Attack on Journalist Family
ଛତିଶଗଡ଼ର ସାମ୍ବାଦିକ ମୁକେଶ ଚନ୍ଦ୍ରକାର ହତ୍ୟା ମାମଲା ଏଯାଏ ଶାନ୍ତ ପଡିନାହିଁ। ଏବେ ଆଉ ଜଣେ ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଛି। ତାଙ୍କ ସମ୍ପୂର୍ଣ୍ଣ ପରିବାରକୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା। ସମସ୍ତଙ୍କୁ ହାଣି ଦିଆଯାଇଛି। ଛତିଶଗଡ଼ର ସୁରଜପୁର ଜିଲ୍ଲାରୁ ଆସିଛି ଏଭଳି କିଛି ଘଟଣା।
ଶୁକ୍ରବାର ସୁରଜପୁର ଜିଲ୍ଲାରେ ସମ୍ପତ୍ତି ବିବାଦ ଯୋଗୁଁ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟର ସନ୍ତୋଷ କୁମାର ଟୋପୋଙ୍କ ସମ୍ପୂର୍ଣ୍ଣ ପରିବାରକୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକଙ୍କ ମଧ୍ୟରେ ସାମ୍ବାଦିକ ସନ୍ତୋଷଙ୍କ ବାପା-ମା' ଓ ଭାଇ ଅଛନ୍ତି।
ସନ୍ତୋଷଙ୍କ ବାପା-ମା' ଚାଷ ଜମିରେ କାମ କରୁଥିବା ବେଳେ ଶକୁବ୍ରାର ଅପରାହ୍ନ ୧ଟାରେ ଜଗନ୍ନାଥପୁରର ଖାରଗୱା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ​​ ପୁଲିସର ସୂଚନା ଅନୁଯାୟୀ, ସନ୍ତୋଷଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା।
ଶନିବାର ଦିନ, ଚାଷ ଜମିରେ କୌଣସି କଥାକୁ ନେଇ ବିବାଦ ପରେ, ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା। ପରେ ସନ୍ତୋଷଙ୍କ ଦାଦା ତାଙ୍କ ବାପା-ମା'ଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସନ୍ତୋଷଙ୍କ ବାପା-ମା' ଏବଂ ଭାଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସେପଟେ ସାମ୍ବାଦିକ ସନ୍ତୋଷ କୁମାର ଟୋପୋଙ୍କ ଭାଇ ଗୁରୁତର ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ପୁଲିସ କହିବା ମୁତାବକ, ଅଭିଯୁକ୍ତ ଏହି ସମସ୍ତଙ୍କୁ କୁରାଢ଼ିରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା କୁହାଯାଇଛି। ସୂଚନା ପାଇବା ମାତ୍ରେ ଖାରଗୱା ପୁଲିସ ଷ୍ଟେସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
ପୁଲିସ କହିଛି ଯେ ସନ୍ତୋଷଙ୍କ ଦାଦା ଏବଂ ଅନ୍ୟ ସନ୍ଦିଗ୍ଧ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ହତ୍ୟାକାରୀମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଚଢାଉ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us