Advertisment

ସଞ୍ଜୟ ସିଂହଙ୍କ ବିରୋଧରେ ୧୦୦ କୋଟିର ମାନହାନୀ କେସ୍‌ କଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

କ୍ୟାଶ ଫର ଜବ୍ସ ସ୍କାମରେ ସଞ୍ଜୟ ସିଂହ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ନାଁ ନେଇଥିଲେ। ଏଥିପାଇଁ ସେ କୋର୍ଟରେ ମାନହାନୀ କେସ୍‌ କରିଥିଲେ।

Sanjay Singh

Sanjay Singh

Advertisment

ବଢ଼ିଲା ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଅଡ଼ୁଆ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ପତ୍ନୀ ତାଙ୍କ ନାଁରେ କରିଥିବା ୧୦୦ କୋଟିର ମାନହାନୀ କେସ୍‌ରେ ସ୍ଥାନୀୟ କୋର୍ଟ ଶ୍ରୀ ସିଂହଙ୍କୁ ନୋଟିସ କରିଛନ୍ତି।

Advertisment

କ୍ୟାଶ ଫର ଜବ୍ସ ସ୍କାମରେ ସଞ୍ଜୟ ସିଂହ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ନାଁ ନେଇଥିଲେ। ଏଥିପାଇଁ ସେ କୋର୍ଟରେ ମାନହାନୀ କେସ୍‌ କରିଥିଲେ। କୋର୍ଟ ଏହାର ଶୁଣାଣି କରି ସଞ୍ଜୟ ସିଂହଙ୍କୁ ନୋଟିସ କରିଛନ୍ତି। ତାଙ୍କୁ ୨୦୨୫ ମସିହା ଜାନୁଆରୀ ୧୦ ତାରିଖ ସୁଦ୍ଧା ନୋଟିସର ଜବାବ ରଖିବାକୁ କୋର୍ଟ କହିଛନ୍ତି।

ନିକଟରେ ଶ୍ରୀ ସିଂହ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଟଙ୍କା ବଦଳରେ ଚାକିରି ଦୁର୍ନୀତି କଥା ଉଠାଇଥିଲେ। ଏହି ମାମଲାରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ପତ୍ନୀ ସୁଲକ୍ଷଣା ସାମିଲ ଥିବା ସେ ଅଭିଯୋଗ କରିଥିଲେ।

Advertisment

ସଞ୍ଜୟଙ୍କ ଅଭିଯୋଗ ପରେ ସୁଲକ୍ଷଣା ସାୱନ୍ତ ଉତ୍ତର ଗୋଆର ବିଚୋଲିମ ଠାରେ ଥିବା ସିଭିଲ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ। ସେ ଦାଖଲ କରିଥିବା ମାନହାନୀ ଆବେଦନର ଶୁଣାଣି ଆଡ ହକ ସିଭିଲ ଜଜ କରିବା ସହ ସଞ୍ଜୟ ସିଂହଙ୍କୁ ନୋଟିସ କରିଛନ୍ତି।

ସୁଲକ୍ଷଣା ସାୱନ୍ତ ତାଙ୍କ ଓକିଲଙ୍କ ଦ୍ୱାରା କହିଛନ୍ତି ଯେ ସଞ୍ଜୟ ସିଂହ ମିଥ୍ୟା ଅଭିଯୋଗ କରି ତାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଛନ୍ତି। ଏଥିପାଇଁ କୋର୍ଟ ତାଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦିଅନ୍ତୁ। ସେହିପରି କୌଣସି ସୋଶାଲ ମିଡିଆରେ ଶ୍ରୀ ସିଂହ ଯେମିତି ତାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ଭଳି ବୟାନ ନ ଦେବେ, ତା’କୁ ମଧ୍ୟ ନିଶ୍ଚିତ କରିବାକୁ ସୁଲକ୍ଷଣା କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଗୋଆରେ ଏକାଧିକ ଚାକିରି ଆଶାୟୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ସରକାରୀ ଚାକିରିର ପ୍ରଲୋଭନ ଦେଖାଇ କିଛି ଲୋକ ଲକ୍ଷାଧିକ ଟଙ୍କା ନେଇଛନ୍ତି। ତେବେ ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରହିଥିବା ସଞ୍ଜୟ ଅଭିଯୋଗ କରିଥିଲେ। ଆଶାୟୀମାନେ ଅଭିଯୋଗ କରିବା ପରେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି।

Goa Sanjay Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe