Advertisment

ସ୍କୁଲକୁ ବୋମା ଲଗାଇ ଉଡ଼ାଇ ଦେବାକୁ ଧମକ

ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି।

schools get bomb threats

schools get bomb threats

Advertisment

ସ୍କୁଲ ଭିତରେ ଫୁଟିବ ବୋମା। ଉଡାଇ ଦେବୁ ସ୍କୁଲ। ଏଭଳି କିଛି ଧମକ ମିଳିବା ଗୁରୁବାର ଚେନ୍ନାଇର କିଚି ପ୍ରାଇଭେଟ୍‌ ସ୍କୁଲକୁ ଏଭଳି କିଛି ଧମକ ମିଳିଛି। ଜଣେ ଦୁର୍ବୃତ୍ତ ଇ-ମେଲ ମାଧ୍ୟରେ ଏଭଳି ଧମକ ଦେଇଛନ୍ତି। ଏହା ପରେ ସ୍କୁଲରେ ଭୟର ବାତାବରଣ ଖେଳି ଯାଇଛି। ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି।

Advertisment

ପୁଲିସ ସୂଚନା ମୁତାବକ, ଆଜି ଚେନ୍ନାଇର ଗୋପାଲପୁରମ୍‌, ମୋଗାପ୍ପେର, ପେରିସ ଅନ୍ନାନଗର ଅଞ୍ଚଳରେ ଥିବା କିଛି ଘରୋଇ ସ୍କୁଲକୁ ଇ-ମେଲ୍‌ ଜରିଆରେ ବୋମା ଲଗାଇ ଉଡାଇ ଦେବାକୁ ଧମକ ଦିଆଯାଇଛି।

ଏହି ସୂଚନା ମିଳିବା ପରେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଟିମ୍‌ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଏଥିସହ ସମସ୍ତ ସ୍କୁଲ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି। ତେବେ ଏହି ଇ-ମେଲ କିଏ ପଠାଇଥିଲା ଓ କେଉଁଠୁ ଆସିଛି ସେ ନେଇ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

Advertisment

ସ୍କୁଲକୁ ବୋମାରେ ଉଡାଇଦେବା ଧମକ ଖବର ଟିଭିରେ ପ୍ରସାରଣ ହେବାରେ ଅଭିଭାବକମାନେ ଭୟଭୀତ ହୋଇପଡିଥିଲେ। ଗ୍ରେଟର ଚେନ୍ନାଇ ପୁଲିସ ସ୍କୁଲରେ ଭିଡ ନଜମାଇବାକୁ ଓ ଜନସାଧାରଣଙ୍କୁ ଭୟ ନକରିବାକୁ ଅପିଲ କରିଥିଲା।

ଉଲ୍ଲେଖଯୋଗ୍ୟ, ଡିଏଭି ଗୋପାଳପୁରମ୍‌, ଚେନ୍ନାଇ ପବ୍ଲିକ ସ୍କୁଲ ଓ ସେଣ୍ଟ ମେରୀ ସ୍କୁଲ ଏବଂ ପ୍ୟାରିସ ଉନ୍‌ ସ୍କୁଲକୁ ବୋମ୍‌ରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। 

Chennai School Bomb Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe