Advertisment

କେବଳ ସମ୍ବିଧାନ ପ୍ରତି ଅନୁଗତ ରହିବାକୁ ନିର୍ବାଚନ ପୂର୍ବରୁ ଜଜ୍‌ ଓ ଆଇନଜୀବୀଙ୍କୁ ସିଜେଆଇଙ୍କ ବାର୍ତ୍ତା

ଆଇନଜୀବୀ ଓ ବିଚାରପତିମାନେ ସମ୍ବିଧାନ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍। ବିଚାରପତିମାନେ ପକ୍ଷପାତ ନ କରି ନିଜର କାମ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
CJI

CJI

ବର୍ତ୍ତମାନ ଦେଶରେ ନିର୍ବାଚନ ଋତୁ ଚାଲିଛି। ଆଉ କିଛି ହାତ ଗଣତି ଦିନ ପରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହେବ। ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ଭାରତୀୟ କୌଣସି ନା କୌଣସି ରାଜନୀତିକ ବିଚାରଧାରା ପ୍ରତି ଆକୃଷ୍ଟ ହେଉଛନ୍ତି।

Advertisment

ଏହାକୁ ଦୃଷ୍ଟିରେ ରଖି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସମସ୍ତ ବିଚାରପତି ଓ ଓକିଲମାନଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଆଇନଜୀବୀ ଓ ବିଚାରପତିମାନେ କେବଳ ସମ୍ବିଧାନ ପ୍ରତି ଅନୁଗତ ରହିବା ଉଚିତ୍। ବିଚାରପତିମାନେ ପକ୍ଷପାତ ନ କରି ନିଜର କାମ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ନାଗପୁର ହାଇକୋର୍ଟ ବାର୍ ଆସୋସିଏସନର ଶତବାର୍ଷିକୀ ଉତ୍ସବରେ ଜଷ୍ଟିସ୍ ଚନ୍ଦ୍ରଚୁଦ୍ କହିଛନ୍ତି ଯେ ଆମ ଭଳି ଗୋଟିଏ ଜୀବନ୍ତ ଓ ଯୁକ୍ତିତର୍କ ଗଣତନ୍ତ୍ରରେ ଅଧିକାଂଶ ଲୋକ ଯେକୌଣସି ଗୋଟିଏ ରାଜନୀତିକ ବିଚାରଧାରା ପ୍ରତି ଆକୃଷ୍ଟ ଥାଆନ୍ତି। ଆରିଷ୍ଟୋଟଲ କହିଥିଲେ ମଣିଷମାନେ ରାଜନୀତିକ ପ୍ରାଣୀ ଓ ଓକିଲମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହନ୍ତି। ବାରର ସଦସ୍ୟମାନେ କୋର୍ଟ ଓ ସମ୍ବିଧାନ ସହିତ କୌଣସି ପ୍ରକାରର ପକ୍ଷପାତିତା କରିବା ଉଚିତ୍ ନୁହେଁ। ସେମାନେ ସମ୍ବିଧାନ ପ୍ରତି ବିଶ୍ୱସ୍ତ ରୁହନ୍ତୁ ବୋଲି ସିଜେଆଇ କହିଛନ୍ତି।

Advertisment

ଦେଶର ପ୍ରଧାନ ବିଚାରପତି ଆହୁରି କହିଛନ୍ତି ଯେ ନ୍ୟାୟପାଳିକା ଏହାର ସ୍ୱାଧୀନତା ଓ ନିରପେକ୍ଷ ନୀତି ବଜାୟ ରଖି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାଠାରୁ ସ୍ୱତନ୍ତ୍ର ରହିପାରିଛି। 

ତଥାପି ଆମେ ଭୁଲିଯିବା ଉଚିତ୍ ନୁହେଁ ଯେ ନ୍ୟାୟପାଳିକାର ସ୍ୱତନ୍ତ୍ରତା ଓ ବାର ଆସୋସିଏସନର ସ୍ୱାଧୀନତା ମଧ୍ୟରେ ଗୋଟିଏ ଗଭୀର ସମ୍ପର୍କ ରହିଛି।

ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚର ନିଷ୍ପତ୍ତି କଠୋର କାର୍ଯ୍ୟାନୁଷ୍ଠାନ, ବିସ୍ତୃତ ଆଇନଗତ ବିଶ୍ଳେଷଣ ଓ ସାମ୍ବିଧାନିକ ନୀତି ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି। ଥରେ ରାୟ ପ୍ରକାଶ ପାଇଯିବା ପରେ ଏହା ସର୍ବସାଧାରଣ ସମ୍ପତ୍ତିରେ ପରିଣତ ହୋଇଯାଇଥାଏ। ଗୋଟିଏ ଅନୁଷ୍ଠାନ ଭାବେ ଆମର ପରିସୀମା ବ୍ୟାପକ ଅଟେ।

ଆମେ ଉଭୟ ପ୍ରଶଂସା ଓ ସମାଲୋଚନାକୁ ଗ୍ରହଣ କରୁଛୁ। ଏହି ପ୍ରଶଂସା ଓ ସମାଲୋଚନା ସାମ୍ବାଦିକତା, ରାଜନୀତିକ ମନ୍ତବ୍ୟ କିମ୍ବା ସୋଶାଲ ମିଡିଆ ମାଧ୍ୟମରେ ହେଉ ପଛେ ଆମେ ସବୁ କିଛିକୁ ସହ୍ୟ କରୁଛୁ ବୋଲି ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଛନ୍ତି ଯେ ବାର୍ ଆସୋସିଏସନର ସଦସ୍ୟ ତଥା ଅଧିକାରୀ ଭାବେ ଆଇନଜୀବୀମାନେ କୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ସାଧାରଣ ଲୋକଙ୍କ ଭଳି ମନ୍ତବ୍ୟ ଦେବା ଉଚିତ୍ ନୁହେଁ।

Supreme Court CJI