Advertisment

ରାତି ଅଧରେ ୯୦୦୦ କୋଟି ଟଙ୍କାର ମାଲିକ ହୋଇଗଲେ ଟ୍ୟାକ୍ସି ଡ୍ରାଇଭର, ମାତ୍ର ଅଧ ଘଣ୍ଟା ପାଇଁ!

ହଠାତ୍ ଟ୍ୟାକ୍ସି ଡ୍ରାଇଭରଙ୍କୁ କୋଟିପତି ବନାଇଦେଲା ଏକ ବ୍ୟାଙ୍କ୍। ମାତ୍ର ଏ ସୌଭାଗ୍ୟ କେବଳ ୩୦ ମିନିଟ୍ ପାଇଁ ରହିଥିଲା।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ରାତି ଅଧରେ ଟ୍ୟାକ୍ସି ଡ୍ରାଇଭରଙ୍କ ଆକାଉଣ୍ଟରେ ଡିପୋଜିଟ୍ ହୋଇଗଲା ୯ ହଜାର କୋଟି। ହଠାତ୍ ଟ୍ୟାକ୍ସି ଡ୍ରାଇଭରଙ୍କୁ କୋଟିପତି ବନାଇଦେଲା ଏକ ବ୍ୟାଙ୍କ୍। ମାତ୍ର ଏ ସୌଭାଗ୍ୟ କେବଳ ୩୦ ମିନିଟ୍ ପାଇଁ ରହିଥିଲା। ପୂରା ଘଟଣା କଣ ଥିଲା, ଜାଣନ୍ତୁ...  

Advertisment

ଚେନ୍ନାଇର ପାଲାନି ନିକଟସ୍ଥ ନିକ୍କାରପାଟ୍ଟି ଗାଁର ମୂଳ ବାସିନ୍ଦା ରାଜକୁମାର ତାଙ୍କ କ୍ୟାବ ଡ୍ରାଇଭର ସାଙ୍ଗମାନଙ୍କ ସହିତ କୋଦମ୍ବକ୍କମରେ ଭଡ଼ା ନେଇ ରହୁଥିଲେ। ସେପ୍ଟେମ୍ୱର ୯ ତାରିଖ ରାତିରେ ଶୋଇଥିବା ସମୟରେ ପ୍ରାୟ ୩ଟା ବେଳେ ତାଙ୍କ ନମ୍ବରକୁ ଏକ ମେସେଜ୍ ଆସିଥିଲା। ତାମିଲନାଡ଼ୁ ମର୍କାଣ୍ଟାଇଲ ବ୍ୟାଙ୍କ(ଟିଏମବି)ରୁ ଏହି ମେସେଜ୍ ଆସିଥିଲା। ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ନେଇ ଏହି ମେସେଜ୍ ଆସିଥିଲା।

ରାଜକୁମାର କହିଛନ୍ତି ଯେ, ଏତେ ଶୂନ ଥିଲା ଯେ ପ୍ରକୃତରେ କେତେ ଟଙ୍କା ଜମା ହୋଇଥିଲା ଜାଣିପାରି ନଥିଲି। ସେତେବେଳେ ମୋ ଆକାଉଣ୍ଟରେ ମାତ୍ର ୧୦୫ ଟଙ୍କା ଥିଲା। ପ୍ରାରମ୍ଭରେ, ଏହା ଏକ ସ୍ପାମ୍ ମେସେଜ୍ ବୋଲି ଭାବିଥିଲି। ନହେଲେ କେହି ଜାଣି ଶୁଣି ଏପରି କରୁଥିବା ଭଳି ଲାଗୁଥିଲା। କିନ୍ତୁ ଇନବକ୍ସ ଚେକ୍ କରିବା ପରେ ଡଣାପଡ଼ିଥିଲା ଯେ ପ୍ରକୃତରେ ଟଙ୍କା ଆକାଉଣ୍ଟରେ ଡିପୋଜିଟ ହୋଇଛି। ସଙ୍ଗେ ସଙ୍ଗେ ୨୧ ହଜାର ଟଙ୍କା ସାଙ୍ଗକୁ ଟ୍ରାନ୍ସଫର୍ କରି ଦେଇଥିବା କହିଛନ୍ତି ରାଜକୁମାର।

Advertisment

ଏହାର କିଛି ମିନିଟ୍ ପରେ, ବାଲାନ୍ସ ରାଶି ବ୍ୟାଙ୍କ ପକ୍ଷରୁ ଡେବିଟ୍ ହୋଇଥିଲା। ପରଦିନ ସକାଳେ, ଟିଏମବି ଅଧିକାରୀମାନେ ତାଙ୍କ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କର ଜଣେ ଅଧିକାରୀ ତାଙ୍କ ବିରୁଦ୍ଧରେ ପୁଲିସରେ ଅଭିଯୋଗ କରିବା ନେଇ ଧମକ ଦେଇଥିଲେ। ଏହାପରେ ଜଣେ ଓକିଲଙ୍କ ସହାୟତାରେ ବ୍ୟାଙ୍କର ଏକ ଶାଖାରେ ପହଞ୍ଚିଥିଲେ।

 ଏନେଇ ବୁଝାମଣା ହେବା ପରେ ୨୧ ହଜାର ଟଙ୍କା ଫେରସ୍ତ ନ କରିବାକୁ କହିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ଏଥିସହ ତାଙ୍କୁ ଏକ କାର୍ ଲୋନ୍ କରିବାକୁ ଅଫରେ ଦେଇଥିବା ରାଜକୁମାର କହିଛନ୍ତି। 

Bank Bank Transaction Chennai Cabbie Gets Crore Of Money
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe