/odisha-reporter/media/post_attachments/uploadimage/library/16_9/16_9_0/IMAGE_1713682754.jpg)
ias-officer-anil-tuteja
ପୂର୍ବତନ ଆଇଏଏସ୍ ଅଧିକାରୀଙ୍କୁ ବାନ୍ଧିଲା ଇଡି। ଛତିଶଗଡର ବହୁ ଚର୍ଚ୍ଚିତ ୨୦୦୦ କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍ ଅଧିକାରୀ ଅନୀଲ ଟୁଟେଜାଙ୍କୁ ଇଡି ଗିରଫ କରିଛି।
ସୂଚନା ଅନୁଯାୟୀ, ୨୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏହି ମଦ ଦୁର୍ନୀତି ମାମଲାରେ ଇଡି ଏପ୍ରିଲ ୮ ତାରିଖରେ ଏକ ଚାର୍ଜସିଟ ଦାଖଲ କରିଥିଲା। ତେବେ ଅପରାଧ ପ୍ରକ୍ରିୟା ପ୍ରମାଣ ହୋଇନଥିବାରୁ କୋର୍ଟ ଏହି ମାମଲାକୁ ରଦ୍ଦ କରିଦେଇଥିଲେ। ଏବେ ଏହି ମାମଲାରେ ଇଡି ଅବସରପ୍ରାପ୍ତି ଆଇଏଏସ୍ ଅଧିକାରୀ ଅନୀଲ ଟୁଟେଜାଙ୍କୁ ଗିରଫ କରିଛି।
ଇଡି ଅନୀଲ ଟୁଟେଜା ଓ ଅନ୍ୟ ଅଭିଯୁକ୍ତ ବିରୋଧରେ ଏକ ନୂଆ ଇସିଆଇଆର୍ ରୁଜୁ କରିବା ପରେ ସେମାନଙ୍କୁ ଗିରଫ କରିଛି। ପୂର୍ବତନ ଆଇଏଏସ୍ ଅନୀଲ ଟୁଟେଜା ମଦ ବ୍ୟବସାୟୀ ତଥା ରାଜନେତାଙ୍କ ସହ ମିଶି ଏହି ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଫେଡେରାଲ୍ ଏଜେନ୍ସି ୨୦୦୩ ବ୍ୟାଚ୍ର ଏହି ଅଧିକାରୀଙ୍କୁ ଶନିବାର ଦିନ ରାୟପୁରର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (EOW) / ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) କାର୍ଯ୍ୟାଳୟରେ ଅଟକ ରଖିଥିଲା। ​
ଏଠାକୁ ଅନୀଲ ଏବଂ ତାଙ୍କ ପୁଅ ୟଶ ଟୁଟେଜା ଏହି ମାମଲାରେ ସେମାନଙ୍କ ବୟାନ ରେକର୍ଡ କରିବାକୁ ଆସିଥିଲେ। ବୟାନ ରେକର୍ଡ ପରେ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଗିରଫ କରାଯାଇଥିଲା। ଗତ ବର୍ଷ ଅନୀଲ ଟୁଟେଜା ପ୍ରଶାସନିକ ସେବାରୁ ଅବସର ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
