Advertisment

ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନ

ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌ ଏବେ ନୂଆ ଦିଲ୍ଲୀର ତିହାର ଜେଲରେ ଅଛି।

Chhota Rajan

Chhota Rajan

Advertisment

ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌କୁ ମିଳିଲା ବଡ଼ ଆଶ୍ୱସ୍ତି। ୨୦୦୧ ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟୀଙ୍କ ହତ୍ୟାକାଣ୍ଡ ମାମଲାରେ ମିଳିଲା ଜାମିନ। ବମ୍ବେ ହାଇକୋର୍ଟ ତାକୁ ଜମାନି ପ୍ରଦାନ କରିଛନ୍ତି। ଏକ ଲକ୍ଷ ଟଙ୍କା ମୁଚଳିକାରେ ତାକୁ ଏହି ଜାମିନ ପ୍ରଦାନ କରାଯାଇଛି।

Advertisment

ହୋଟେଲ ବ୍ୟବାସୟୀ ଜୟା ଶେଟ୍ଟୀ ହତ୍ୟା ମାମଲାରେ ଛୋଟା ରାଜନ ଦୋଷୀ ସାବ୍ୟସ୍ତ ହୋଇଥିଲା। ଚଳିତ ବର୍ଷ ମେ' ୩୦ ତାରିଖରେ ଏକ ସ୍ୱତନ୍ତ୍ର ମୋକକା ଅଦାଲତ ଛୋଟା ରାଜନ ଓ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କିଛି ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ତେବେ ବମ୍ବେ ହାଇକୋର୍ଟ ଆଜି ଏହି ଦଣ୍ଡରୁ ମୁକ୍ତ କରିବା ସହ ଛୋଟା ରାଜନକୁ ଜାମିନ ପ୍ରଦନା କରିଛନ୍ତି।

ଜଷ୍ଟିସ ରେବତି ମୋଇତେ ଡେରେ ଓ ଜଷ୍ଟିସ ପୃଥ୍ୱୀରାଜ ଚୌହାନଙ୍କ ଖଣ୍ଡପୀଠ ତାଙ୍କୁ ଜମିନ ପ୍ରଦାନ କରିବା ସହ ବେଲ ବଣ୍ଡ ବାବଦକୁ ଏକ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଛୋଟା ରାଜନକୁ ଜାମିନ ମିଳିଥିଲେ ସୁଦ୍ଧା ଅନ୍ୟ ଅପରାଧିକ ମାମଲାରେ ସେ ଜେଲରେ ହିଁ ରହିବ।

Advertisment

ଛୋଟା ରାଜାନ ବିରୋଧରେ ବଟି ଆଦାୟ ଓ ଏ ସମ୍ବନ୍ଧୀୟ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ତେଣୁ ହୋଟେଲ ମାଲିକଙ୍କୁ ହତ୍ୟା ମାମଲାରେ ତାଙ୍କ ତଥା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ MCOCA ଅଧୀନରେ ମଧ୍ୟ ମାମଲା ରୁଜୁ କରାଯାଇଥିଲା। ଏହି ହତ୍ୟା ମାମଲାରେ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଦୁଇଟି ପୃଥକ ପୃଥକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ପ୍ରମାଣ ଅଭାବରୁ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

୨୦୦୧ ମେ' ୪ ତାରିଖରେ ମୁମ୍ବାଇର ଗ୍ରାମଦେବୀରେ ଥିବା ଗୋଲ୍ଡେନ କ୍ରାଉନ ହୋଟେଲର ମାଲିକ ଜୟା ଶେଟ୍ଟୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଛୋଟା ରାଜନ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ତାଙ୍କୁ ହତ୍ୟା କରିଥିଲେ।

ଛୋଟା ରାଜନ ବିଦେଶରେ ରହୁଥିବାବେଳେ ଭାରତରେ ନିଜ ଗ୍ୟାଙ୍ଗ ଚଳାଉଥିଲା। ୨୦୧୫ରେ ଇଣ୍ଡୋନେସିଆରୁ ତାକୁ ଗିରଫ କରାଯାଇଥିଲା।  ଅକ୍ଟୋବର ୨୦୧୫ରେ ସେଠାରୁ ଭାରତକୁ ଅଣାଯାଇଥିଲା। ସେବେଠାରୁ ସେ ନୂଆଦିଲ୍ଲୀର ତିହାର ଜେଲରେ ଅଛି। ୨୦୧୧ ମସିହାରେ ସାମ୍ବାଦିକ ଜେ ଡେଙ୍କ ହତ୍ୟା ମାମଲାରେ ରାଜନ ଆଜୀବନ କାରାଦଣ୍ଡ କାଟୁଛି।

କହିରଖୁ ଯେ, ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣ ପରେ ଦାଉଦ ଇବ୍ରାହିମଙ୍କ ନିକଟରେ ଥିବା ଛୋଟା ରାଜନ ଦାଉଦ ଗ୍ୟାଙ୍ଗରୁ ଅଲଗା ହୋଇଯାଇଥିଲେ।

Bombay HighCourt Chhota Rajan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe