Advertisment

ବିଜାପୁରରେ ବନ୍ଧା ହେଲେ ୭ ନକ୍ସଲ, ୨ ଜଣଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର

ଛୁଟବାଇ ଗାଁରେ ସର୍ଚ୍ଚ ଅପରେସନ ବେଳେ ୭ ନକ୍ସଲଙ୍କୁ ମାଡ଼ି ବସିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ଥିବା ବେଳେ ୨ ଜଣଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ବି ଥିଲା ।

Search Operation

Search Operation

Advertisment

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବିଭିନ୍ନ ସମୟରେ ନକ୍ସଲି କାର୍ଯ୍ୟକଳାପ ଯୋଗୁ ବହୁ ଧନଜୀବନ ହାନୀ ହେଉଥିଲା। ଅକାଳରେ ବହୁ ସୁରକ୍ଷା କର୍ମୀଙ୍କ ସମେତ ସାଧାରଣ ଲୋକଙ୍କ ଜୀବନ ବି ଯାଉଥିଲେ। ଶେଷରେ ବିଜାପୁରରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ଼ ସଫଳତା । ଆଣ୍ଟିଂ ନକ୍ସଲ ଅପରେସନ ଜରିଆରେ ବନ୍ଧା ହୋଇଛନ୍ତି ୭ ନକ୍ସଲ ।

Advertisment

 ଛୁଟବାଇ ଗାଁରେ ସର୍ଚ୍ଚ ଅପରେସନ ବେଳେ ୭ ନକ୍ସଲଙ୍କୁ ମାଡ଼ି ବସିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ଥିବା ବେଳେ ୨ ଜଣଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ବି ଥିଲା ।

ଗିରଫ ହୋଇଥିବା ନକ୍ସଲଙ୍କ ମଧ୍ୟରେ ତାମୋ ଭିମା ଓ ଜ୍ୟୋତି ବି ସାମିଲ ଅଛନ୍ତି। ଭିମାଙ୍କ ମୁଣ୍ଡରେ ୨ ଲକ୍ଷ ଓ ଜ୍ୟୋତି ପରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

Advertisment

ସ୍ପେଶାଲ ଟାକ୍ସ ଫୋର୍ସ, କୋବ୍ରା ବାଟାଲିୟନ, ସିଆରପିଏଫ ବାଟାଲିୟନ ଓ ସ୍ଥାନୀୟ ପୁଲିସ୍‌ ସହାୟତାରେ ଛୁଟବାଇ ଗାଁ ନିକଟରେ ଆଣ୍ଟିଂ ନକ୍ସଲ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷା କର୍ମୀମାନେ ଜଙ୍ଗଲରେ ଅପରେସନ ଚଳାଇ ଲୁଚି ରହିଥିବା ୭ ନକ୍ସଲଙ୍କୁ କାବୁ କରିଛନ୍ତି।

ଗିରଫ ନକ୍ସଲମାନେ ବହୁ ହିଂସାତ୍ମକ ଘଟଣାରେ ସାମିଲ ଥିଲେ। ଛୁଟବାଇରେ ଥିବା ସିକ୍ୟୁରିଟି କ୍ୟାମ୍ପ ଉପରେ ଆକ୍ରମଣ ତଥା ବିଜାପୁରରେ ଗତ କିଛି ଦିନ ହେବ ହେଉଥିବା ବହୁ ନକ୍ସଲି ହିଂସାକାଣ୍ଡରେ ସେମାନେ ସାମିଲ ଥିବା ଜଣାଯାଇଛି।

Chhattisgarh Naxal Activities Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe