Advertisment

ଆଜିଠୁ ଖୋଲିବ କେଦାରନାଥ ଧାମ, ୪୦ କ୍ୱିଣ୍ଟାଲ ଫୁଲରେ ସଜା ହୋଇଛି ମନ୍ଦିର

ଆଜିଠୁ ଖୋଲିବ ଉତ୍ତରାଖଣ୍ଡର କେଦାରନାଥ ଧାମ। ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ କମ୍ପିବ ପରିବେଶ। ଏଥିଲାଗି ସରିଛି ସମସ୍ତ ପ୍ରସ୍ତୁତି।

Kedarnath Dham

Kedarnath Dham

Advertisment

ଆଜିଠୁ ଖୋଲିବ ଉତ୍ତରାଖଣ୍ଡର କେଦାରନାଥ ଧାମ। ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ କମ୍ପିବ ପରିବେଶ। ଏଥିଲାଗି ସରିଛି ସମସ୍ତ ପ୍ରସ୍ତୁତି। ମନ୍ଦିର ପରିସରକୁ ସଫା କରାଯିବା ସହ ଫୁଲରେ ସଜାଯାଇଛି।

Advertisment

ଗୌରୀକୁଣ୍ଡରୁ ବାବାଙ୍କ ଚଳନ୍ତି ପ୍ରତିମାକୁ କେଦାରନାଥ ଅଭିମୁଖେ ନିଆଯାଇଛି। ଘଣ୍ଟଘଣ୍ଟା ଧ୍ୱନି ମଧ୍ୟରେ ବାବାଙ୍କ ଚଳନ୍ତି ପ୍ରତିମାକୁ ଶ୍ରଦ୍ଧାଳୁମାନେ ସୁସଜ୍ଜିତ ବିମାନରେ କାନ୍ଧେଇ ନେଇଥିଲେ। କେଦାରନାଥଙ୍କ ଦର୍ଶନ ଲାଗି ସୋନପ୍ରୟାଗ ଏବଂ ଗୌରୀକୁଣ୍ଡ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଲାଣି।

ଆଜି କେଦାରନାଥ, ଯମୁନୋତ୍ରୀ ଓ ବଦ୍ରିନାଥ ଧାମର କବାଟ ଖୋଲିବ। ଏଥିନିମନ୍ତେ ମନ୍ଦିରକୁ ପ୍ରାୟ୪୦ କ୍ୱିଣ୍ଟାଲ ଫୁଲରେ ସଜା ଯାଇଛି। ଏହି ଫୁଲ ହେଲିକପ୍ଟର ଯୋଗେ ଉପରକୁ ନିଆଯାଇଛି। ମାତ୍ର ବଦ୍ରିନାଥ ଧାମର କବାଟ ଆସନ୍ତା ୧୨ ତାରିଖରେ ଖୋଲିବ ।

Advertisment

ଆଜି କେଦାରନାଥ ଧାମ ଖୋଲୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଗତକାଲି ସୁଦ୍ଧା ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି। ଚାରି ଧାମ ଖୋଲିବା ଅବସରରେ ରାଜ୍ୟ ସରକାର ହେଲିକପ୍ଟରରେ ଫୁଲ ବର୍ଷା କରିବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି।

ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମୀ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତ୍ରା କାମନା କରିଥିବା ବେଳେ ଏଥିନିମନ୍ତେ ଅଧିକାରୀ ସଦାସର୍ବଦା ପ୍ରଚେଷ୍ଟାରତ ଥିବା କହିଛନ୍ତି।

ପ୍ରତି ବର୍ଷ ଏହି ଚାରି ଧାମର ଦ୍ୱାର ଅକ୍ଟୋବର- ନଭେମ୍ବରରେ ବନ୍ଦ ହେଉଥିବା ବେଳେ ଏପ୍ରିଲ- ମେ’ ମାସରେ ଖୋଲା ହୋଇଥାଏ। ଏବେଠୁ ଏହା ପ୍ରାୟ ୬ ମାସ ଖୋଲା ରହିବ। ଏହି ସମୟରେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରତି ବର୍ଷ କେଦାରନାଥ ଧାମ ଆସିଥାନ୍ତି

Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe