Advertisment

ମାଲିକଙ୍କ ମହାନତା; କର୍ମଚାରୀଙ୍କୁ ଦେଲେ କାର୍ ଓ ବାଇକ୍ ଉପହାର

ଶତାଧିକ କର୍ମଚାରୀଙ୍କୁ ଦିଆଯାଇଛି ଦାମୀ ଦାମୀ କମ୍ପାନୀର କାର୍ ଏବଂ ବାଇକ୍।

author-image
Debibandita Barick
ଅଦ୍ୟତନ ହୋଇଛି
Scooters & Cars

Scooters & Cars

ଦୁର୍ଗାପୂଜା ଏବଂ ଦୀପାବଳି ଆସିଲେ ସରକାରୀ ହୁଅନ୍ତୁ ଅବା ବେସରକାରୀ କର୍ମଚାରୀଙ୍କ ମନରେ ଏକ ପ୍ରକାର ଖୁସି ଥାଏ। କାରଣ ଅଫିସରୁ ବୋନସ୍ କିମ୍ବା କିଛି ଗିଫ୍ଟ ମିଳିବ। ବୋନସର ଏହି ଖୁସି ମଧ୍ୟରେ ଚେନ୍ନାଇର ଏକ କମ୍ପାନୀ ସମସ୍ତଙ୍କୁ ଚକିତ କରିଦେଇଛି। କାରଣ କମ୍ପାନୀ ତାର କର୍ମଚାରୀଙ୍କୁ ଦେଇଛି କାର୍ ଓ ବାଇକ୍ ଉପହାର ଦେଇଛି।

Advertisment

ଜଣେ ନୁହଁ କି ଦୁଇ ଜଣ, 104 ଜଣ କର୍ମଚାରୀଙ୍କୁ ଗାଡ଼଼ି ଗିଫ୍ଟ କରିଛି କମ୍ପାନୀ। ଅୟୁଦ୍ଧ ପୂଜା ଉପଲକ୍ଷେ ଚେନ୍ନାଇର ଏକ ଷ୍ଟ୍ରକ୍ଚର ଡିଜାଇନ କମ୍ପାନୀ କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଇଛି। ଦକ୍ଷିଣ-ଭାରତରେ ଅୟୁଦ୍ଧ ପୂଜା ଏକ ପ୍ରସିଦ୍ଧ ପର୍ବ। ନବରାତ୍ର ଅବସରରେ ଏହି ପର୍ବ ପାଳନ କରାଯାଏ।   

କମ୍ପାନୀର ମାଲିକ ଶ୍ରୀଧର କନ୍ନନ ଅଫିସରେ ଅୟୁଦ୍ଧ ପୂଜା ପାଳନ ପାଇଁ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମକୁ କର୍ମଚାରୀ ଏବଂ ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ଏହି ସମୟରେ କର୍ମଚାରୀଙ୍କୁ ଏପରି ସୁନ୍ଦର ଉପହାର ପ୍ରଦାନ କରିଛନ୍ତି।

Advertisment

କମ୍ପାନୀ ମାଲିକ କନ୍ନନଙ୍କ କହିବାନୁସାରେ, କମ୍ପାନୀ 2005ରେ ମାତ୍ର ଚାରିଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ବର୍ତ୍ତମାନ 180 ଜଣ କାମ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା 30 ଜଣ କର୍ମଚାରୀଙ୍କୁ କାର୍ ଏବଂ 74 ଜଣଙ୍କୁ ସ୍କୁଟି ଦିଆଯାଇଛି। ଅନ୍ୟମାନଙ୍କୁ ଆଗାମୀ ଦିନରେ ଗିଫ୍ଟ ଦିଆଯିବ। 

କମ୍ପାନୀ ମାଲିକ କହିଛନ୍ତି, ଯେଉଁମାନେ କମ୍ପାନୀରେ 9 ବର୍ଷରୁ ଅଧିକ ଦିନ ହେବ କାମ କରି ଆସୁଛନ୍ତି ସେମାନଙ୍କୁ କାର୍ ଗିଫ୍ଟ କରାଯାଇଛି। ସେହିପରି ଯେଉଁମାନେ ସାତ ବର୍ଷ ହେଲା କାମ କରୁଛନ୍ତି ସେମାନଙ୍କୁ ବାଇକ୍ ଦିଆଯାଇଛି। ଆମ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଜୀବନଶୈଳୀ ଅତ୍ୟନ୍ତ ସାଧାରଣ। ତେଣୁ ସେମାନଙ୍କୁ ଏକ ଉନ୍ନତ ଜୀବନଶୈଳୀ ଦେବା ଉଦ୍ଦେଶ୍ୟରେ ଆମେ କାର୍ ଏବଂ ବାଇକ୍ ଗିଫ୍ଟ କରିବାକୁ ସ୍ଥିର କରିଥିଲୁ। କାହିଁକିନା ସେମାନେ କମ୍ପାନୀ ଏବଂ ମୋ ଉପରେ ସର୍ବଦା ବିଶ୍ୱାସ କରି ଆସିଛନ୍ତି।

ସେ ଆହୁରି କହିଛନ୍ତି ଯେ, କମ୍ପାନୀ ମଧ୍ୟ ବିବାହ ସମୟରେ କର୍ମଚାରୀଙ୍କୁ ଆର୍ଥିକ ସହାୟତା କରିଥାଏ। ବିବାହ ସମୟରେ ପୂର୍ବରୁ କର୍ମଚାରୀଙ୍କୁ 50 ହଜାର ଟଙ୍କା ଦିଆ ଯାଉଥିଲା। ଚଳିତ ବର୍ଷଠାରୁ 1 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। 

ସୂଚନା ଅନୁସାରେ, କମ୍ପାନୀ ମୋଟ 3.5 କୋଟି ଟଙ୍କା ମୂଲ୍ୟର କାର ଏବଂ ବାଇକ୍ ଦେଇଛି। ଏହି ଫାର୍ମର ଡିଟେଲିଂ ସଲ୍ୟୁସନ୍ସ ଟିମରେ କାମ କରୁଥିବା ପ୍ରାୟ 30 ଜଣ କର୍ମଚାରୀଙ୍କୁ ଇନୋଭା, ଏକ୍ସଟର, କ୍ରେଟା, i20, ମର୍ସିଡିଜ୍ ବେଞ୍ଜ୍, ବ୍ରେଜା ଏବଂ ଏର୍ଟିଗା ଭଳି କାର ଉପହାର ଦିଆଯାଇଛି।

Diwali Gift Firm Gifts Car Car Gift