Advertisment

ଅତ୍ୟଧିକ କାମ ଚାପ, ଜୀବନ ହାରିଦେଲେ ସଫ୍ଟୱେୟର ଇଞ୍ଜିନିୟର

ଚେନ୍ନାଇର ଏକ କମ୍ପାନୀରେ ସଫ୍ଟୱେୟର ଇଞ୍ଜିନିୟର ଭାବେ କାମ କରୁଥିଲେ।

author-image
Debibandita Barick
Man siting on chair

Man siting on chair

କାର୍ଯ୍ୟକ୍ଷେତ୍ରରେ ଡିପ୍ରେସନ ଆଉ ଏକ ମୁଖ୍ୟ ସମସ୍ୟା ପାଲଟିଲାଣି। ନିକଟରେ ଜଣେ ଯୁବତୀ ଅତ୍ୟଧିକ କାମ ଚାପ କାରଣରୁ ପ୍ରାଣ ହରାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ଚେନ୍ନାଇର ଜଣେ ଜଣେ 38 ବର୍ଷିୟ ସଫ୍ଟୱେୟର ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି।

Advertisment

ମୃତକ ହେଉଛନ୍ତି କାର୍ତ୍ତିକେୟନ। ସେ ବିଦ୍ୟୁତ ତାରକୁ ନିଜ ଦେହରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତଦେହ ଶରୀରରେ ତାର ଗୁଡା ଯାଇଥିବାରୁ ସେ ଏହା ଅନୁମାନ କରାଯାଉଛି। ପୁଲିସ ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି।  

ସୂଚନା ଅନୁସାରେ, କାର୍ତ୍ତିକେୟନଙ୍କ ଘର ତାମିଲନାଡ଼ୁରେ। ସେ ଚେନ୍ନାଇର ଏକ କମ୍ପାନୀରେ ସଫ୍ଟୱେୟର ଇଞ୍ଜିନିୟର ଥିଲେ। ଚେନ୍ନାଇରେ ମଧ୍ୟ ତାଙ୍କ ପତ୍ନୀ ଏବଂ ଦୁଇଟି ପିଲା ରହହୁଥିଲେ। ଗତ 15 ବର୍ଷ ଧରି ସଫ୍ଟୱେର୍ ଫାର୍ମରେ କାମ କରିବା ପରେ ଡିପ୍ରେସନ କାରଣରୁ ଜୀବନ ହାରିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ରିପୋର୍ଟ ଅନୁସାରେ, କାର୍ତ୍ତିକେୟନ୍ କିଛି ଦିନ ହେବ ଡିପ୍ରେସନରେ ରହୁଥିଲେ। ଏହି କାରଣରୁ ସବୁବେଳେ ଚିଡ଼ଚିଡ ହେଉଥିଲେ। ଏପରିକି ଡିପ୍ରେସନ ଦୂର ପାଇଁ ଦୁଇ ମାସ ହେବ ମେଡିସିନ୍ ମଧ୍ୟ ଖାଉଥିଲେ। 

ମାତ୍ର ତାଙ୍କ ପତ୍ନୀ ପିଲାମାନଙ୍କୁ ନେଇ ଘରଠୁ 300 କିଲୋମିଟର ଦୂର ଏକ ମନ୍ଦିରକୁ ଯାଇ ଥିବାବେଳେ କାର୍ତ୍ତିକେୟନ ନିଜ ଜୀବନ ହାରି ଦେଇଛନ୍ତି। ପୁଲିସ ଏକ ଅସ୍ୱାଭାବିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ନିକଟରେ, ଅର୍ନଷ୍ଟ ଆଣ୍ଡ ୟଙ୍ଗ କମ୍ପାନୀରେ କାମ କରୁଥିବା ଜଣେ 26 ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। କାମ ଚାପରେ ଖାଇବା-ପିଇବାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାପରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Suicide Software Engineer Chennai News