Advertisment

ସିବିଆଇକୁ ପ୍ରଧାନ ବିଚାରପତିଙ୍କ ବଡ଼ ପରାମର୍ଶ: କହିଲେ ଏହି ସବୁ ମାମଲାରେ ଫୋକସ କରୁ ସଂସ୍ଥା

ଦେଶ ବିରୋଧୀ ଅର୍ଥନୀତିକ ଅପରାଧ ସହ ଜଡ଼ିତ ମାମଲା ଉପରେ ମଧ୍ୟ ସିବିଆଇ ଫୋକସ କରିବା ଉଚିତ। ପ୍ରତ୍ୟେକ ମାମଲା ସିବିଆଇକୁ ହସ୍ତାନ୍ତର କରିବା ଠିକ ନୁହେଁ।

CJI

CJI

Advertisment

ଦେଶର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)କୁ ବଡ଼ ପରାମର୍ଶ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ପ୍ରସାର ବହୁତ କମ। ସେମାନେ ଜାତୀୟ ସୁରକ୍ଷା ଓ ଦେଶ ବିରୋଧୀ ଅପରାଧ ଉପରେ ଫୋକସ କରିବା ଦରକାର।

Advertisment

ସୋମବାର ସିବିଆଇର ପ୍ରତିଷ୍ଠା ଦିବସରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, ଆଜି ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା କେବଳ ସେହି ମାମଲାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ଯେଉଁଥିରେ ଜାତୀୟ ସୁରକ୍ଷା ଓ ଦେଶ ବିରୋଧୀ ଅପରାଧ ଜଡ଼ିତ ରହିଛି।

ଦୁର୍ନୀତି ନିବାରଣ ଏଜେନ୍ସି ଭାବେ ଏହାର ଭୂମିକା ବ୍ୟତୀତ ବିଭିନ୍ନ ଅପରାଧିକ ମାମଲାର ତଦନ୍ତ କରିବାକୁ ସିବିଆଇକୁ କୁହାଯାଉଛି। ସମସ୍ତଙ୍କ ଆଶା ଅନୁଯାୟୀ ସିବିଆଇକୁ ଏହି ଦାୟିତ୍ୱ ଠିକ ଭାବେ ସମ୍ପାଦନ କରିବାକୁ ଅନେକ ଗୁରୁଦାୟିତ୍ୱ ନିର୍ବାହ କରିବାକୁ ପଡ଼ୁଛି। କିନ୍ତୁ ଏହାର ସୀମିତ ପରିସର ହେତୁ ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ କେବଳ ଜାତୀୟ ସୁରକ୍ଷା ସହ ଜଡ଼ିତ ମାମଲା ଉପରେ ଧ୍ୟାନ ଦେବା ଆବଶ୍ୟକ।

Advertisment

ଦେଶ ବିରୋଧୀ ଅର୍ଥନୀତିକ ଅପରାଧ ସହ ଜଡ଼ିତ ମାମଲା ଉପରେ ମଧ୍ୟ ସିବିଆଇ ଫୋକସ କରିବା ଉଚିତ। ପ୍ରତ୍ୟେକ ମାମଲା ସିବିଆଇକୁ ହସ୍ତାନ୍ତର କରିବା ଠିକ ନୁହେଁ।

ବର୍ତ୍ତମାନ ଅପରାଧ କ୍ଷେତ୍ର ବଦଳିଛି। ଟେକ୍ନୋଲୋଜି ଅପରାଧ କ୍ଷେତ୍ରରେ କିପରି ପରିବର୍ତ୍ତନ ଆଣିଛି, ତା’ହା ଉପରେ ମଧ୍ୟ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ। ବର୍ତ୍ତମାନ ଟେକ୍ନୋଲୋଜି ଆଧାରିତ ଅପରାଧର ବୃଦ୍ଧି ପାଇଛି। ଏଥିପାଇଁ ସିବିଆଇ ଜଟିଳ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି।

ତେଣୁ ସବୁ ତଦନ୍ତକାରୀ ସଂସ୍ଥା ଓ ଏଫଏସଏଲ ସମେତ ସବୁ ଅଂଶିଦାରମାନେ ଏକାଠି ୱାର୍କଶପ କରି ସାମ୍ନାକୁ ଆସୁଥିବା ଚ୍ୟାଲେଞ୍ଜର ମୁକାବିଲା କରନ୍ତୁ। ଷ୍ଟ୍ରକଚରାଲ ସଂସ୍କାର ସହ ସିବିଆଇରେ ଅପଗ୍ରେଡ କରାଯିବା ସପକ୍ଷରେ ଜଷ୍ଟିସ ଚନ୍ଦ୍ରଚୂଡ଼ ମତ ରଖିଛନ୍ତି।

CBI Supreme Court CJI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe