Advertisment

ବିଚ୍‌ ରାସ୍ତାରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା

କଂଗ୍ରେସ ନେତାଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଛି।

Congress leader Shot Dead

Congress leader Shot Dead

Advertisment

ବିଚ୍‌ ରାସ୍ତାରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା। ଛତିଶଗଡ଼ର ନାରାୟଣପୁରରେ କଂଗ୍ରେସ ନେତା ବିକ୍ରମ ବ୍ୟାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନ ବେଳେ କିଛି ଅଜଣା ବନ୍ଧୁକଧାରୀ ତାଙ୍କୁ ଉପରକୁ ଆଖିବୁଜା ଗୁଳିମାଡ କରିଛନ୍ତି। ଏଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ସୂଚନା ମୁତାବକ, ସୋମବାର ରାତି ପ୍ରାୟ ୯ଟାରେ ନାରାୟଣପୁର ବଖରୁପାରାରେ କଂଗ୍ରେସ ନେତା ବିକ୍ରମ ବ୍ୟାସଙ୍କୁ ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ବାଇକରେ ଆସି ବିକ୍ରମଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ବିକ୍ରମଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଏନେଇ ନାରାୟଣପୁର ଏସ୍‌ପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ ଟିମ୍।

Advertisment

ବିକ୍ରମ ବ୍ୟାସ୍‌ ବ୍ଲକ କଂଗ୍ରେସ ଉପାଧ୍ୟକ୍ଷ ଥିଲେ। ବିକ୍ରମକଙ୍କ ହତ୍ୟା ବିଷୟରେ ସୂଚନା ପାଇବା ପରେ ନାରାୟଣପୁରର କଂଗ୍ରେସ ନେତା ତଥା ପରିବହନ ସଂଘର ସଦସ୍ୟମାନେ ହସ୍ପିଟାଲରେ ଭିଡ ଜମାଇଥିଲେ। ତେବେ ତାଙ୍କୁ ନକ୍ସଲମାନେ ପୂର୍ବରୁ ଧମକ ଦେଇଥିଲେ କି? ଅଥବା ତାଙ୍କର ପୂର୍ବରୁ କାହା ସହ ଝଗଡା ହୋଇଥିଲା କି? ଏସବୁ ଦିଗକୁ ନେଇ ମଧ୍ୟ ପୁଲିସ ଯାଞ୍ଚ ଜାରି ରଖିଛି।

Chhattisgarh Congress Leader Shot Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe