Advertisment

ଜରୁରୀ ଅବତରଣ କଲା ମୁଖ୍ୟ ନିର୍ବାଚନ କମିଶନରଙ୍କ ହେଲିକପ୍ଟର, ଉଦ୍ଧାର ପାଇଁ ଗଲା ଟିମ

ହେଲିକପ୍ଟଟି ମିଲାମ ଗ୍ଲାସିୟର ଅଭିମୁଖେ ଯିବାର ଥିଲା। ହେଲେ ଅଧା ବାଟରେ ଖରାପ ପାଗ ଯୋଗୁ ପାଇଲଟ ଠିକ ଭାବେ ଆଗକୁ ଦେଖି ପାରି ନଥିଲେ।

Rajiv Kumar

Rajiv Kumar

Advertisment

ଟଳିଛି ବଡ଼ ବିପଦ। ଅଳ୍ପକେ ବର୍ତ୍ତିଛନ୍ତି ମୁଖ୍ୟ ନର୍ବାଚନ କମିଶନର ରାଜୀବ କୁମାର ଓ ଉତ୍ତରାଖଣ୍ଡର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜୟ କୁମାର। ସେମାନଙ୍କୁ ନେଇ ଯାଉଥିବା ହେଲକପ୍ଟର ଜରୁରୀ ଅବତରଣ କରିଛି। ପିଥୋରଗଡ଼ର ମୁନସୟାରି ଠାରେ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିବା ବେଳେ ଏହା ମଧ୍ୟରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।

Advertisment

ହେଲିକପ୍ଟଟି ମିଲାମ ଗ୍ଲାସିୟର ଅଭିମୁଖେ ଯିବାର ଥିଲା। ହେଲେ ଅଧା ବାଟରେ ଖରାପ ପାଗ ଯୋଗୁ ପାଇଲଟ ଠିକ ଭାବେ ଆଗକୁ ଦେଖି ପାରି ନଥିଲେ। ଆଗକୁ ଯିବାରେ ବିପଦ ଥିବାରୁ ସେ ରାଲାମ ହେଲିପ୍ୟାଡରେ ହେଲିକପ୍ଟରୁ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ।

ଏହାପରେ ମୁଖ୍ୟ ନିର୍ବାଚନ କମିଶନ, ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଓ ବିଜୟ କୁମାରଙ୍କୁ ନିକଟରେ ଥିବା ଗୋଟିଏ ଘରକୁ ନିଆଯାଇଥିଲା। ସେଠାରେ ସେମାନେ ରହିଛନ୍ତି।

Advertisment

ପ୍ରଶାସନ ପକ୍ଷରୁ ଲିଲାମ, ପାଟୋ ଓ ମିଲାମରୁ ୩ଟି ଉଦ୍ଧାରୀକର ଦଳ ଘଟଣାସ୍ଥଳକୁ ପଠାଯାଇଛି। ସେମାନେ ଟ୍ରେକିଂ କରି ଘଟଣାସ୍ଥଳକୁ ଆସୁଛନ୍ତି। କାରଣ ହେଲିକପ୍ଟର ଅବତରଣ କରିଥିବା ସ୍ଥାନକୁ ଠିକ ଭାବେ ସଡ଼କ ପଥ ନାହିଁ।

ଆଜି ରାତି ସୁଦ୍ଧା ସେମାନେ ଘଟଣାସ୍ଥଳରେ ପହଞ୍ଚି ଯିବେ। ଆସନ୍ତାକାଲି ଦିନ ୧୦ଟା ସୁଦ୍ଧା ସମସ୍ତଙ୍କୁ ସେଠାରୁ ଉଦ୍ଧାର କରି ଅଣାଯିବ।

Chief Election Commission Rajiv Kuma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe