Advertisment

ଆଖିବୁଜିଲା ଚିତା ‘ଶାଶା’

ଗତବର୍ଷ ଆଫ୍ରିକା ମହାଦେଶର ନାମ୍ବିବ୍ୟାରୁ ଆସିଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତାର ମୃତ୍ୟୁ ହୋଇଛି।

author-image
Madhupriya Mistry
Cheetah Sasha Unwell

Cheetah Sasha Unwell

କୁନୋ ନ୍ୟାସନାଳ ପାର୍କରେ କମିଲା ଚିତା ସଂଖ୍ୟା। ଆଖିବୁଜିଲା ମାଈ ଚିତା ଶାଶା। ଗତବର୍ଷ ଆଫ୍ରିକା ମହାଦେଶର ନାମ୍ବିବ୍ୟାରୁ ଆସିଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତାର ମୃତ୍ୟୁ ହୋଇଛି। କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିବା ଏହି ୮ ଚିତା ମଧ୍ୟରୁ ମାଈ ଚିତା ଶାଶାର ମୃତ୍ୟୁ ହୋଇଥିବା ଜଣାପଡିଛି। 

Advertisment

ସୂଚନା ମୁତାବକ, ଗତ ଜାନୁଆରୀ ୨୩ ତାରିଖରୁ ସେ ଅସୁସ୍ଥ ଥିଲା। କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲା ଶାଶା। ଏଥିଯୋଗୁଁ ସୋମବାର ତା’ର ମୃତ୍ୟୁ ହୋଇଥିବା କୁହାଯାଉଛି।

କିଛି ମାସ ପୂର୍ବେ ଶାଶା ବାନ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ତା’ର ଦେଖାରଖା କରାଯାଉଥିଲା। ତାକୁ ଚିକିତ୍ସା ପାଇଁ କ୍ୱାରେଣ୍ଟିନ୍ ଏନକ୍ଲୋଜରକୁ ପଠାଯାଇଥିଲା। ଚିକିତ୍ସା ପାଇଁ ମଧ୍ୟପ୍ରଦେଶ ସରକାର ଏକ ଏମରଜେନ୍ସି ମେଡିକାଲ ଟିମ୍ ପଠାଇଥିଲେ। ବନ ବିହାର ଜାତୀୟ ଉଦ୍ୟାନର ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ଅତୁଲ ଗୁପ୍ତାଙ୍କ ନେତୃତ୍ୱରେ ଚିକିତ୍ସା କରାଯାଉଥିଲା।

Advertisment

ତେବେ ଚିକିତ୍ସା ବେଳେ ତା’ କିଡ୍‌ନୀ ସଠିକ୍ ରୂପେ କାମ କରୁନଥିବା ଜଣାପଡିଥିଲା। ତା’ର ଚିକିତ୍ସା ପାଇଁ ନାମ୍ବିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ବିଶେଷଜ୍ଞଙ୍କ ଏକ ଟିମ୍ ମଧ୍ୟ ଡକାଯାଇଥିଲା। ପ୍ରଥମେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସୁଥିଲେ ମଧ୍ୟ ପରେ ବିଗିଡ଼ି ଯାଇଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ମଧ୍ୟ ଶାଶାକୁ ବଞ୍ଚାଯାଇ ପାରିନାହାନ୍ତି।

Kuno National Park Cheetah