Advertisment

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ, ମୌଲାବୀ ମୃତ

ଏହି ବିସ୍ଫୋରଣରେ ମଦ୍ରାସାର ମୌଲାବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି।

Blast

Blast

Advertisment

ବିହାରର ସାରଣ ଜିଲ୍ଲାର ମୌତିରାଜପୁରସ୍ଥିତ ଏକ ମଦ୍ରାସାରେ ହୋଇଛି ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ମଦ୍ରାସାର ମୌଲାବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି।

Advertisment

ବିସ୍ଫୋରଣ ପଛର କାରଣ ଜଣାପଡ଼ି ନ ଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ବିସ୍ଫୋରଣ ପରେ ଘଟଣାସ୍ଥଳକୁ ଧୋଇ ଦିଆଯାଇଥିବାରୁ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।

ମୌତିରାଜପୁରସ୍ଥିତ ମଦ୍ରାସାରେ ୧୨ ଛାତ୍ର ପଢ଼ୁଥିବା ବେଳେ ବିସ୍ଫୋରଣ ପରେ ସେମାନଙ୍କ ପତ୍ତା ମିଳୁନି। ଏହି ଘଟଣାକୁ ନେଇ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ମଦ୍ରାସାରେ ହୋଇଥିବା ବିସ୍ଫୋରଣ ମାମଲାରେ ଏହା ପ୍ରମାଣିତ ହୋଇଛି ଯେ ମଦ୍ରାସା ଆତଙ୍କୀଙ୍କ ଆଡ୍ଡା ଅଟେ।

Advertisment

ମାତ୍ର AIMIM ନେତା ଅଖତରୁଲ ଇମାନ କହିଛନ୍ତି, ନିର୍ବାଚନ ସମୟରେ ମୁସଲମାନ ଓ ମଦ୍ରାସାକୁ ବଦନାମ କରିବା ପାଇଁ ଏପରି ଷଡଯନ୍ତ୍ର ରଚା ଯାଇଛି। ମଦ୍ରାସାରେ ବିସ୍ଫୋରଣ ଏକ ଭୟଙ୍କର ଷଡଯନ୍ତ୍ର ।

Bihar Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe