Advertisment

Supreme Court: ଯଦି ପାରୁନ, ଭାରତ ଛାଡ଼ିଦିଅ: ହ୍ୱାଟସଆପ ନୀତିକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ

ନୀତି ସମ୍ପର୍କରେ ସୁପ୍ରିମକୋର୍ଟ ମତ ରଖିବା ସହ ଏହାକୁ ଦେଶର ଲକ୍ଷାଧିକ ଗରିବ ଓ ନିରକ୍ଷର ଲୋକ, ଜଣେ ଗରିବ ମହିଳା, ଜଣେ ରାସ୍ତା କଡ଼ର ଭେଣ୍ଡର କିମ୍ବା ଯିଏ କେବଳ ତାମିଲ କହୁଥିବେ, ସେମାନେ କ’ଣ ଏହାକୁ ବୁଝିପାରିବେ କି ପ୍ରଶ୍ନ କରିଛନ୍ତି।

author-image
Hemant Lenka
SC

ହ୍ୱାଟସଆପ

ଟେକ ଜିଆଣ୍ଟ ଓ ହ୍ୱାଟସଆପର ମାଲିକ ମେଟାକୁ ଧୋଇଛନ୍ତି ସୁପ୍ରିମକୋର୍ଟ। ଇନଷ୍ଟାଣ୍ଟ ମେସେଜିଂର ଗୋପନୀୟତା ନୀତିକୁ ନେଇ ସର୍ବୋଚ୍ଚ ଅଦାଲତ(Supreme Court) ମୂଳ କମ୍ପାନୀ ମେଟା ଉପରେ ଜୋରଦାର ବର୍ଷିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆମେରିକୀୟ କମ୍ପାନୀ ମେଟାକୁ ଚେତାବନୀ ଦେଇ କହିଛନ୍ତି ଯେ “ଆପଣ କେବେ ହେଲେ ଗୋପନୀୟତା ସହ ଖେଳିପାରିବେ ନାହିଁ। ଆମ ତଥ୍ୟର ଗୋଟିଏ ବି ଅଂଶ ଆମେ ଶେୟାର କରିବାକୁ ଆପଣକୁ ଅନୁମତି ଦେବୁ ନାହିଁ। ଭାରତୀୟଙ୍କୁ ଶୋଷଣ କରିବାକୁ ଅନୁମତି ଦେବାକୁ ଆମେ ନାହିଁ। ଯଦି ଆପଣ ପାରୁ ନାହାନ୍ତି, ତା’ହେଲେ ଭାରତ ଛାଡ଼ି ଦିଅନ୍ତୁ।”

Advertisment

ହ୍ୱାଟସଆପର ୨୦୨୧ ଗୋପନୀୟତା ନୀତି ସହ ଜଡ଼ିତ ପ୍ରସଙ୍ଗର ଶୁଣାଣି ସୁପ୍ରିମକୋର୍ଟ କରିଛନ୍ତି। ଭାରତର ପ୍ରତିଯୋଗିତା କମିଶନ ମେଟା ଉପରେ ୨୧୩ କୋଟିର ଫାଇନଲ ଲାଗୁ କରିଥିଲା। ଏହାକୁ କମ୍ପାନୀ ଆଇନ ଟ୍ରିବ୍ୟୁନାଲ କାଏମ ରଖିଥିଲେ। ସେହିପରି ବିଜ୍ଞାପନ ଉଦ୍ଦେଶ୍ୟରେ ଉପଭୋକ୍ତାଙ୍କ ତଥ୍ୟକୁ ବ୍ୟବହାର କରାଯିବା ପ୍ରସଙ୍ଗରେ ସିସିଆଇ ମଧ୍ୟ ଗୋଟିଏ କ୍ରସ ଆବେଦନ କରିଛି। ତେଣୁ ସର୍ବୋଚ୍ଚ ଅଦାଲତର ସ୍ୱତନ୍ତ୍ର ଖଣ୍ଡପୀଠ ପୂରା ମାମଲାର ଶୁଣାଣି କରିଛନ୍ତି। ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ବ୍ୟତୀତ ଜଷ୍ଟିସ ଜୟମଳୟ ବାଗଚି ଓ ଜଷ୍ଟିସ ବିପୁଳ ପାଞ୍ଚୋଲି ରହିଛନ୍ତି। 

ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ହାଜର ହୋଇଛି ବିଜ୍ଞାପନ ଉଦ୍ଦେଶ୍ୟରେ ତଥ୍ୟକୁ ଶେୟାର କରିବା ଭଳି ଗୋଟିଏ ଶୋଷଣ ନୀତିକୁ ସମାଲୋଚନା କରିଛନ୍ତି। ଏହା ଶୁଣି ପ୍ରଧାନ ବିଚାରପତି କହିଛନ୍ତି, “ଯଦି ଆପଣ ଆମ ସମ୍ବିଧାନକୁ ଅନୁସରଣ ନ କରିବେ, ତା’ହେଲେ ଭାରତ ଛାଡ଼ି ଦିଅନ୍ତୁ। ଆମେ କେବେ ହେଲେ ଦେଶର ନାଗରିକଙ୍କ ଗୋପନୀୟତାରେ ବୁଝାମଣା କରିପାରିବୁ ନାହିଁ।” 

Advertisment

ନୀତି ସମ୍ପର୍କରେ ସୁପ୍ରିମକୋର୍ଟ ମତ ରଖିବା ସହ ଏହାକୁ ଦେଶର ଲକ୍ଷାଧିକ ଗରିବ ଓ ନିରକ୍ଷର ଲୋକ, ଜଣେ ଗରିବ ମହିଳା, ଜଣେ ରାସ୍ତା କଡ଼ର ଭେଣ୍ଡର କିମ୍ବା ଯିଏ କେବଳ ତାମିଲ କହୁଥିବେ, ସେମାନେ କ’ଣ ଏହାକୁ ବୁଝିପାରିବେ କି ପ୍ରଶ୍ନ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, “ବେଳେବେଳେ ଆମେ ମଧ୍ୟ ଆପଣଙ୍କ ନୀତିଗୁଡ଼ିକ ବୁଝିବାରେ ସମସ୍ୟାର ସମ୍ମୁଖୀନ ହେଉଛୁ। ଏପରି ସ୍ଥିତିରେ ଗ୍ରାମୀଣ ବିହାରରେ ରହୁଥିବା ଲୋକମାନେ କେମିତି ଏସବୁ ବିଝିବେ? ଏହା ବ୍ୟକ୍ତିଗତ ତଥ୍ୟ ଚୋରି କରିବାର ଗୋଟିଏ ମାଧ୍ୟମ। ଆମେ କେବେ ହେଲେ ଏହାକୁ ଅନୁମତି ଦେଇପାରିବୁ ନାହିଁ।”

ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ନିଜେ ସମ୍ମୁଖୀନ ହୋଇଥିବା ସ୍ଥିତିର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, “ଯଦି ଜଣେ ଡାକ୍ତରଙ୍କୁ ହ୍ୱାଟସଆପରେ କୌଣସି ମେସେଜ ପଠାଉଛନ୍ତି ଓ କହୁଛନ୍ତି ଆପଣଙ୍କ ଦେହ ଭଲ ନାହଁ, ତା’ହେଲେ ଡାକ୍ତର ଆପରଙ୍କୁ କିଛି ମେଡିସିନ ଗ୍ରହଣ କରିବାକୁ କହିବେ। ଏହି କଥାବାର୍ତ୍ତା ହେବା କ୍ଷଣୀ ଆପଣ ସେହି ସଂକ୍ରାନ୍ତ ବିଜ୍ଞାପନ ଦେଖିବା ଆରମ୍ଭ କରିବେ।” 

ମେଟା ଓ ହ୍ୱାଟସଆପ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ଅଖିଲ ଶିବଲ ଏହାକୁ କାଉଣ୍ଟର କରି କହିଛନ୍ତି ଯେ ସମସ୍ତ ମେସେଜ ଦୁଇ ପକ୍ଷ ମଧ୍ୟରେ ହେଉଥିବା କଥାବାର୍ତ୍ତା। ଏହାର ଅର୍ଥ କମ୍ପାନୀ ଏହାର କଣ୍ଟେଣ୍ଟ ଆଦୌ ଦେଖିପାରିବ ନାହିଁ। ସେହିପରି ଜୋରିମାନା ଅର୍ଥକୁ ପୂର୍ବରୁ ହିଁ ଦାଖଲ କରାଯାଇ ସାରିଥିବା ସେମାନେ କହିଛନ୍ତି। 

ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ହ୍ୱାଟସଆପ ଓ ମେଟା ଲିଖିତ ଭାବେ ନ ଦେବା ଯାଏ କୋର୍ଟ କାର୍ଯ୍ୟ ଆଗକୁ ବଢ଼ିବ ନାହିଁ ବୋଲି ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ। 

ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ ଯେ ହ୍ୱାଟସଆପର ଗୋପନୀୟତା ନୀତିକୁ ଗୋଟିଏ ସାମ୍ୱିଧାନିକ ବେଞ୍ଚ ସମୀକ୍ଷା କରି ସାରିଛନ୍ତି ଓ ୨୦୨୧ ନୀତିକୁ ଗ୍ରହଣ କରି ନଥିବା କୌଣସି ଉପଭୋକ୍ତଙ୍କୁ ବାଦ ଦିଆଯିବ ନାହିଁ ବୋଲି କମ୍ପାନୀ ଲିଖିତ ଭାବେ କହି ସାରିଛି। ସେହିପରି ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ଆଇନ ୨୦୨୩କୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୭ ମେ’ ଯାଏ ସମୟ ରହିଛି ବୋଲି ଶ୍ରୀ ରୋହତଗୀ କହିଥିଲେ। ତେବେ ଜଷ୍ଟିସ ବାଗଚି କହିଥିଲେ ଯେ ଉକ୍ତ ଆଇନ ଏଯାଏ କାର୍ଯ୍ୟକାରୀ ହୋଇନି। 

ସଲିସିଟର ଜେନେରାଲ ମେହତା କହିଛନ୍ତି ଯେ ବ୍ୟକ୍ତିଗତ ତଥ୍ୟକୁ କେବଳ ବିକ୍ରି କରାଯାଉ ନାହିଁ ବରଂ ବ୍ୟବସାୟିକ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଉଛି। ଏହାଶୁଣି ଖଣ୍ଡପୀଠ ଏହାର ଯାଞ୍ଚ କରିବେ ବୋଲି କହିଛନ୍ତି। 

Supreme Court