Advertisment

କୁକୁର ଭଳି ଭୋ ଭୋ ଭୁକି ପ୍ରତିବାଦ କଲେ ଲୋକେ

ବର୍ତ୍ତମାନ ଡାକ୍ତରଖାନାରେ ସମ୍ପୃକ୍ତ ସ୍କୁଲ ଛାତ୍ରର ଚିକିତ୍ସା ଚାଲିଛି।

ଅଦ୍ୟତନ ହୋଇଛି
 barking’ protest

barking’ protest

Advertisment

ଉତ୍ପାତର ଚରମ ସୀମାରେ ବୁଲା କକୁରଙ୍କ ଆତଙ୍କ। ସେମାନଙ୍କ ଦୌରାତ୍ମ୍ୟରେ ଲୋକେ ଅତିଷ୍ଟ। ତେବେ ଏହି ବୁଲା କୁକୁରଙ୍କୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଲୋକେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛି। କୁକୁର ଭଳି ଭୋକି ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଚେନ୍ନାଇର ଚୋରମେପେଟ ଏରିଆରେ ଲୋକେ କୁକୁର ଭଳି ଭୁକି ବୁଲା କୁକୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିକ୍ଷୋଭ କରିଛନ୍ତି। ଉକ୍ତ ଏରିଆରେ ଜଣେ ସ୍କୁଲ ଛାତ୍ର କୁକୁର ଆକ୍ରମଣରେ ଶିକାର ହେବା ପରେ ସ୍ଥାନୀୟ ଳୋକେ ରାସ୍ତାରକୁ ଓହ୍ଲାଇଛନ୍ତି। ସୁବାଶନଗର ଇଲାକାରେ ଜଣେ ସ୍କୁଲ ଛାତ୍ର କୁକୁର କାମୁଡ଼ାରେ ଶିକାର ହୋଇଥିଲା। କେବଳ ସ୍କୁଲ ଛାତ୍ର ନୁହେଁ ଆଗରୁ ଏମିତି ବୁଲା କୁକୁର ଗୁଡ଼ିକ ଅନେକ ଉତ୍ପାତ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ତମ୍ବରମ କର୍ପୋରେଶନ ଅଫିସରେ ଅଭିଯୋଗ ମଧ୍ୟ କରିଛନ୍ତି।

Advertisment

କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଶେଷରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପଟେ ବର୍ତ୍ତମାନ ଡାକ୍ତରଖାନାରେ ସମ୍ପୃକ୍ତ ସ୍କୁଲ ଛାତ୍ରର ଚିକିତ୍ସା ଚାଲିଛି। ଏହି ଘଟଣାକୁ ଗୁରୁତର ବିଷୟ ଭାବେ ଗ୍ରହଣ କରି ତାମିଲନାଡ଼ୁ ମାନବ ଅଧିକାର ଆୟୋଗ ଆସନ୍ତା ସାତ ଦିନ ମଧ୍ୟରେ ଚେନ୍ନାଇ ମ୍ୟୁନିସିପାଲିଟି କର୍ପୋରେଶନ କମିଶନର ଏବଂ ଜିଲା ପ୍ରଶାସନର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କଠାରୁ ଉତ୍ତର ମାଗିଛନ୍ତି। ଆୟୋଗଙ୍କ ତରଫରୁ ମ୍ୟୁନିସିପାଲିଟି କର୍ପୋରେଶନ ଏବଂ କମିଶନରଙ୍କୁ କେତେକ ପଏଣ୍ଟଗୁଡିକ ଉପରେ ବିସ୍ତୃତ ସୂଚନା ଦେବାକୁ କହିଛନ୍ତି। ସେଗୁଡ଼ିକ ହେଉଛି, ବୁଲା କୁକୁର ଜନ୍ମ ନିୟନ୍ତ୍ରଣ ନିୟମ ୨୦୦୧ ଅଧୀନରେ ନିଆଯାଇଥିବା କାର୍ଯ୍ୟ ବିଷୟରେ ସୂଚନା।

୨୦୨୧ରେ କେତେ ବୁଲା କୁକୁର ଷ୍ଟେରଲାଇଜଡ୍‌ ହୋଇଛନ୍ତି। ଏହାର ସୂଚନା ୱାର୍ଡ ଅନୁସାରେ। କେତେ ଜଳାତଙ୍କ କୁକୁର ସହର ବାହାରକୁ ନିଆଯାଇଛି। ନିୟମ ଅନୁଯାୟୀ ମନିଟରିଂ କମିଟିର ମାସିକ ବୈଠକର ନକଲ। ବୁଲା କୁକୁର କାମୁଡ଼ିବା ଘଟଣାର ବିବରଣୀ ଏବଂ ପ୍ରତ୍ୟେକ ଘଟଣାରେ ନିଗମ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେବ। ବର୍ତ୍ତମାନ ଘଟଣାରେ ପୀଡିତଙ୍କ ପାଇଁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ପରିମାଣ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe