Advertisment

ଛତିଶଗଡ ଓ ମିଜୋରାମରେ ମତଦାନ ଆରମ୍ଭ

ଆଜି ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍। ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ୍ ପାଇଁ ହେବ ମତଦାନ। ବସ୍ତର, ଜଗଦଲପୁର ଓ ଚିତ୍ରକୋଟ ସମେତ ନାରାୟଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ପ୍ରସ୍ତୁତ ହୋଇଛି।

ଅଦ୍ୟତନ ହୋଇଛି
Election

Election

Advertisment

ଆଜି ଛତିଶଗଡ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ । ଏଥିପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ମତଦାନ ଆରମ୍ଭ ହେଉ ହେଉ ଛତିଶଗଡ଼ର ସୁକମାରେ  IED ‍ ବ୍ଲାଷ୍ଟ ହୋଇ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି। 

Advertisment

୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ଆଜି ୨୦ଟି ଆସନରେ ମତଦାନ ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୦ଟି ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ଅବଶିଷ୍ଟ ୧୦ଟି ସିଟ୍‌ରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଛତିଶଗଡ଼ର ଯେଉଁ ୨୦ଟି ସିଟ୍‌ରେ ଆଜି ମତଦାନ ହେବ ସେଥିମଧ୍ୟରୁ ୧୯ଟିରେ ଏବେ କଂଗ୍ରେସ କ୍ଷମତାରେ ରହିଛି। ଏହାପରେ ଆସନ୍ତା ୧୭ ତାରିଖରେ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ଛତିଶଗଡ଼ରେ ପ୍ରଥମ ଚରଣ ନିର୍ବାଚନରେ ୨୨୩ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସେଥିମଦ୍ୟରୁ ୨୫ ଜଣ ମହିଳା ଅଛନ୍ତି। ରାଜ୍ୟର ୪୦, ୭୮,୬୮୧ ଭୋଟର ଆଜି ନିଜ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଦ୍ୟରୁ ୧୯, ୯୩, ୯୩୭ ଜଣ ପୁରୁଷ ଥିବା ବେଳେ ୨୦,୮୪,୬୭୫ ମହିଳା ଅଉନ୍ତି। ସେମାନଙ୍କୁ ବାଦ ଦେଲେ ୬୯ ଜଣ ତୃତୀୟ ଲିଙ୍ଗ ଭୋଟର ବି ଆଜି ନିଜ ମତାଧିକାର ସାବ୍ୟସ୍ତ କରିବେ।

Advertisment

ସୁରୁଖୁରୁରେ ମତଦାନ ସମ୍ପନ୍ନ କରାଇବା ନିମନ୍ତେ ୫,୩୦୪ ମତଦାନ କେନ୍ଦ୍ର କରାଯାଇଥିବା ବେଳେ ୨୫ ହଜାରରୁ ଅଧିକ କର୍ମଚାରୀ ମୁତୟନ ହୋଇଛନ୍ତି।

ନକ୍ସଲ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି। ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୁଲିଂ ଟିମ୍ ଯାଇଛନ୍ତି। ପ୍ରଥମଥର ପାଇଁ ୧୨୬ଟି କେନ୍ଦ୍ରରେ ଲୋକେ ନିଜ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରିବେ।

ଛତିଶଗଡ଼ ସୁକମାରେ ନିର୍ବାଚନ ଆରମ୍ଭ ହେଉ ହେଉ ଘଟିଛି ହିଂସାକାଣ୍ଡ । ସୁକମାର ଟୋଣ୍ଡାମରକା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା IED ‍ ବ୍ଲାଷ୍ଟ ହୋଇଥିବା ବେଳେ ସିଆରପିଏଫର ଜଣେ କୋବ୍ରା ବଟାଲିଅନ ଯବାନ ଆହତ ହୋଇଛନ୍ତି। ଯବାନଜଣକ ନିର୍ବାଚନ ଡ୍ୟୁଟିରେ ମୁତୟନ ହୋଇଥିଲେ।

ନକ୍ସଲ ଗଡ କୁହାଯାଉଥିବା କେବଳ ବସ୍ତର ଅଞ୍ଚଳରେ ପ୍ରାୟ ୬୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଏଥିମଧ୍ୟରେ ୪୦ ହଜାର CAPF ଏବଂ ୨୦ ହଜାର ରାଜ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନକ୍ସଲ ଦମନ ପାଇଁ କୋବ୍ରା ବାହିନୀ ସହ ମହିଳା କମାଣ୍ଡୋ ନିୟୋଜିତ ହୋଇଛନ୍ତି।

ସେପଟେ ମିଜୋରାମରେ ମଧ୍ୟ ଆଜି ମତଦାନ ହେଉଛି। ଆଜି ମୋଟ ୪୦ ଆସନ ପାଇଁ ହେଉଛି ଭୋଟିଂ । ୮ ଲକ୍ଷ ୫୨ ହଜାରରୁ ଅଧିକ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିବେ। ମଇଦାନରେ ଅଛନ୍ତି ବିଭିନ୍ନ ରାଜନୈତିକ ଦଳରୁ ୧୭୪ ପ୍ରାର୍ଥୀ। ୧୨୭୬ ପୋଲିଂ ବୁଥ କରାଯାଇଛି। ସେଥିରୁ ୩୦ଟି ବୁଥ୍ ଅତି ସମ୍ବେଦନଶୀଳ ରହିଛି। ପ୍ରାୟ ୫ ହଜାର ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ୫୦ କମ୍ପାନୀ CAPF ମୁତୟନ ହୋଇଛନ୍ତି।

Chhattisgarh Election Mizoram
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe