ଆଉ କେଉଁଠି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ। ନିକଟରେ ଏଭଳି ହିଁ ଏକ ଘାଟଣା ସାମ୍ନକୁ ଆସିଛି। ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଇବାକୁ ଯାଇଥିବା ଛାତ୍ରମାନେ ଧରାପଡିବା ପରେ ଜୋରଦାର ହଙ୍ଗାମା କରିଛନ୍ତି। ବରଯାତ୍ରୀଙ୍କ ଉପରେ ବୋମା ମାଡ଼ କରିବା ସହ ଗୁଳି ମଧ୍ୟ ଫୁଟାଇଛନ୍ତି।

Advertisment

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ। ଏଠାକାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ରାମାଦିନ ହଲରେ ଆୟୋଜିତ ଏକ ବିବାହ ଉତ୍ସବରେ ମାଗଣା ଖାଦ୍ୟ ଖାଇବାକୁ ଆସିଥିଲେ। ତେବେ ଖାଦ୍ୟ ଖାଇବା ବେଳେ ସେମାନେ ଧରାପଡି ଯାଇଥିଲେ। ବରଯାତ୍ରୀ ତାଙ୍କୁ ଚିହ୍ନି ନେଇଥିଲେ। ଏହାପରେ ସେମାନେ ଛାତ୍ରମାନଙ୍କୁ ପିଟିବା ଆରମ୍ଭ କରିଥିଲେ। ନିଜକୁ ରକ୍ଷାକୁ କରିବାକୁ ଯାଇ ଛାତ୍ରମାନେ ମଧ୍ୟ ବରଯାତ୍ରୀଙ୍କ ଉପରେ ବୋମା ମାଡ଼ କରିବା ସହ ଗୁଳି ମାଧ କରିଥିବା ଅଭିଯୋଗ ହୋଇଛି।

ଏହି ସୂଚନା ମିଳିବା ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଅନ୍ୟ ଛାତ୍ରମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବରଯାତ୍ରୀଙ୍କ ସହ ମାର୍‌ପିଟ୍‌ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Advertisment

ବରଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଅନେକ ଛାତ୍ର ମାଗଣା ଖାଦ୍ୟ ଖାଇବାକୁ ବିବାହ ଭୋଜି କାର୍ଯ୍ୟକ୍ରମ ଭିତରକୁ ପଶି ଆସିଥିଲେ। ଏତିକି ବେଳେ ତାଙ୍କୁ ମନା କରିବାରୁ ସେମାନେ ମାର୍‌ପିଟା କରିବା ଆରମ୍ଭ କରିଥିଲେ। ଏହା ପରେ କିଛି ଛାତ୍ର ବୋମା ମାଡ଼ କରିବା ସହ ଗୁଳି ମାଡ଼ କରିଥିଲେ।

ନର୍ଥ ଜୋନ୍‌ ଏସିପି ନେହା ତ୍ରିପାଠୀଙ୍କ କହିବା ମୁତାବକ, ଏହି ମାମଲାର ସମାଧାନ ହୋଇସାରିଛି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Lucknow University Wedding Party Students Arrived Without Invitation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe