Advertisment

ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ ମାମଲା: ଶୁଣାଣିରୁ ଓହରି ଗଲେ ପ୍ରଧାନ ବିଚାରପତି

ଗତବର୍ଷ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତିକ୍ରମେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଗୋଟିଏ ସ୍ୱତନ୍ତ୍ର ପ୍ୟାନେଲ କରିବେ ବୋଲି କହିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତି ରହିବେ।

CJI

CJI

Advertisment

ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନ ବିରୋଧରେ ହୋଇଥିବା ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା। ସେ ନିଜ ଆଡ଼ରୁ ମାମଲାରୁ ଓହରି ଯାଇଥିବାରୁ ଏବେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୬ରେ ଆଉ ଏକ ବେଞ୍ଚରେ ହେବ।

Advertisment

ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ପାଇଁ ଗଠିତ ପ୍ୟାନେଲରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରିପତିଙ୍କୁ ବାଦ ଦେବା ପାଇଁ ଆଇନ ପ୍ରଣୟନ ହୋଇଛି। ଏହାକୁ ବିରୋଧ କରି ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଏର କରାଯାଇଛି।

ପ୍ରଧାନ ବିଚାରପତି ଜଷ୍ଟିସ ଖାନ୍ନା ଯେତେବେଳେ ସୁପ୍ରିମକୋର୍ଟରେ କେବଳ ବିଚାରପତି ଥିଲେ ଏହି ପିଟିସନ ଗୁଡ଼ିକର ଶୁଣାଣି ଆରମ୍ଭ କରିଥିଲେ। ସେହି ସମୟରେ ଆଇନକୁ ନେଇ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ।

Advertisment

ଏବେ ଜଷ୍ଟିସ ସଞ୍ଜୀବ ଖାନ୍ନା ପ୍ରଧାନ ବିଚାରପତି ହୋଇ ସାରିଛନ୍ତି। ପୁଣିଥରେ ଉକ୍ତ ମାମଲା ତାଙ୍କ ପାଖକୁ ପ୍ରଧାନ ବିଚାରପତି ରୂପେ ଶୁଣାଣି ପାଇଁ ଆସିଛି। ତେଣୁ ସେ ଏବେ ଏହାର ଶୁଣାଣିରୁ ଓହରି ଯାଇଛନ୍ତି।

ଗତବର୍ଷ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତିକ୍ରମେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଗୋଟିଏ ସ୍ୱତନ୍ତ୍ର ପ୍ୟାନେଲ କରିବେ ବୋଲି କହିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତି ରହିବେ।

ତେବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ମାତ ଦେବା ପାଇଁ ସଂସଦରେ ସଂଶୋଧିତ ବିଲ ଆଗତ କରିଥିଲେ। ସିଜେଆଇଙ୍କୁ ପ୍ୟାନେଲରୁ ବାଦ ଦେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କେନ୍ଦ୍ରମନ୍ତ୍ରୀ ରହିବେ ବୋଲି ବିଲରେ ବ୍ୟବସ୍ଥା ରହିଥିଲା।

ଉଭୟ ସଦନରେ ବିରୋଧୀ ଏହାକୁ ଜୋରଦାର ବିରୋଧ କରିଥିଲେ। ହେଲେ ହଙ୍ଗାମା ପାଇଁ ଅଧିକାଂଶ ବିରୋଧୀ ଦଳର ସାଂସଦ ଗୃହରୁ ନିଲମ୍ବିତ ହୋଇଥିବା ବେଳେ ସରକାର ଏହାକୁ ଉଭୟ ଗୃହରେ ପାସ କରାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହା ଆଇନରେ ମଧ୍ୟ ପରିଣତ ହୋଇଛି।

ଏହାକୁ ଏପ୍ରିଲ-ଜୁନ ଲୋକସଭା ନିର୍ବାଚନ ପୂର୍ବରୁ ହିଁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ସେତେବେଳେ ଜଷ୍ଟିସ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତା ଆଇନ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। ନିର୍ବାଚନ କମିଶନରେ ଦୁଇଟି ପଦ ଖାଲି ଥିବା ବେଳେ ଏସବୁ ଘଟଣା ଘଟିଥିଲା।

ମାର୍ଚ୍ଚ ମାସରେ ନିର୍ବାଚନ କମିଶନର ଅରୁଣ ଗୋଏଲ ପଦ ଛାଡ଼ିଥିବା ବେଳେ ଏହାର କିଛି ଦିନ ପୂର୍ବରୁ ଅନ୍ୟତମ ନିର୍ବାଚନ କମିଶନର ଅନୂପ ଚନ୍ଦ୍ର ପାଣ୍ଡେ ମଧ୍ୟ ସମାନ ପଦକ୍ଷେପ ନେଇଥିଲେ। ଫଳରେ ପ୍ୟାନେଲରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରହିଥିଲେ।

ବିରୋଧୀ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ବିରୋଧ କରିଥିଲେ ହେଁ ସରକାର ଏହାକୁ ଭୃକ୍ଷେପ କରି ନଥିଲେ। ଏପରି କି ସରକାର ଶ୍ରୀ ଗୋଏଲ ଓ ଶ୍ରୀ ପାଣ୍ଡେଙ୍କ ସ୍ଥାନରେ ନୂଆ ଆଇନ ବଳରେ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତି ଦେଇଛନ୍ତି। ତଥାପି ଆଇନ ବିରୋଧରେ ମାମଲା ସୁପ୍ରିମକୋର୍ଟରେ ପଡ଼ି ରହିଛି।

CJI Eci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe