Advertisment

ଝୁଲି ପଡ଼ିଲେ ଡାକ୍ତର, ସ୍ୱାମୀଙ୍କୁ ଲେଖିଲେ- ମୋତେ ଜାବୁଡ଼ି ଧରିବ, ପରେ ଚିତାରେ ଶୋଇଦେବ

‘୫ ମାସର ବୈବାହିକ ଜୀବନରେ ତୁମେ ମୋ ଜୀବନକୁ ନର୍କ କରିଦେଲ । ଏପରି ନର୍କରେ ଘାଣ୍ଟି ହେବା ଅପେକ୍ଷା ଦୁନିଆ ଛାଡ଼ିଦେବା ଭଲ। ’

ଅଦ୍ୟତନ ହୋଇଛି
doctor couple

doctor couple

Advertisment

‘ମୁଁ ମୁକ୍ତ ଆକାଶର ବିହଙ୍ଗ ଥିଲି। କିନ୍ତୁ ତୁମକୁ ଭଲ ପାଇ ମୁଁ ନିଜକୁ ଭୁଲିଗଲି। ନିଜ ଜୀବନର ବେଗରେ ତୁମ ପାଇଁ ମାରିଦେଲି ବ୍ରେକ୍‌। କିନ୍ତୁ ତୁମେ ମୋତେ ବୁଝି ପାରିଲନି। ମାତ୍ର ୫ ମାସର ବୈବାହିକ ଜୀବନରେ ତୁମେ ମୋ ଜୀବନକୁ ନର୍କ କରିଦେଲ । ଏପରି ନର୍କରେ ଘାଣ୍ଟି ହେବା ଅପେକ୍ଷା ଦୁନିଆ ଛାଡ଼ିଦେବା ଭଲ। ’

Advertisment

ନିଜ ସୁଇସାଇଡ ନୋଟରେ ଏପରି କିଛି ଦୁଃଖଭରା କାହାଣୀ ଲେଖି ଶେଷରେ ଝୁଲିପଡ଼ିଲେ ୨୬ ବର୍ଷୀୟା ଡାକ୍ତର ପ୍ରତୀକ୍ଷା ଭୁସାରେ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରେ ଘଟିଛି। ମାତ୍ର ଯେଉଁ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ପ୍ରତିକ୍ଷା ଏପରି ଚରମ ପଦକ୍ଷେପ ଉଠାଇଲେ, ଜୀବନର ଶେଷ ସମୟରେ ବି ତାଙ୍କୁ ନିଜ ମନରୁ ଭୁଲି ପାରି ନ ଥିଲେ।

ଏପରିକି ଶେଷ ଥର ପାଇଁ ମୋତେ ଜାବୁଡ଼ି ଧରିବ, ତା’ ପରେ ଚିତାରେ ଶୋଇଦେବ ବୋଲି ବି ସେ ନିଜ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ। ନିଜ ସ୍ୱାମୀଙ୍କ ନିର୍ଯାତନାର କାହାଣୀ ସେ ସ୍ପଷ୍ଟ ଭାବେ ନିଜ ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ ବି ତାଙ୍କ ମନରେ ଥିବା ଭଲ ପାଇବା ବି ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଥିଲା। ଏପରିକି ତାଙ୍କୁ ଭୁଲି ଜୀବନରେ ଖୁବ୍‌ ଆଗକୁ ଯିବାକୁ ବି ସେ ନିଜ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।

Advertisment

ଡାକ୍ତର ପ୍ରତୀକ୍ଷା ଭୁସାରେ ଛତ୍ରପତି ସମ୍ଭାଜୀ ନଗରର ଏକ ହସ୍ପିଟାଲରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥିଲେ। ୫ ମାସ ପୂର୍ବେ ସେ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ ରୁଷରୁ ମେଡିକାଲ ପାଠ ପଢ଼ିଥିବା ବେଳେ ନିଜର ଏକ ହସ୍ପିଟାଲ ଖୋଲିବାକୁ ଚାହୁଁଥିଲେ। ଏଥିନିମନ୍ତେ ବାପଘରୁ ଅଧିକ ଟଙ୍କା ଆଣିବା ନିମନ୍ତେ ସେ ପତ୍ନୀଙ୍କ ଉପରେ ଚାପ ପକାଉଥିଲେ। ଏଥିରେ ଅତିଷ୍ଠ ହୋଇ ପ୍ରତିକ୍ଷା ଶେଷରେ ନିଜ ରୁମ୍‌ରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି।

ଖବର ପାଇ ପୁଲିସ୍‌ ପହଞ୍ଚି ଶବ ଜବତ କରିବା ସହ ତାଙ୍କ ରୁମ୍‌ରୁ ଏକ ୭ ପୃଷ୍ଠାର ସୁଇସାଇଡ ନୋଟ ଜବତ କରିଛି। ଉକ୍ତ ସୁଇସାଇଡ ନୋଟରେ ପ୍ରତୀକ୍ଷା ନିଜ ଉପରେ ହୋଇଥିବା ନିର୍ଯାତନା କାହାଣୀ ଟିକିନିଖି ଉଲ୍ଲେଖ କରିଛନ୍ତି ।

ପ୍ରତୀକ୍ଷା ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି, ମୁଁ ତୁମକୁ ଖୁବ୍‌ ଭଲ ପାଏ। ଏଥିପାଇଁ ନିଜକୁ ବି ଭୁଲିଗଲି। ମୁଁ ଏକ ଆତ୍ମନିର୍ଭରଶୀଳ, ମହତ୍ତ୍ୱାକାକ୍ଷୀଂ ଯୁବତୀ ହୋଇଥିବା ବେଳେ ତୁମ ପ୍ରେମରେ ପଡ଼ି ନିଜ ଜୀବନର ସ୍ପିଡରେ ବ୍ରେକ୍‌ ମାରିଦେଲି । ତୁମ ପ୍ରେମରେ ଅନ୍ଧ ହୋଇ ଆଖିବୁଜି ତୁମ ଉପରେ ଆଶ୍ରିତ ହୋଇଗଲି। ତୁମେ ସବୁବେଳେ ମୋ’ ପାଖେପାଖେ ରହିବ, ମୋ’ ସ୍ୱପ୍ନରେ ଡେଣା ଲଗାଇବ, ଏକ ଛୋଟ ପରିବାର ଦେବ ବୋଲି ଭାବିଥିଲି। ତୁମ ପାଇଁ ମୋ’ ଘର ଲୋକଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଲି। ତୁମେ ଯେପରି କହିଲ ସେପରି କଲି। କିନ୍ତୁ ସେଥିରେ ତୁମେ ସନ୍ତୁଷ୍ଟ ହେଲନି। ଏହାପରେ ମୋ’ ଚରିତ୍ର ଉପରେ ସନ୍ଦେହ କରିବା ଆରମ୍ଭ କଲ । କିନ୍ତୁ ମୁଁ ତୁମକୁ ଏତିକି ଆଶ୍ୱାସନା ଦେଉଛି ଯେ, ବଞ୍ଚିଥିବା ପର୍ଯ୍ୟନ୍ତ ମୁଁ କେବଳ ତୁମ ପାଇଁ ବିଶ୍ୱସ୍ତ ଥିଲି।

ଏଥିସହ ସେ ଲେଖିଛନ୍ତି, ବହୁତ ସ୍ୱପ୍ନ ନେଇ ମୁଁ ତୁମ ହାତ ଧରିଥିଲି, କିନ୍ତୁ ତୁମେ ମୋର ସବୁ ଆଶାକୁ ଚୁରମାର କରିଦେଲ । ମୁଁ ବିବାହ ପୂର୍ବରୁ ତୁମ ଉପରେ ବହୁତ ଖର୍ଚ୍ଚ କରିଛି, କିନ୍ତୁ ତୁମେ ମୋ’ ଜୀବନକୁ ନର୍କଠୁ ହୀନ କରିଦେଲ । ମୁଁ ମରିବା ପରେ ବି ତୁମକୁ ହିଁ ଭଲ ପାଇବି। ହେଲେ ତୁମେ ଯଦି ମୋତେ କେବେ ଟିକେ ବି ଭଲ ପାଇଛ, ତେବେ ଶେଷ ଥର ପାଇଁ ମୋତେ ଜାବୁଡ଼ି ଧରିବ, ଏହାପରେ ଚିତାରେ ଶୋଇଦେବ । ଏହାପରେ ମୋତେ ଭୁଲି ଯାଇ ନିଜ ବାକି ଜୀବନ ହସଖୁସିରେ କାଟିବ ।

ପ୍ରତୀକ୍ଷାଙ୍କ ସୁଇସାଇଡ ନୋଟ ଅନ୍ୟମାନଙ୍କ ଆଖିରେ ଲୁହ ଭରି ଦେଇଥିବା ବେଳେ ତାଙ୍କ ପରିବାର ଲୋକଙ୍କ ମୁଣ୍ଡରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଛି। ଶାଶୁ ଘର ଲୋକ ତଥା ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଝିଅ ଏପରି ଚରମ ପଦକ୍ଷେପ ଉଠାଇଥିବା ପ୍ରତୀକ୍ଷାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe