Advertisment

ତାମିଲ ଲୋକ କର୍ଣ୍ଣାଟକାରେ ବ୍ଲାଷ୍ଟ କରୁଛନ୍ତି, କହି ଫସିଥିବା ବିଜେପି ନେତ୍ରୀ କ୍ଷମା ମାଗିଲେ

ତାମିଲନାଡ଼ୁ ଲୋକେ କର୍ଣ୍ଣାଟକା ଆସି ବମ୍‌ ବ୍ଲାଷ୍ଟ କରୁଛନ୍ତି ବୋଲି କହି ଫସିଗଲେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଶୋଭା କରନ୍ଦଲାଜେ । ନିଜ ବୟାନକୁ ନେଇ ବିବାଦ ଦେଖାଦେବାରୁ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରିଛନ୍ତି

author-image
Niharika Rout
Shobha-karandlaje & MK-stalin

Shobha-karandlaje & MK-stalin

ତାମିଲନାଡ଼ୁ ଲୋକେ କର୍ଣ୍ଣାଟକା ଆସି ବମ୍‌ ବ୍ଲାଷ୍ଟ କରୁଛନ୍ତି ବୋଲି କହି ଫସିଗଲେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଶୋଭା କରନ୍ଦଲାଜେ । ନିଜ ବୟାନକୁ ନେଇ ବିବାଦ ଦେଖାଦେବାରୁ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ କାହା ଭାବନାକୁ ଆଘାତ ପହଞ୍ଚାଇବା ତାଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Advertisment

ବାଙ୍ଗାଲୁରର ରାମେଶ୍ୱରମ କାଫେରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ଦେଇଥିବା ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ।

ଗତ ରବିବାର ବାଙ୍ଗାଲୁରୁରେ ଅଜାନ ପଢ଼ିବା ବେଳେ ହନୁମାନ ଚାଳିଶା ବଜାଇବାରୁ ଜଣେ ବ୍ୟବସାୟୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତିରେ ସାମିଲ ହୋଇ ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଉଥିବା ଶୋଭା ଅଭିଯୋଗ କରିଥିଲେ।

Advertisment

ଆସନ୍ତା ଲୋକସଭା ନିର୍ବାଚନ ନିମନ୍ତେ ବାଙ୍ଗାଲୁରୁ ଉତ୍ତରରୁ ପ୍ରାର୍ଥୀ ହୋଇଥିବା ଶୋଭା କହିଛନ୍ତି, କର୍ଣ୍ଣାଟକାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ତାମିଲନାଡ଼ୁରୁ ଆସୁଥିବା ଲୋକ ଏଠାରେ ବମ୍‌ ବ୍ଲାଷ୍ଟ କରୁଛନ୍ତି । ଦିଲ୍ଲୀରୁ ଆସୁଥିବା ଲୋକ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଉଛନ୍ତି। କେରଳରୁ ଆସୁଥିବା ଲୋକ ଏଠାରେ ଏସିଡ ଆଟାକ୍‌ କରୁଛନ୍ତି। କଂଗ୍ରେସର ଭୋଟ ବ୍ୟାଙ୍କ ରାଜନୀତି ପାଇଁ ହିନ୍ଦୁଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ୁଥିବା ସେ ଅଭିଯୋଗ କରିଛନ୍ତି।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ ଶୋଭାଙ୍କ ଏପରି ବୟାନକୁ ତୀବ୍ର ନିନ୍ଦା କରିଛନ୍ତି। ନିଜ Xରେ ସେ ପୋଷ୍ଟ କରି କହିଛନ୍ତି, ବିଜେପି ନେତ୍ରୀଙ୍କ ଏପରି ବୟାନକୁ ଦୃଢ ନିନ୍ଦା କରୁଛୁ। ଏପରି ବୟାନ ଦେଉଥିବା ଲୋକ NIA ଅଧିକାରୀ ହୋଉଥିବା ଆବଶ୍ୟକ ନଚେତ ରାମେଶ୍ୱରମ୍‌ ବିସ୍ଫୋରଣର ପ୍ରତ୍ୟକ୍ଷଦର୍ଶୀ ହୋଇଥିବା ଆବଶ୍ୟକ । ନଚେତ ଏପରି କାହା ପ୍ରତି ଆଙ୍ଗୁଠି ଦେଖାଇବା ନିମନ୍ତେ ତାଙ୍କ ନିକଟରେ କୌଣସି ଅଧିକାର ନାହିଁ। ଏନେଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ବି ଚେତାବନୀ ଦେଇଥିଲେ।

ତାମିଲ ଓ କନ୍ନଡ ଲୋକେ ବିଜେପି ନେତ୍ରୀଙ୍କ ଏପରି ବୟାନବାଜିକୁ ଦୃଢ ବିରୋଧ କରୁଥିବା ସେ ନିଜ ସୋଶାଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହାପରେ ଶୋଭା କ୍ଷମା ମାଗିଛନ୍ତି।

Bjp Tamilnadu M K Stalin DMK