Advertisment

ମାଗଣା ରାବଡି ବଣ୍ଟନ ଉପରେ ଲାଗିବ ରୋକ୍‌

ନିର୍ବାଚନ ବେଳେ ଡିଜିଟାଲ ପେ-ମେଣ୍ଟ ଠାରୁ ଆରମ୍ଭ କରି ମାଗଣା ଜିନିଷ ବାଣ୍ଟିବା ଉପରେ କଡା ନଜର ରଖାଯିବ। ମାଗଣା ଜିନିଷ ବଣ୍ଟନ ଉପରେ ରୋକ ଲଗାଇବା ପାଇଁ ଚେଷ୍ଟା କରାଯିବ।

Chief Election Commissioner

Chief Election Commissioner

Advertisment

ବାଜି ସାରିଛି ନିର୍ବାଚନ ବିଗୁଲ। ଘୋଷଣା ହୋଇଛି ଲୋକସଭା ନିର୍ବାଚନ ତାରିଖ। ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ପଡିବ। ତେବେ ନିର୍ବାଚନ ଆସିଲେ ଉଡେ ପୁଳାପୁଳା ଟଙ୍କା ଓ ବଣ୍ଟନ ହୁଏ ମାଳ ମାଳ ମାଗଣା ଜିନିଷ। ଏସବୁ ଉପରେ ଏବେ ରହିବ କଡା। ଆଉ ମାଗଣା ରାବଡି ବାଣ୍ଟି ପାରିବେନି ରାଜନୈତିକ ଦଳ। ଏହା ଉପରେ ଲାଗାଯିବ ଲଗାମ। ଏଭଳି କିଛି ଘୋଷଣା କରିଛନ୍ତି ମୁଖ୍ୟ ନର୍ବାଚନ କମିଶନ।

Advertisment

ନିର୍ବାଚନ କମିଶନରଙ୍କ କହିବା ମୁତାବକ, ଏଥର ନିର୍ବାଚନ ପରିଚାଳନା ପାଇଁ ଆମ ଆଗରେ ୪ଟି ବଡ଼ ଚ୍ୟାଲେଞ୍ଜ ରହିଛି। ବାହୁବଳ, ଧନ ବଳ, ମିଥ୍ୟା ସୂଚନା ବା ମିଥ୍ୟା ଖବର ପ୍ରସାରଣ ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ଏକ ବଡ ଚ୍ୟାଲେଞ୍ଜ। ଏହାକୁ କଡାକଡି ଭାବେ ସମାଧାନ କରାଯିବ।

ନିର୍ବାଚନ ବେଳେ ଡିଜିଟାଲ ପେ-ମେଣ୍ଟ ଠାରୁ ଆରମ୍ଭ କରି ମାଗଣା ଜିନିଷ ବାଣ୍ଟିବା ଉପରେ କଡା ନଜର ରଖାଯିବ। ମାଗଣା ଜିନିଷ ବଣ୍ଟନ ଉପରେ ରୋକ ଲଗାଇବା ପାଇଁ ଚେଷ୍ଟା କରାଯିବ। ଏଥିସହ ଧନବଳ ଓ ବାହୁବଳ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଲୋକସଭା ନିର୍ବାଚନ ବେଳେ ଯଦି କ୍ୟାସ୍‌ର ଡିମାଣ୍ଡ ବଢ଼େ ତେବେ ଏହା ଉପରେ ବ୍ୟାଙ୍କ ନଜର ରଖିବେ। ସୋଶାଲ ମିଡିଆରେ ଉପରେ ମଧ୍ୟ କଡା ନଜର ରହିବ।

Advertisment

ସେହିପରି ନିର୍ବାଚନ ବେଳେ ଯଦି ହିଂସା ଭଳି କୌଣସି ପରିସ୍ଥିତି ଉପୁଜେ କିମ୍ବା ଅଭିଯୋଗ ଆସେ ୧୦୦ ମିନିଟ୍‌ ମଧ୍ୟରେ ତା'ର ସମାଧାନ କରାଯିବ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଅପରାଧଙ୍କ ଉପରେ କଡା ନଜର ରହିବ। ସୀମାରେ ଡ୍ରୋନ ଜରିଆରେ କଡା ପହରା ଦିଆଯିବ।

ନିର୍ବାଚନ କମିଶନରଙ୍କ କହିବା ମୁତାବକ, କିଛି ରାଜ୍ୟ ଧନବଳର ପ୍ରୟୋଗ ଅଧିକ ମାତ୍ରାରେ ହେଉଛି। ବର୍ତ୍ତମାନ ସୁଦ୍ଧା ୩୪୦୦ କୋଟିର ନଗଦ ଟଙ୍କା ଜବତ କରାଯାଇଛି। ତେଣୁ ଡିଜିଟାଲ ପେ-ମେଣ୍ଟ ଉପରେ କଡା ନଜର ରଖିବାକୁ ସମସ୍ତ ବ୍ୟାଙ୍କଗୁଡିକୁ କୁହାଯାଇଛି।

Election Commission Of India Loksabha Election 2024 Freebies
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe