Advertisment

ମହିଳାଙ୍କ ସୁରକ୍ଷା: ଦୋଷୀଙ୍କୁ ନପୁଂସକ କରିବାକୁ ସୁପ୍ରିମକୋର୍ଟରେ ଯୁକ୍ତି

ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଗାଇଡଲାଇନ ଆଣିବା ଦାବିରେ ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟକୁ ନୋଟିସ କରିଛନ୍ତି।

ଅଦ୍ୟତନ ହୋଇଛି
SC

SC

Advertisment

ଦେଶରେ ମହିଳା, ଛୋଟ ପିଲା ଓ ତୃତୀୟ ଲିଙ୍ଗଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ଗାଇଡଲାଇନ ଆଣିବାକୁ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟର ମହିଳା ଓକିଲ ଆସୋସିଏସନ ପକ୍ଷରୁ ହୋଇଥିବା ଏପରି ଆବେଦନର ଶୁଣାଣି ବେଳେ ରାସାୟନିକ ପ୍ରକ୍ରିୟାରେ ପୁରୁଷଙ୍କୁ ନପୁଂସକ କରିବାକୁ ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଇଛି।

Advertisment

ତେବେ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଗାଇଡଲାଇନ ଆଣିବା ଦାବିରେ ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟକୁ ନୋଟିସ କରିଛନ୍ତି। ଏଥିସହ ଏହାର ଶୁଣାଣି ଜାନୁଆରୀ ମାସରେ ହେବ ବୋଲି କହିଛନ୍ତି।

୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡର ୧୨ ବର୍ଷ ପୂର୍ତ୍ତି ଅବସରରେ ସୁପ୍ରିମକୋର୍ଟର ମହିଳା ଓକିଲ ଆସୋସିଏସନ ପକ୍ଷରୁ ଏପରି ଆବେଦନ କରାଯାଇଥିଲା। ଉକ୍ତ ଘଟଣା ସହ ନିକଟରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ବିଭିନ୍ନ ସ୍ଥାନରେ ଘଟୁଥିବା ଯୌନ ଉତ୍ପୀଡ଼ନ କଥା ମଧ୍ୟ ଆବେଦନର ଦର୍ଶାଯାଇଛି।

Advertisment

ଶୁଣାଣି ବେଳେ ଆଇନଜୀବୀ ମହାଲକ୍ଷ୍ମୀ ପାୱାନି ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ମହିଳା ବିରୋଧୀ ଅପରାଧ ଯାହା ରେକର୍ଡ ହେଉଛି, ସେସବୁ ସେତିକିରେ ସୀମିତ ନୁହେଁ। ଅନେକ ଭୟଙ୍କର ଯୌନ ଉତ୍ପୀଡ଼ନ ମାମଲାର ରିପୋର୍ଟ ମଧ୍ୟ ହେଉନାହିଁ।

ଅଗଷ୍ଟ ମାସରେ ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଆହୁରି ୯୫ଟି ଯୌନ ହିଂସା ମାମଲା ଘଟିଛି। କିନ୍ତୁ ଏହାକୁ ଅତି ମାତ୍ରାରେ ରିପୋର୍ଟ କରାଯାଇ ନାହିଁ।

ସେକ୍ସ ଅପରାଧକୁ ରୋକିବା ପାଇଁ ସେ ଏହି ସମୟରେ ଗୋଟିଏ ବିବାଦୀୟ ପ୍ରସ୍ତାବ ଦେଇଥିଲେ। ଯୌନ କେଳେଙ୍କାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଥିବା ଲୋକଙ୍କ ଲିଙ୍ଗକୁ ରାସାୟନିକ ପ୍ରକ୍ରିୟା ଦ୍ୱାରା ନଷ୍ଟ ବା ଚ୍ଛେଦନ କରିବାକୁ ଅର୍ଥାତ ସେମାନଙ୍କୁ ନପୁଂସକ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏପରି ଦଣ୍ଡବିଧାନ ବ୍ୟବସ୍ଥା ଅନ୍ୟ କିଛି ଦେଶରେ ମଧ୍ୟ ରହିଥିବା ମହାଲକ୍ଷ୍ମୀ ଖଣ୍ଡପୀଠଙ୍କୁ ଜଣାଇଥିଲେ।

ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏପରି ଦଣ୍ଡବିଧାନ ବ୍ୟବସ୍ଥା ଅତ୍ୟନ୍ତ ବର୍ବର ଓ ନିଷ୍ଠୁର ବୋଲି ଖଣ୍ଡପୀଠ କହିଛନ୍ତି। କିନ୍ତୁ ଏୟାରଲାଇନ୍ସ ସମେତ ସାଧାରଣ ପରିବହନ ବ୍ୟବସ୍ଥାରେ ମହିଳା ଓ ଛୋଟ ପିଲାଙ୍କ ସୁରକ୍ଷା ପାଇଁ ଆସିଥିବା କିଛି ପ୍ରସ୍ତାବ ବିଚାରଯୋଗ୍ୟ ବୋଲି ଖଣ୍ଡପୀଠ ମତ ରଖିଛନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ସାଧାରଣ ପରିବହନ ବ୍ୟବସ୍ଥାଗୁଡ଼ିକରେ ଉପଯୁକ୍ତ ସାମାଜିକ ବ୍ୟବହାର ଶିଖାଇବା ସହ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାର ଆବଶ୍ୟକତା ରହିଛି। କିଛି ଅପ୍ରୀତିକର ଘଟଣା ଏୟାରଲାଇନ୍ସରେ ମଧ୍ୟ ଘଟିବାର ନଜିର ରହିଛି। ଏଗୁଡ଼ିକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ ହୋଇଛି।

ଦୋଷୀଙ୍କ ବିରୋଧରେ ଦଣ୍ଡ ବିଧାନ କରିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହାର କାର୍ଯ୍ୟକାରୀତା ଠିକ ଭାବେ ନ ହୋଇପାରିବା ଗୋଟିଏ ବଡ଼ ସମସ୍ୟା। ଏଗୁଡ଼ିକ ଲାଗୁ ନ ହୋଇପାରିବାର କାରଣ କ’ଣ ସେକଥା କୋର୍ଟ ଜାଣିବାରକୁ ଚାହୁଁଛନ୍ତି। ଏଥିପାଇଁ ଆଟର୍ଣ୍ଣି ଜେନେରାଲଙ୍କ ମାଧ୍ୟମରେ କୋର୍ଟ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ ଓ ବିଭାଗକୁ ନୋଟିସ କରୁଛନ୍ତି।

Supreme Court Chemical Castration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe