ରାତି ଅଧରେ ଟ୍ୟାକ୍ସି ଡ୍ରାଇଭରଙ୍କ ଆକାଉଣ୍ଟରେ ଡିପୋଜିଟ୍ ହୋଇଗଲା ୯ ହଜାର କୋଟି। ହଠାତ୍ ଟ୍ୟାକ୍ସି ଡ୍ରାଇଭରଙ୍କୁ କୋଟିପତି ବନାଇଦେଲା ଏକ ବ୍ୟାଙ୍କ୍। ମାତ୍ର ଏ ସୌଭାଗ୍ୟ କେବଳ ୩୦ ମିନିଟ୍ ପାଇଁ ରହିଥିଲା। ପୂରା ଘଟଣା କଣ ଥିଲା, ଜାଣନ୍ତୁ...
ରାଜକୁମାର କହିଛନ୍ତି ଯେ, ଏତେ ଶୂନ ଥିଲା ଯେ ପ୍ରକୃତରେ କେତେ ଟଙ୍କା ଜମା ହୋଇଥିଲା ଜାଣିପାରି ନଥିଲି। ସେତେବେଳେ ମୋ ଆକାଉଣ୍ଟରେ ମାତ୍ର ୧୦୫ ଟଙ୍କା ଥିଲା। ପ୍ରାରମ୍ଭରେ, ଏହା ଏକ ସ୍ପାମ୍ ମେସେଜ୍ ବୋଲି ଭାବିଥିଲି। ନହେଲେ କେହି ଜାଣି ଶୁଣି ଏପରି କରୁଥିବା ଭଳି ଲାଗୁଥିଲା। କିନ୍ତୁ ଇନବକ୍ସ ଚେକ୍ କରିବା ପରେ ଡଣାପଡ଼ିଥିଲା ଯେ ପ୍ରକୃତରେ ଟଙ୍କା ଆକାଉଣ୍ଟରେ ଡିପୋଜିଟ ହୋଇଛି। ସଙ୍ଗେ ସଙ୍ଗେ ୨୧ ହଜାର ଟଙ୍କା ସାଙ୍ଗକୁ ଟ୍ରାନ୍ସଫର୍ କରି ଦେଇଥିବା କହିଛନ୍ତି ରାଜକୁମାର।
ଏହାର କିଛି ମିନିଟ୍ ପରେ, ବାଲାନ୍ସ ରାଶି ବ୍ୟାଙ୍କ ପକ୍ଷରୁ ଡେବିଟ୍ ହୋଇଥିଲା। ପରଦିନ ସକାଳେ, ଟିଏମବି ଅଧିକାରୀମାନେ ତାଙ୍କ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କର ଜଣେ ଅଧିକାରୀ ତାଙ୍କ ବିରୁଦ୍ଧରେ ପୁଲିସରେ ଅଭିଯୋଗ କରିବା ନେଇ ଧମକ ଦେଇଥିଲେ। ଏହାପରେ ଜଣେ ଓକିଲଙ୍କ ସହାୟତାରେ ବ୍ୟାଙ୍କର ଏକ ଶାଖାରେ ପହଞ୍ଚିଥିଲେ।
ଏନେଇ ବୁଝାମଣା ହେବା ପରେ ୨୧ ହଜାର ଟଙ୍କା ଫେରସ୍ତ ନ କରିବାକୁ କହିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ଏଥିସହ ତାଙ୍କୁ ଏକ କାର୍ ଲୋନ୍ କରିବାକୁ ଅଫରେ ଦେଇଥିବା ରାଜକୁମାର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।