Advertisment

ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ

ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।

author-image
Hemant Lenka
Chhota Rajan

Chhota Rajan

ତିହାର ଜେଲରେ ବନ୍ଦୀ ଜୀବନ କାଟୁଥିବା ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ ଶୁକ୍ରବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛି। ରାଜନର ସାଇନସ ସମସ୍ୟା ରହିଛି। ଏହାର ଅପରେସନର ଆବଶ୍ୟକତା ଥିବା ଡାକ୍ତରୀ ଟିମ କହିଛନ୍ତି। ତେଣୁ ତାକୁ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

Advertisment

ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା। ୨୦୦୧ରେ ଜୟା ସେଟ୍ଟୀଙ୍କୁ ହତ୍ୟା କରାଯାଇଥିଲା। ତେବେ ୨୦୨୪ ଅକ୍ଟୋବରରେ ସମାନ ମାମଲାରେ ରାଜନକୁ ଜାମିନ ମିଳିଥିଲା। କାରଣ ବମ୍ବେ ହାଇକୋର୍ଟ ତା’କୁ ମିଳିଥିବା ଆଜୀବନ ଜେଲଦଣ୍ଡକୁ ଖରାଜ କରିଥିଲେ।

ତେବେ ରାଜନ ଜେଲରୁ ବାହାରି ପାରି ନଥିଲା। ସାମ୍ବାଦିକ ଜେ ଦେଙ୍କ ହତ୍ୟା ଘଟଣାରେ ସ୍ୱତନ୍ତ୍ର କୋର୍ଟ ତା’କୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ତେଣୁ ଜାମିନ ସତ୍ତ୍ୱେ ଜେଲରେ ରହିଥିଲା।

Advertisment

ଗତ ସପ୍ତାହରେ ଛୋଟା ରାଜନ ଗ୍ୟାଙ୍ଗର ଜଣେ ସଦସ୍ୟକୁ ପୁଲିସ୍‌ ୩୨ ବର୍ଷ ପରେ ଗିରଫ କରିଥିଲା। ୧୯୯୨ ମସିହା ଦାଦର ପୁଲିସ ଷ୍ଟେସନରେ ହୋଇଥିବା ଫାୟାରିଂ ଓ ଆଉ ଏକ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ବିଳାସ ପାୱାରକୁ ଗିରଫ କରାଯାଇଥିଲେ। ପାୱାର ଏକଦା ଛୋଟା ରାଜନର ଅତ୍ୟନ୍ତ ଘନିଷ୍ଠ ଭାବେ କାମ କରୁଥିଲା।

Mumbai Chhota Rajan