Advertisment

ଅଳ୍ପ ସମୟ ପାଇଁ ହେଉ ପଛେ, ଏବେ ବି ମୁଁ ଦାୟିତ୍ୱରେ ଅଛି: କାହିଁକି ରାଗିଲେ ପ୍ରଧାନ ବିଚାରପତି ?

ନଭେମ୍ବର ୧୦ରେ ସିଜେଆଇ ପଦରୁ ଜଷ୍ଟିସ ଚନ୍ଦ୍ରଚୂଡ଼ ଅବସର ନେବେ। ବରିଷ୍ଠତା ଭିତ୍ତିରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ।

author-image
Hemant Lenka
CJI

CJI

ପୁଣିଥରେ ଜଣେ ଓକିଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। କୋର୍ଟ ରୁମରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଡାକିଥିବା ରାୟ ସମ୍ପର୍କରେ ଓକିଲ ଜଣଙ୍କ ବିସ୍ତୃତ ଭାବେ କୋର୍ଟ ମାଷ୍ଟରଙ୍କ ଠାରୁ ଆଣି ଯାଞ୍ଚ କରିଥିବା କହିଥିଲେ। ବାସ୍‌ ଏହାଶୁଣି ପୂରା ରାଗି ଯାଇଥିଲେ ସିଜେଆଇ। ସେ କହିଥିଲେ “ମୁଁ କୋର୍ଟ ରୁମରେ କ’ଣ ଡାକିଥିଲି ବା ରାୟରେ ଉଲ୍ଲେଖ କରିବାକୁ କହିଥିଲି, ସେକଥା କୋର୍ଟ ମାଷ୍ଟରଙ୍କୁ ପଚାରିବାକୁ ଆପଣଙ୍କର ସାହାସ କେମିତି ହେଲା?

Advertisment

କାଲି ଆପଣ ମୋ ଘରକୁ ଆସିବେ ଓ ମୋ ବ୍ୟକ୍ତିଗତ ସଚିବଙ୍କୁ ମୁଁ କ’ଣ କରୁଛି ବୋଲି ପଚାରିବେ। ଓକିଲମାନେ ସେମାନଙ୍କ ହିତାହିତ ଜ୍ଞାନ ହାଇ ସାରିଲେଣି ନା ଆଉ କ’ଣ?”

ସେ ଆହୁରି କହିଛନ୍ତି. “ଅଳ୍ପ ସମୟ ପାଇଁ ହେଉ ପଛେ, ଏବେ ବି ମୁଁ ଚାର୍ଜରେ ଅଛି। ଏପରି ପିଲାଳିଆମୀ କୌଶଳ ପୁଣି ଆପଣାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଏବେ କୋର୍ଟରେ ମୋର ଶେଷ ଦିନଗୁଡ଼ିକ ଚାଲିଛି। ଗୋଟିଏ ମଧ୍ୟସ୍ଥତା ନିର୍ଦ୍ଦେଶର ଶୁଣାଣି ବେଳେ ଏପରି ଘଟଣା ଘଟିଛି।

Advertisment

ନଭେମ୍ବର ୧୦ରେ ସିଜେଆଇ ପଦରୁ ଜଷ୍ଟିସ ଚନ୍ଦ୍ରଚୂଡ଼ ଅବସର ନେବେ। ବରିଷ୍ଠତା ଭିତ୍ତିରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ।

ଦୁଇ ବର୍ଷ ଧରି ସିଜେଆଇ ପଦରେ ଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ସବୁବେଳେ କୋର୍ଟର ଡେକରମ ସମ୍ପର୍କରେ କହି ଆସୁଛନ୍ତି। ଏଥିସହ ଓକିଲମାନଙ୍କୁ ଅନେକ ସମୟରେ ତାଗିଦ ମଧ୍ୟ କରିବାର ନିଜର ରହିଛି।

ଚଳିତ ସପ୍ତାହରେ ହିଁ ସେ ଜଣେ ଓକିଲଙ୍କୁ ତାଗିଦ କରିଥିଲେ। ଖଣ୍ଡପୀଠଙ୍କୁ ସମ୍ବୋଧନ କରିବା ବେଳେ ଓକିଲ ଜଣଙ୍କ ବାରମ୍ବାର ୟା ୟା ଶବ୍ଦର ବ୍ୟବହାର କରୁଥିଲେ। ଏହା ଶୁଣି ସିଜେଆଇ ରାଗି ଯାଇଥିଲେ। ସେ କହିଥିଲେ, “ଏହା କଫି ଶପ ନୁହେଁ। କ’ଣ ଏହି ୟା ୟା। ମୋର ଏହି ୟା ୟା ଶବ୍ଦ ପ୍ରତି ଅତ୍ୟନ୍ତ ବିତୁଷ୍ଣା ରହିଛି। ଏହାକୁ ଅନୁମତି ମିଳିପାରିବ ନାହିଁ।”

Supreme Court CJI