Advertisment

ବାଜପେୟୀଙ୍କ ସ୍ମୃତିପୀଠରେ ‘ରଘୁପତି ରାଘବ’କୁ ନେଇ ବିବାଦ: ସରି କହିଲେ ସିଙ୍ଗର୍‌

କାର୍ଯ୍ୟକ୍ରମ ବେଳେ ଗାୟିକା ଦେବୀ ଷ୍ଟେଜ ଉପରେ ମହାତ୍ମା ଗାନ୍ଧିଙ୍କ ସହ ଜଡ଼ିତ ରଘୁପତି ରାଘବ ରାଜା ରାମ ଗୀତ ଗାଇବା ଆରମ୍ଭ କରିଥିଲେ। ତେବେ ଏହାକୁ ସେଠାରେ ଉପସ୍ଥିତ କିଛି ଲୋକ ବିରୋଧ କରିଥିଲେ।

author-image
Hemant Lenka
singer

singer

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପୀୟଙ୍କ ଜନ୍ମଦିନ ପାଇଁ ଗତକାଲି ପାଟନା ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ତେବେ ଏଠାରେ ଭଜନ ଗାନକୁ ନେଇ ବିବାଦ ଦେଖାଯାଇଛି। ଜଣେ ଲୋକଗୀତ ଗାୟିକା କାର୍ଯ୍ୟକ୍ରମରେ ରଘୁପତି ରାଘବ ରାଜରାମ ଭଜନ ଗାଇଛନ୍ତି।

Advertisment

କାର୍ଯ୍ୟକ୍ରମ ବେଳେ ଗାୟିକା ଦେବୀ ଷ୍ଟେଜ ଉପରେ ମହାତ୍ମା ଗାନ୍ଧିଙ୍କ ସହ ଜଡ଼ିତ ରଘୁପତି ରାଘବ ରାଜା ରାମ ଗୀତ ଗାଇବା ଆରମ୍ଭ କରିଥିଲେ। ତେବେ ଏହାକୁ ସେଠାରେ ଉପସ୍ଥିତ କିଛି ଲୋକ ବିରୋଧ କରିଥିଲେ। ବିରୋଧ ଦେଖି ଗାୟିକା ଦେବୀ ହଠାତ ଈଶ୍ୱର ଆଲ୍ଲା ତେରୋ ନାମ ବଦଳରେ ଶ୍ରୀ ରଘୁନନ୍ଦନ ଜୟ ସିୟା ରାମ, ଜାନକୀ ବଲ୍ଲଭ ସୀତା ରାମ ଆଦି କହିବା ଆରମ୍ଭ କରିଥିଲେ। କିନ୍ତୁ ଉପସ୍ଥିତ ଲୋକମାନେ ତାଙ୍କୁ ବିରୋଧ ଜାରି ରଖିଥିଲେ।

କିଛି ସମୟ ଷ୍ଟେଜ ଉପରେ ଥିବା ଦେବୀଙ୍କ କାନରେ ଜଣେ ବ୍ୟକ୍ତି କିଛି କହିଥିଲେ। ଏହାପରେ ସେ ଗୀତ ଗାଇବା ବନ୍ଦ କରିଥିଲେ ଓ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ “ଭଗବାନ ଆମ ସମସ୍ତଙ୍କର। ମୁଁ ଭଗବାନ ରାମଙ୍କ ସ୍ମୃତି ଚାରଣ କରୁଥିଲି।” ଏଥିରେ ହସ୍ତକ୍ଷେପ କରି ଜଣେ ଆୟୋଜକ ଜୟ ଶ୍ରୀରାମ ନାରା ଦେଇଥିଲେ ଓ ଗାୟିକା ଦେବୀଙ୍କ ଉଦ୍ଦେଶ୍ୟ ଠିକ ଥିଲା ବୋଲି କହିଥିଲେ।

Advertisment

ତଥାପି ଲୋକମାନେ ଦେବୀଙ୍କୁ କ୍ଷମା ମାଗିବାକୁ ଜିଦରେ ନାରା ଦେଇଥିଲେ। ଏହାଶୁଣି ସେ କହିଛନ୍ତି ଯେ “ମୁଁ ଭଗବାନ ରାମଙ୍କ ପାଇଁ ଏହି ଗୀତ ଗାଇଛି। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭାରତୀୟ ସଂସ୍କୃତିର ବିଶାଳ ହୃଦୟ। ସମସ୍ତଙ୍କୁ କେବଳ ହିନ୍ଦୁମାନେ ହିଁ ଗ୍ରହଣ କରନ୍ତି। ଆପଣମାନେ ଏହି ଗୀତରେ ଆଘାତ ପାଇବା ଉଚିତ ନୁହେଁ। ଯଦି ଆପଣମାନେ ଆଘାତ ପାଇଛନ୍ତି, ତା’ହେଲେ ମୁଁ ଆପଣମାନଙ୍କୁ ସରି କହୁଛି।”

ଲୋକଗୀତା ଗାୟିକା ଜଣଙ୍କ କହିଛନ୍ତି, ହିନ୍ଦ୍ୱବାଦୀ ଆମକୁ ଶିକ୍ଷା ଦେଇଛି ଯେ ପ୍ରତଟି ଧର୍ମ ଆମ ପରିବାର। ଆମେ ବସୁଧୈବ କୁଟୁମ୍ଭକମରେ ବିଶ୍ୱାସ କରୁ। ଜୟ ଶ୍ରୀରାମ।” ଏହାପରେ ସେ କିଛି ଗାଇ ସେଠାରୁ ଚାଲି ଯାଇଥିଲେ।

Atal Bihari Bajapayee