Chartered plane crashes
ଦୁର୍ଘଟଣାଗ୍ରସ୍ତ ହେଲା ଚାଟାର୍ଡ ବିମାନ। ରାଜସ୍ଥାନର ଭରତପୁରରେ ଏକ ଚାଟାର୍ଡ ବିମାନ କ୍ରାଶ ହୋଇଛି। ଏହି ଚାଟାର୍ଡ ବିମାନଟି ଉତ୍ତରପ୍ରଦେଶର ଆଗ୍ରାରୁ ଉଡାଣ ଆରମ୍ଭ କରିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ରାଜସ୍ଥାନ ଭାତରପୁର ଜିଲ୍ଲାର ଉଚ୍ଛେନ ଅଞ୍ଚଳରେ ଚାଟାର୍ଡ ପ୍ଲେନ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଚାରିଆଡେ ଆତଙ୍କ ଖେଳିଯାଇଛି। ପୁଲିସ ପ୍ରଶାସନଙ୍କ ସମେତ ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ପ୍ଲେନ୍ଟି ଭାରତୀୟ ବାୟୁସେନାର ବୋଲି କୁହାଯାଉଛି।
ସୂଚନା ମୁତାବକ, ଏୟାରଫୋର୍ସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଏହି ଦୁର୍ଘଟଣାରେ କେତେ ଜଣ ମୃତାହତ ହୋଇଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦୁର୍ଘଟଣାଗ୍ରସ୍ତ ବିମାନ ଅଂଶବିଶେଷଗୁଡିକ ଜଳୁଥିବା ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1674888471.jpg)