Advertisment

ଆଇନଜୀବୀଙ୍କ ଉପରେ ଭୀଷଣ ରାଗିଲେ ପ୍ରଧାନ ବିଚାରପତି, କହିଲେ- ଚୁପ ରୁହ ଓ କୋର୍ଟରୁ ବାହାରି ଯାଅ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି ଗୋଟିଏ ଆବେଦନର ଶୁଣାଣି ବେଳେ ଭୀଷଣ ବିରକ୍ତ ପ୍ରକାଶ କରିଛନ୍ତି। ସେ ଜଣେ ଆଇଜୀବୀଙ୍କ କଥା ଶୁଣି ରାଗି ଯିବା ସହ ତାଙ୍କୁ ତୁରନ୍ତ କୋର୍ଟ ରୁମରୁ ବାହାରି ଯିବାକୁ କହିଛନ୍ତି।

author-image
Hemant Lenka
Chief Justice of India

Chief Justice of India

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି ଗୋଟିଏ ଆବେଦନର ଶୁଣାଣି ବେଳେ ଭୀଷଣ ବିରକ୍ତ ପ୍ରକାଶ କରିଛନ୍ତି। ସେ ଜଣେ ଆଇଜୀବୀଙ୍କ କଥା ଶୁଣି ରାଗି ଯିବା ସହ ତାଙ୍କୁ ତୁରନ୍ତ କୋର୍ଟ ରୁମରୁ ବାହାରି ଯିବାକୁ କହିଛନ୍ତି। ଗୋଟିଏ ଆବେଦନକୁ ଶୁଣାଣି ପାଇଁ ଲିଷ୍ଟିଂ କରିବା ବେଳେ ହୋଇଥିବା ଯୁକ୍ତିତର୍କ ବେଳେ ସିଜେଆଇ ବରିକ୍ତ ପ୍ରକାଶ କରିଥିଲେ। ଏଥିସହ ଯୁକ୍ତି କରୁଥିବା ଆଇନଜୀବୀଙ୍କୁ ଚୁପ ରହିବାକୁ କହିବା ସହ କୋର୍ଟରୁ ବାହାରି ଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜଷ୍ଟିସ ଚନ୍ଦ୍ରଚୂଡ଼ ଅତ୍ୟନ୍ତ ଉଚ୍ଚ ସ୍ୱରରେ ବରିଷ୍ଠ ଆଇନଜୀବୀ ବିକାଶ ସିଂହଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସୁପ୍ରିମକୋର୍ଟ ଆଇନଜୀବୀଙ୍କ ପାଇଁ ଜମି ଦେବା ସଂକ୍ରାନ୍ତ ମାମଲାର ଶୁଣାଣି ପାଇଁ ପକ୍ଷ ରଖୁଥିବା ବେଳେ ଏପରି ଘଟଣା ଘଟିଛି।

ପ୍ରଧାନ ବିଚାରପତି ଭୀଷଣ ରାଗି ଯାଇ କହିଛନ୍ତି ଯେ “ପାଟି ଚୁପ କରନ୍ତୁ। ତୁରନ୍ତ ଏହି କୋର୍ଟରୁ ବାହାରି ଯାଆନ୍ତୁ। ଆପଣ ଆମକୁ ଡରାଇ ପାରିବେ ନାହିଁ।”

Advertisment

ବିକାଶ ସିଂହ ହେଉଛନ୍ତି ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି। ସୁପ୍ରିମକୋର୍ଟ ପାଇଁ ମଞ୍ଜୁର ହୋଇଥିବା ଜମିକୁ ଆଇନଜୀବୀଙ୍କ ଚ୍ୟାମ୍ବର ବ୍ଲକ ଭାବେ ବ୍ୟବହାର କରିବାକୁ ଆସୋସିଏସନ କରୁଥିବା ଦାବି ସମ୍ପର୍କରେ ଶ୍ରୀ ସିଂହ ନିଜର ପକ୍ଷ ରଖିବାକୁ ଚାହୁଁଥିଲେ। ଏ ସଂକ୍ରାନ୍ତ ଆବେଦନକୁ ଲିଷ୍ଟିଂ ପାଇଁ ଆସୋସିଏସନ ୬ ମାସ ହେଲା ଚେଷ୍ଟା କରୁଥିଲେ ମଧ୍ୟ ଏଥିରେ ସଫଳତା ପାଇନି। ତେଣୁ ଆଜି ଶ୍ରୀ ସିଂହ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବାକୁ ସିଜେଆଇଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ।

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ଆପଣ କେବେ ହେଲେ ଏପରି ଜମି ପାଇଁ ଦାବି କରିପାରିବେ ନାହିଁ। ଆପଣ କୁହନ୍ତୁ ଆମେ କେଉଁ ଦିନ ବିନା କାମରେ ଏଠାରେ ବସି ରହିଛୁ।” ଏହାର ଜବାରେ ଶ୍ରୀ ସିଂହ କହିଥିଲେ, “ମୁଁ କେବେ ହେଲେ ଆପଣ ଏଠାରେ ବିନା କାମରେ ପୂରା ଦିନ ବସୁଛନ୍ତି ବୋଲି କହିନାହିଁ। ମୁଁ କେବଳ ଏହି ଘଟଣାକୁ ଲିଷ୍ଟିଂ କରିବାକୁ ଚାହୁଁଛି। ଯଦି ଏହା ହୋଇପାରିବ ନାହିଁ, ତା’ହେଲେ ମୁଁ ଏହାକୁ ଅଧିକ ତୀବ୍ର କରିବି ଓ ବାଧ୍ୟ ହୋଇ ଲର୍ଡଶିପଙ୍କ ବାସଭବନରେ ପହଞ୍ଚିବି। ମୁଁ ଚାହୁଁନି ବାର ଏମିତି କିଛି କାମ କରୁ।”

ଏହା ଶୁଣି ସିଜେଆଇ ପ୍ରବଳ ରାଗି ଯାଇଥିଲେ। ସେ କହିଥିଲେ, “ଆପଣ ପ୍ରଧାନ ବିଚାରପତିଙ୍କୁ ଧମକ ଦିଅନ୍ତୁ ନାହିଁ। କ’ଣ ଏହା ଉଚିତ ବ୍ୟବହାର? ମୁଁ ପ୍ରଧାନ ବିଚାରପତି। ୨୦୦୦ ମସିହା ମାର୍ଚ୍ଚ ୨୯ରୁ ମୁଁ ଏଠାରେ ଅଛି। ମୁଁ କେବେ ହେଲେ ନିଜକୁ ବାରର କୌଣସି ସଦସ୍ୟ, ଲିଟିଗାଣ୍ଟ କିମ୍ବା ଅନ୍ୟ କାହା ଦ୍ୱାରା ପ୍ରଭାବିତ ହେବାକୁ ଦେଇନି। ଏପରି କାମ ମୁଁ ମୋର କ୍ୟାରିୟରର ଶେଷ ୨ ବର୍ଷ ମଧ୍ୟରେ କେବେ ହେଲେ କରିବାକୁ ବି ଦେବିନି। ଆପଣଙ୍କୁ ଆମେ ଜଣେ ସାଧାରଣ ଲିଟିଗାଣ୍ଟ ଭାବେ ବିବେଚନା କରିବୁ। ଦୟା କରି ମୋତେ କିଛି କରିବାକୁ ବାଧ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କୁ ଆଦୌ ଶୋଭା ଦେବନାହିଁ।”

ଏହି କଥା କଟାକଟି ମଧ୍ୟରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଆଇନଜୀବୀ ଶ୍ରୀ ସିଂହଙ୍କୁ ଉଚ୍ଚ ସ୍ୱରରେ କଥା ନେବାକୁ ମଧ୍ୟ କହିଥିଲେ।

ସେ କହିଥିଲେ, “ଦୟା କରି ନିଜର ସ୍ୱର ବଢ଼ାନ୍ତୁ ନାହିଁ। ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ଭାବେ ଏପରି ବ୍ୟବହାର ଆଦୌ ଠିକ ନୁହେଁ। ଆପଣ ସୁପ୍ରିମକୋର୍ଟଙ୍କୁ ମିଳିଥିବା ଜମିକୁ ବାର ପାଇଁ ଚାହୁଁଛନ୍ତି। ମୁଁ ମୋର ନିଷ୍ପତ୍ତି ନେଇ ସାରିଛି। ୧୭ ତାରିଖରେ ଏହା ଉପରେ ବିଚେର ହେବ। ପ୍ରଥମେ ଏହାର ଶୁଣାଣି ହେବ।”

ଏହି ଯୁକ୍ତିତର୍କ ପରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଏନକେ କୌଲ ବାର୍‌ ପକ୍ଷରୁ ସିଜେଆଇଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି।

Supreme Court CJI