Advertisment

ନାମିବିଆରୁ ଭାରତକୁ ଆସିଥିବା ଗୋଟିଏ ଚିତା ମା’ ହେଲା, ଜନ୍ମ ଦେଲା ୪ ଶାବକ

କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଆଜି ଏହି ସୂଚନା ଦେଇଛନ୍ତି।

Cheetah

Cheetah

Advertisment

ନାମିବିଆରୁ ଭାରତକୁ ଆସିଥିବା ୮ ଚିତା ମଧ୍ୟରୁ ଗୋଟିଏରେ ମୃତ୍ୟୁ ଘଟିଥିଲା। ଆଉ ୭ଟି ଚିତାରୁ ଗୋଟିଏ ଚିତା ୪ଟି ଶାବକକୁ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଆଜି ଏହି ସୂଚନା ଦେଇଛନ୍ତି। ସେ ଏହାକୁ 'ଅମୃତ କାଳ' ସମୟରେ ଭାରତର ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏକ ମହତ୍ୱପୂର୍ଣ୍ଣ ଘଟଣା ବୋଲି କହିଛନ୍ତି।

Advertisment

ସେ ଟ୍ୱିଟ୍ କରି କହିଛନ୍ତି ଯେ, ଗତ ସେପ୍ଟେମ୍ବର ୧୭ରେ ଭାରତକୁ ଆସିଥିବା ଚିତା ମଦ୍ୟରୁ ଗୋଟିଏ ମା ହୋଇଛି। ସେ ୪ଟିଛୁଆ ଜନ୍ମ ଦେଇଥିବାରୁ ମୁଁ ଆନନ୍ଦିତ ବୋଲି ସେ କହିଛନ୍ତି। ସେ ନିଜ ଟ୍ୱିଟରେ ଫଟୋ ମଧ୍ୟ ସେୟାର କରିଛନ୍ତି। ତେ‌ବେ ମାର୍ଚ୍ଚ ୨୭ରେ ଶାଶା ନାମକ ଚିତା କିଡନୀ ସଂକ୍ରମଣ ପାଇଁ ମୃତ୍ୟୁବରଣ କରିବା ପରେ ଏହା ସରକାରଙ୍କ ଚିନ୍ତା ବଢ଼ାଇଥିଲା। ହେଲେ ଏବେ ସିୟାୟା ୪ଛୁଆଙ୍କୁ ଜନ୍ମ ଦେବାରୁ ଦେଶରେ ଖୁସିର ଲହରୀ ଖେଳିଯାଇଛି।

ଗତ ବର୍ଷ ସେପ୍ଟେମ୍ବର ୧୭ ରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜନ୍ମଦିନରେ ନାମିବିଆରୁ ଭାରତକୁ ଅଣାଯାଇଥିବା ୮ ଟି ଚିତାକୁ କୁନୋ ଜାତୀୟ ଉଦ୍ୟାନର ଛାଡ଼ିଥିଲେ । ୧୯୫୨ମସିହାରୁ ଚିତାକୁ ବିଲୁପ୍ତ ଘୋଷଣା କରାଯାଇଥିବା ବେଳେ ୨୦୨୨ରେ ଭାରତ ସରକାର ଆଫ୍ରିକୀୟ ଦେଶ ନାମ୍ବିଆରୁ ୮ଟି ଚିତା ଆଣିବାକୁ ଯୋଜନା କରିଥିଲେ। ଶେ‌ଷରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୮ଟି ଚିତା ଭାରତ ଆସିଥିଲେ। ୮ଜଣକ ମଧ୍ୟରେ ଜଣକର ମୃତ୍ୟୁ ହୋଇସାରିଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe