Advertisment

ଫୁଡ କୋର୍ଟରେ ରକ୍ତାକ୍ତ ସଂଘର୍ଷ, ଷ୍ଟଲ୍‌ କର୍ମଚାରୀ ଗୁରୁତର

ଚେନ୍ନାଇର ଅନ୍ନା ନଗର କୋରାରେ ଏବେ ଫୁଡ ମେଳା ଚାଲିଛି। ଏହି ଅବସରରେ ଉକ୍ତ ଫୁଡ କୋର୍ଟରେ ବହୁ ଷ୍ଟଲ୍‌ ପଡ଼ିଥିବା ବେଳେ ପ୍ରବଳ ଲୋକଙ୍କ ଭିଡ଼ ଜମିଛି।

Attack

Attack

Advertisment

ଫୁଡ କୋର୍ଟରେ ହେଲା ରକ୍ତାକ୍ତ ସଂଘର୍ଷ। ଏକ ଷ୍ଟଲ୍‌ର କର୍ମଚାରୀଙ୍କ ଉପରକୁ ମିଳିତ ଭାବେ ମରଣାନ୍ତକ ଆକ୍ରମଣ କଲେ ଅନ୍ୟ ଏକ ଷ୍ଟଲର କର୍ମଚାରୀ। ଏଥିରେ କର୍ମଚାରୀଜଣକ ରକ୍ତାକ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଏପରି ଏକ ଘଟଣା ଚେନ୍ନାଇରେ ଘଟିଛି।

Advertisment

ଚେନ୍ନାଇର ଅନ୍ନା ନଗର କୋରାରେ ଏବେ ଫୁଡ ମେଳା ଚାଲିଛି। ଏହି ଅବସରରେ ଉକ୍ତ ଫୁଡ କୋର୍ଟରେ ବହୁ ଷ୍ଟଲ୍‌ ପଡ଼ିଥିବା ବେଳେ ପ୍ରବଳ ଲୋକଙ୍କ ଭିଡ଼ ଜମିଛି। ଆକ୍ରମଣର ଶିକାର ହୋଇଥିବା ଯୁବକଜଣକ ହେଲେ ୩୫ ବର୍ଷୀୟ ଗଣେଶ।

ଗଣେଶ ଉକ୍ତ ଫୁଡ କୋର୍ଟରେ ରୋଜ ମିଲ୍କ ଷ୍ଟଲରେ କର୍ମଚାରୀ ଭାବେ କାମ କରୁଥିଲେ। ଘଟଣା ଦିନ ରାତି ପ୍ରାୟ ୧୦ଟା ପରେ ଜେଟସନ୍‌ ନାମକ ଯୁବକ ପ୍ରଥମେ ଗଣେଶଙ୍କ କ୍ୟାବିନରେ ପହଞ୍ଚିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ଲାଗିଥିବା ବେଳେ ଜେଟସନ ପ୍ରଥମେ ଗଣେଶଙ୍କୁ ଆକ୍ରମଣ କରିଥିଲେ।

Advertisment

କିଛି ସମୟ ମଧ୍ୟରେ ଆଉ କିଛି ଯୁବକ ସେଠାରେ ପହଞ୍ଚିଥିଲେ। ଏହାପରେ ସମସ୍ତେ ମିଳିତ ଭାବେ ଗଣେଶଙ୍କୁ ଆକ୍ରମଣ କରିଥିଲେ। ଗଣେଶଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ପଳାଇଥିଲେ।

ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟମାନେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଏନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe