Advertisment

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବାବଦରେ ସରକାର ଦେଇଥିବା ୯ଟି ଚେକ୍‌ ବାଉନ୍ସ ହୋଇଗଲା

ସିନେମା ଜଗତରେ ବଳିଷ୍ଠ ଅବଦାନ ପାଇଁ ଆସାମ ସରକାରର କଳା ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନୀତ କରିଥିଲେ। ଏଥିସହ ସେମାନଙ୍କୁ ପୁରସ୍କାର ବାବଦରେ ଚେକ ପ୍ରଦାନ କରିଥିଲେ।

Assam

Assam

Advertisment

ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଆସାମ ସରକାର। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ସରକାର ଦେଇଥିବା ଚେକ ବାଉନ୍ସ ହୋଇଯାଇଛି। ଏହାର ଅର୍ଥ ସରକାରୀ ଆକାଉଣ୍ଟରେ ଟଙ୍କା ନାହିଁ। ତଥାପି ଲୋକଦେଖାଣିଆ ଭାବେ ସରକାର କଳାକାରମାନଙ୍କୁ ଚେକ ଦେଇ ଭଣ୍ଡେଇ ଦେଇଥିବା ଚର୍ଚ୍ଚା ହେଉଛି।

Advertisment

ସିନେମା ଜଗତରେ ବଳିଷ୍ଠ ଅବଦାନ ପାଇଁ ଆସାମ ସରକାରର କଳା ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନୀତ କରିଥିଲେ। ଏଥିସହ ସେମାନଙ୍କୁ ପୁରସ୍କାର ବାବଦରେ ଚେକ ପ୍ରଦାନ କରିଥିଲେ। ସୋମବାର ବ୍ୟକ୍ତିବିଶେଷମାନେ ପୁରସ୍କାର ଗ୍ରହଣ କରିଥିବା ବେଳେ ଚେକଗୁଡ଼ିକୁ ବ୍ୟାଙ୍କରେ ଜମା କରିଥିଲେ। ତେବେ ଶୁକ୍ରବାର ୮ ବିଜେତାଙ୍କୁ ଦେଇଥିବା ୯ଟି ଚେକ ବାଉନ୍ସ ହୋଇଯାଇଛି। ବ୍ୟାଙ୍କ ପକ୍ଷରୁ ଏହି ଚେକଗୁଡ଼ିକୁ ଫେରା ଦିଆଯାଇଛି।

ଅପରାଜିତା ପୂଜାରୀ କହିଛନ୍ତି, “ମୁଁ ଶୁକ୍ରବାର ଚେକ ଜମା କରିଥିଲି। ତେବେ ମୁଁ ଜମା କରିଥିବା ଚେକ ବାଉନ୍ସ ହୋଇଯାଇଥିବା ବ୍ୟାଙ୍କ ପକ୍ଷରୁ ମୋତେ ଫୋନ କରି କୁହାଯାଇଥିଲା। ତୁରନ୍ତ ମୁଁ ଆୟୋଜକମାନଙ୍କୁ କଲ କରିଥିଲି। ଆକାଉଣ୍ଟରେ ଆବଶ୍ୟକ ଟଙ୍କା ନଥିବା ସେମାନେ କହିଥିଲେ।”

Advertisment

ଅପରାଜିତା ପୂଜାରୀଙ୍କୁ ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ସିନେମା ଲେଖକ ଭାବେ ରାଜ୍ୟ ସରକାର ପୁରସ୍କୃତ କରିଥିଲେ।

ସୂତ୍ର ଅନୁସାରେ, ପ୍ରଖ୍ୟାତ ଫିଲ୍ମ ବ୍ୟକ୍ତବିଶେଷ ଯେମିତି ଅମ୍ରିତ ପ୍ରତୀମ(ସାଉଣ୍ଡ ଡିଜାଇନର), ଦେବଜିତ ସି(ସାଉଣ୍ଡ ମିକ୍ସିଂ), ପ୍ରାଞ୍ଜଲ ଦେବା(ନିର୍ଦ୍ଦେଶକ), ଦେବଜିତ ଜ୍ଞାନ(ସାଉଣ୍ଡ ଡିଜାଇନ ଆଣ୍ଡ ମିକ୍ସିଂ) ଓ ବେଞ୍ଜାମିନ ଡାଇମାରୀ(ଆକ୍ଟିଂ) ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଚେକ ପାଇଥିଲେ। ହେଲେ ସେମାନଙ୍କୁ ମିଳିଥିବା ଚେକଗୁଡ଼ିକୁ ମଧ୍ୟ ବାଉନ୍ସ ହୋଇଯାଇଛି।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମ ଆସାମ ରାଜ୍ୟ ଫିଲ୍ମ ଫାଇନାନ୍ସ ଓ ଡେଭଲପମେଣ୍ଟ କର୍ପୋରେସନ(ଏଏସଏଫଏଫଡିସି) ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ କଳାକାର ମାନଙ୍କୁ ମିଳିଥିବା ଚେକରେ ସାଂସ୍କୃତି ବ୍ୟାପାର ନିର୍ଦ୍ଦେଶକଙ୍କ ଦସ୍ତଖତ ରହିଛି।

ଅନ୍ୟପକ୍ଷରେ ଏପରି ଲଜ୍ଜରଜନକ ପରିସ୍ଥିତିକୁ ନେଇ ବ୍ୟାକଫୁଟରେ ଥିବା ଆସାମ ସରକାର ପୂରା ଘଟଣାରେ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି। ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ବିମଳ ବୋରହ ଘଟଣାର ତଦନ୍ତ ତୁରନ୍ତ କରିବାକୁ ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଏସଏଫଏଫଡିସିର ଜଣେ ଅଧିକାରୀ କହିଛନ୍ତି, ବୈଷୟିକ ତ୍ରୁଟି କାରଣରୁ ଚେକଗୁଡ଼ିକ ବାଉନ୍ସ ହୋଇଯାଇଥିଲା। ପ୍ରଥମ ଦିନରେ ୧୮ ଲକ୍ଷ ଟଙ୍କାର ଚେକ କ୍ଲିୟର ହୋଇଯାଇଥିଲା। ହେଲେ ଦ୍ୱିତୀୟ ଦିନରେ ୮ ଜଣ ବ୍ୟକ୍ତିବିଶେଷଙ୍କ ୯ଟି ଚେକ ବାଉନ୍ସ ହୋଇଥିଲା। ଆକାଉଣ୍ଟରେ ରହିଥିବା ତ୍ରୁଟିକୁ ସୁଧାରି ଦିଆଯାଇଛି। ଏଥିସହ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶନିବାର ଚେକ ଜମା କରିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି। 

Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe