Advertisment

ଡନ୍‌ ଛୋଟା ରାଜନକୁ ମିଳିଲା ଆଜୀବନ ଜେଲଦଣ୍ଡ

ଜଜ ଏଏମ ପାଟିଲ ଆଇପିସିର ବିଭିନ୍ନ ଦଫାରେ ୨୩ ବର୍ଷ ତଳର ହତ୍ୟା ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Don

Don

Advertisment

ମାଫିଆ ଡନ୍‌ ରାଜେନ୍ଦ୍ର ଏସ୍ ନିଖାଲଜେ ଓରଫ ଛୋଟା ରାଜନକୁ ମୁମ୍ବାଇର ସ୍ପେଶାଲ କୋର୍ଟ ଗୋଟିଏ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୧ ମସିହା ମୁମ୍ବାଇର ଜଣେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କୁ ହତ୍ୟାର କରିବା ଘଟଣାରେ ତାକୁ ଏଭଳି ଦଣ୍ଡ ମିଳିଛି।

Advertisment

ସ୍ପେଶାଲ ମକା କୋର୍ଟ ଜଜ ଏଏମ ପାଟିଲ ଆଇପିସିର ବିଭିନ୍ନ ଦଫାରେ ୨୩ ବର୍ଷ ତଳର ହତ୍ୟା ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦକ୍ଷିଣ ମୁମ୍ବାଇର ଗୋଲଡେନ କ୍ରାଉନ ହୋଟେଲ ଓ ବାର୍‌ର ମାଲିକ ହେଉଛନ୍ତି ଜୟା ସେଟ୍ଟୀ। ତାଙ୍କ ସହ ଛୋଟା ରାଜନର ତିକ୍ତତା ଚାଲିଥିଲା।

୨୦୦୧ ମସିହା ମେ ୪ ତାରିଖରେ ରାଜନର ଦୁଇ ଜଣ ଶୁଟର ହୋଟେଲ ପରିସରରେ ପ୍ରବେଶ କରିଥିଲେ। ଏହାପରେ ଉପର ଫ୍ଲୋରରେ ସେମାନେ ଜୟା ସେଟ୍ଟୀଙ୍କୁ ହତ୍ୟା କରିଥିଲେ। ହତ୍ୟା ପୂର୍ବରୁ ସେଟ୍ଟୀଙ୍କୁ ରାଜନର ସହଯୋଗୀମାନେ ବଟି ଦେବାକୁ ଧମକ ଦେଉଥିଲେ। ଏଥିପାଇଁ ତାଙ୍କୁ ପୁଲିସ୍‌ ସୁରକ୍ଷା ମିଳିଥିଲା। ତେବେ ପୁଲିସ୍‌ ସୁରକ୍ଷା ହଟିବାର ୨ ମାସ ପରେ ତାଙ୍କୁ ହତ୍ୟା କରାଯାଇଥିଲା।

Advertisment

ଏହାପୂର୍ବରୁ ସାମ୍ବାଦିକ ଜେ ଦେଙ୍କ ହତ୍ୟା ମାମଲାରେ ମଧ୍ୟ ରାଜନକୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ୨୦୧୧ ମସିହା ଜୁନ ୧୧ରେ ସାମ୍ବାଦିକ ଦେଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା।

୧୯୮୯ରୁ ରାଜନ ଦୁବାଇ ଚାଲି ଯାଇଥିଲା। ଭାରତର ମୋଷ୍ଟୱାଣ୍ଟେଣ୍ଡ ରାଜନକୁ ଶେଷରେ ଇଣ୍ଡୋନେସିଆର ପୁଲିସ୍‌ ବାଲିରୁ ଗିରଫ କରିଥିଲା। ଫେରାର ହେବାର ୨୭ ବର୍ଷ ଅର୍ଥାତ ୨୦୧୫ରେ ଇଣ୍ଡୋନେସିଆ ତାକୁ ଧରି ଭାରତକୁ ହସ୍ତାନ୍ତର କରିଥିଲା।

Mumbai Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe