Advertisment

ଅବସରର କିଛି ଦିନ ପୂର୍ବରୁ ‘ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜା’ ବିବାଦକୁ ନେଇ ମୁହଁ ଖୋଲିଲେ ସିଜେଆଇ

ଆଉ କିଛି ଦିନ ପରେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଅବସର ନେବେ। ଏହାର କିଛି ଦିନ ପୂର୍ବରୁ ସେ ବିବାଦକୁ ନେଇ ମୁହଁ ଖୋଲିଛନ୍ତି।

author-image
Hemant Lenka
CJI

CJI

ଗଣେଶ ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରକୁ ଯିବା ଘଟଣା ବେଶ ବିବାଦ ସୃଷ୍ଟି କରିଥିଲା। ଏହି ବିବାଦ ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ସିଜେଆଇ ଚନ୍ଦ୍ରଚୂଡ଼।

Advertisment

ଆଉ କିଛି ଦିନ ପରେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଅବସର ନେବେ। ଏହାର କିଛି ଦିନ ପୂର୍ବରୁ ସେ ବିବାଦକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏପରି ଉତ୍ସବକାଳୀନ ଗସ୍ତ ବେଳେ ନ୍ୟାୟପାଳିକା ପ୍ରସଙ୍ଗରେ ଆଲୋଚନା ହୋଇ ନଥାଏ। ଗସ୍ତକୁ ନେଇ ସୃଷ୍ଟି ହେଉଥିବା ବିବାଦକୁ ସେ ଅଯଥା ଓ ତର୍କହୀନ ବୋଲି ଅବିହିତ କରିଛନ୍ତି। 

ସିଜେଆଇଙ୍କ କହିବା କଥା ଯେ ରାଜନୀତିକ କାର୍ଯ୍ୟନିର୍ବାହୀ ମୁଖ୍ୟମାନେ କବେଳ ସାମାଜିକ କାର୍ଯ୍ୟକ୍ରମରେ ବିଚାରପତିମାନଙ୍କ ଘରକୁ ଯାଆନ୍ତି। କିନ୍ତୁ ନ୍ୟାୟପାଳିକାର ସ୍ୱାଧୀନତା ଏତେ ଗଭୀର ଯେ କେବେ ହେଲେ ନ୍ୟାପାଳିକା ପ୍ରସଙ୍ଗରେ ଆଲୋଚନା ହୋଇ ନଥାଏ।

Advertisment

ମୁଖ୍ୟ ବିଚାରପତି, ପ୍ରଧାନ ବିଚାରପତି ଓ ବିଚାରପତିମାନଙ୍କ ଘରକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ସାମାଜିକ କାର୍ଯ୍ୟକ୍ରମ ଯଥା- ପିଲାମାନଙ୍କ ବାହାର ଭଳି ଉତ୍ସବ ପାଇଁ ଯାଆନ୍ତି। କିନ୍ତୁ ସେମାନେ କେବେ ବି ବିଚାରପତିଙ୍କ ସହ ନ୍ୟାୟପାଳିକା ପ୍ରସଙ୍ଗରେ କଥା ହୋଇଥିବା ମୁଁ ଜାଣି ନାହିଁ ବୋଲି ସେ କହିଛନ୍ତି। 

ଲୋକସତ୍ତା ବାର୍ଷିକ କାର୍ଯ୍ୟକ୍ରମରେ ସିଜେଆଇଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଣେଶ ପୂଜା ଗସ୍ତକୁ ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସିଜେଆଇ କହିଛନ୍ତି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ମଧ୍ୟରେ ଏପରି ବୈଠକ ନିୟମିତ ହୋଇଥାଏ ଓ ହେବା କଥା।

ଲୋକମାନେ ଭାବୁଛନ୍ତି ଏପରି ମିଟିଂ କାହିଁକି? ଆମର ରାଜନୀତିକ ବ୍ୟବସ୍ଥାର ପରିପକ୍ୱତା ହେଉଛି ଯେ ରାଜନୀତିକ ବିବାଦ ସତ୍ତ୍ୱେ ନ୍ୟାୟପାଳିକା ପ୍ରତି ସମସ୍ତଙ୍କ ସମ୍ମାନ ରହିଛି। ଏହା ସମସ୍ତଙ୍କୁ ଜଣା ଅଛି।

ନ୍ୟାୟପାଳିକାର ବଜେଟ ସରକାରଙ୍କ ପାଖରୁ ଆସେ। ଏହି ବଜେଟ ବିଚାରପତିମାନଙ୍କ ପାଇଁ ନୁହେଁ। ଆମକୁ ନୂଆ କୋର୍ଟ ବିଲଡିଂ ଆବଶ୍ୟକ। ଜିଲ୍ଲା ସ୍ତରରେ ବିଚାରପତିମାନଙ୍କର ନୂଆ ବାସଭବନ ଦରକାର। ଏଥିପାଇଁ ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଜରୁରୀ ବୋଲି ସେ କହିଛନ୍ତି।

ପ୍ରଧାନ ବିଚାରପତି ଆହୁରି କହିଛନ୍ତି ଯେ ସେ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ। ଏ ସମ୍ପର୍କରେ ସିଜେଆଇ କହିଛନ୍ତି, “ଯେତେବେଳେ ମୁଖ୍ୟ ବିଚାରପତି ନିଯୁକ୍ତ ହୁଅନ୍ତି, ସେ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯାଆନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ମଧ୍ୟ ମୁଖ୍ୟ ବିଚାରପତିଙ୍କ ଘରକୁ ଆସନ୍ତି। ଏହି ମିଟିଂ ଗୁଡ଼ିକ ଗୋଟିଏ ଏଜେଣ୍ଡା ପ୍ରସ୍ତୁତ କରନ୍ତି।

କହିବାକୁ ଗଲେ, ରାଜ୍ୟରେ ୧୦ଟି ପ୍ରକଳ୍ପ ହେବାକୁ ଯାଉଛି। ଏହାର ଭିତ୍ତିଭୂମି ଓ ବଜେଟ କ’ଣ? ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଗୁଡ଼ିକ ଜମିଜମା କଥା ସୂଚିତ କରନ୍ତି। ଏଥିପାଇଁ କ’ଣ ଆପଣ ମିଟିଂ କରିବେ ନାହିଁ? ଯଦି ଏସବୁ ଚିଠିରେ ହେବ, ତା’ହେଲେ କାମ କେବେ ବି ଶେଷ ହେବ ନାହିଁ।

ଆମ ରାଜନୀତିକ ବ୍ୟବସ୍ଥା ବେଶ ପରିପକ୍ୱ। ଏହି ସବୁ ମିଟିଂ ବେଳେ ମୁଖ୍ୟମନ୍ତ୍ରୀ କେବେ ବି ପଡ଼ି ରହିଥିବା ମାମଲା ସମ୍ପର୍କରେ ପଚାରନ୍ତି ନାହିଁ। ଯଦି ଅଗଷ୍ଟ ୧୪ ଓ ଜାନୁଆରୀ ୨୬ରେ ଗୋଟିଏ ବାହାଘର କିମ୍ବା ଶ୍ରଦ୍ଧାଞ୍ଜଳୀ ସଭା ହେବ, ତା’ହେଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ପରସ୍ପରକୁ ଭେଟି ପାରିବେ।

ଏହା ନ୍ୟାୟପାଳିକା କାମରେ ବାଧା ସୃଷ୍ଟି କରିପାରିବ ନାହିଁ। ଲୋକମାନେ ପଚାରୁଛନ୍ତି କ’ଣ ଡିଲ ହୋଇଥିଲା? ଏହା କେବଳ ଗୋଟିଏ ସକାରାତ୍ମକ ଆଲୋଚନା ଛଡ଼ା ଆଉ କିଛି ନୁହେଁ।”

PM Modi CJI CJI D Y Chandrachud