Advertisment

ଛତିଶଗଡ଼ ନିର୍ବାଚନ: ଭୋଟରଙ୍କ ପାଇଁ ପତିଶ୍ରୁତି ପେଡ଼ି ଖୋଲିଲା କଂଗ୍ରେସ

ଛତିଶଗଡ଼ ପାଇଁ 'ବିଶ୍ୱାସର ଘୋଷଣା ପତ୍ର' ଜାରି କଲା କଂଗ୍ରେସ

ଅଦ୍ୟତନ ହୋଇଛି
Congress Manifesto

Congress Manifesto

Advertisment

ପାଖେଇ ଆସୁଛି ଛତିଶଗଡ ବିଧାନସଭା ନିର୍ବାଚନ। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଛି। ମହାଦେବ ବେଟିଂ ଆପ୍‌ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାଁ ଆସିବା ପରେ ବିଜେପି ଏକ ପ୍ରକାରର ଆକ୍ରମଣାତ୍ମକ ମୁଡ୍‌ରେ ରହିଛି। ଛତିଶଗଡ଼ କଂଗ୍ରେସକୁ ଚାରିଆଡୁ ଟାର୍ଗେଟ୍‌ କରୁଛି ବିଜେପି। ଏହାରି ଭିତରେ କଂଗ୍ରେସ ନିଜର ଘୋଷଣା ପତ୍ର ଜାରି କରିଛି। ଏଥିରେ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି।

Advertisment

ଦଳ ପକ୍ଷରୁ ଜାରି ହୋଇଥିବା ଏହି ଘୋଷଣା ପତ୍ରକୁ ବିଶ୍ୱାର ଘୋଷଣା ପତ୍ର ବୋଲି କୁହାଯାଇଛି। ଦଳର ଘୋଷଣା ପତ୍ରରେ କୁହାଯାଇଛି ଯେ ଏଥର ମଧ୍ୟ ବର୍ଷ ୨୦୧୮ ଭଳି ଚାଷୀଙ୍କ ଋଣ ଛାଡ କରାଯିବ। ୨୦୧୮ରେ ନିର୍ବାଚନ ଜିତିବା ପରେ ୧୮.୫ ଲକ୍ଷ ଚାଷୀଙ୍କ ୯୨୭୨କୋଟି ଟଙ୍କାର ଋଣ ଛାଡ କରିଥିଲା ବୋଲି ଦଳ ଦାବି କରିଛି।

ଏଥିସହ ଦଳ ନିର୍ବାଚନ ​​ଜିତିବା ପରେ ଜାତିଗତ ଜନଗଣନା ମଧ୍ୟ କରିବାକୁ ପ୍ରତିଶୃତି ଦେଇଛି। ଜାତିଗତ ଜନଗଣନା ସାମାଜିକ ନ୍ୟାୟ ନିଶ୍ଚିତ ହେବ ବୋଲି କଂଗ୍ରେସ କହିଛି। ଏହା ସହିତ ଦଳ ଏଥର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବାକୁ ପ୍ରତିଶୃତି ଦେଇଛି। ସରକାର ଗଠନ ହେଲେ ମହିଳାମାନଙ୍କୁ ଗ୍ୟାସ ସିଲିଣ୍ଡର ଉପରେ ୫୦୦ ଟଙ୍କା ସବସିଡି ଦେବାକୁ କଂଗ୍ରେସ ଘୋଷଣା କରିଛି।

Advertisment

ଏଥିସହ ନଭେମ୍ବର ୧ରୁ ମଣ୍ଡିରେ ଧାନ କିଣାଯିବ। କୁଇଣ୍ଟାଲ ପ୍ରତି ୩୨୦୦ ଟଙ୍କାରେ ଏକର ପ୍ରତି ୨୦ କୁଇଣ୍ଟାଲ ଧାନ କିଣିବ ସରକାର। କେନ୍ଦୁପତ୍ର ବସ୍ତା ପ୍ରତି ୬ ହଜାର ଟଙ୍କା ମିଳିବ। ୧୭.୫ ଲକ୍ଷ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମାଗଣା ଘର ଦିଆଯିବ। କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା। ଏହା ସହିତ ଖୁବଚାନ୍ଦ ବଘେଲ ସ୍ୱାସ୍ଥ୍ୟ ସହାୟତା ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ଯାଏ ଚିକିତ୍ସା ବୀମା ପ୍ରଦାନ କରାଯିବ ଏବଂ ବ୍ୟବସାୟ ପାଇଁ ୪୦ ପ୍ରତିଶତ ପରିବର୍ତ୍ତେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ ବୋଲି କଂଗ୍ରେସ ଭୋଟର୍‌ଙ୍କୁ ପ୍ରତିଶ୍ରୁତି ଦେଇଛି।

ଛତିଶଗଡ଼ରେ ଆସନ୍ତା ୭ ତାରିଖରେ ହେବାକୁ ଥିବା  ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ  ଆଜି ପ୍ରଚାର ଶେଷ ହେଉଛି। ପ୍ରଚାର ଶେଷ ହେବାର କିଛି ଘଣ୍ଟା ପୂର୍ବରୁ କଂଗ୍ରେସ ନିଜର ଘୋଷଣା ପତ୍ର ଜାରି କରିଛି। ୫ଟି ଡିଭିଜନ ମୁଖ୍ୟାଳୟ ଓ ୨ଟି ବଡ଼ ଜିଲ୍ଲାରେ କଂଗ୍ରେସ ଏକାସାଙ୍ଗରେ ନିଜ ମେନିଫେଷ୍ଟୋ ଜାରି କରିଛି।

Congress Chhattisgarh Assembly Election 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe