Advertisment

‘ମୁଖ୍ୟମନ୍ତ୍ରୀ ପଦ କାହାର ପୈତୃକ ସମ୍ପତ୍ତି ନୁହେଁ, ଏହାର ଭାଗବଣ୍ଟା ଅସମ୍ଭବ’

ଶିବ କୁମାରଙ୍କ ଏପରି ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଭାଗବଣ୍ଟାର ପ୍ରଶ୍ନ ଉଠୁ ନ ଥିବା ସୂଚାଉଛି।

ଅଦ୍ୟତନ ହୋଇଛି
dk shivakumar

dk shivakumar

Advertisment

‘ମୁଖ୍ୟମନ୍ତ୍ରୀ ପଦ କାହାର ପୈତୃକ ସମ୍ପତ୍ତି ନୁହେଁ। ତେଣୁ ଏହାକୁ ନେଇ ଭାଗବଣ୍ଟା ଅସମ୍ଭବ । ଭାଇ ଭାଇ ମଧ୍ୟରେ ପୈତୃକ ସମ୍ପତ୍ତିକୁ ଭାଗ ବଣ୍ଟା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଆସନକୁ ଭାଗ ଭାଗ କରିବା ସମ୍ଭବ ନୁହେଁ। ’ କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଏପରି ତେରଛା ବାଣ ମାରିଛନ୍ତି ବରିଷ୍ଠ ନେତା ଡିକେ ଶିବକୁମାର ।

Advertisment

କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଉଭୟ ସିଦ୍ଦରମୈୟା ଡିକେ ଶିବକୁମାର ଙ୍କୁ କିପରି ସନ୍ତୁଷ୍ଟ କରାଯିବ ତାହା ଏବେ କଂଗ୍ରେସ ନେତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏପରି ସ୍ଥିତିରେ ଶିବ କୁମାରଙ୍କ ଏପରି ମନ୍ତବ୍ୟ ଭାଗବଣ୍ଟାର ପ୍ରଶ୍ନ ଉଠୁ ନ ଥିବା ସୂଚାଉଛି। ତେଣୁ କଂଗ୍ରେସ ପ୍ରେସିଡେଣ୍ଟ ମଲ୍ଲିକାର୍ଜ୍ଜୁନ ଖଡଗେ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

କର୍ଣ୍ଣାଟକାରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଏ ସଂକ୍ରାନ୍ତରେ ଆଲୋଚନା ନିମନ୍ତେ ଗତକାଲି ସିଦ୍ଦରମୈୟା ଦିଲ୍ଲୀ ଗସ୍ତ କରିଛନ୍ତି। ଏହାପରେ ଆଜି ସକାଳୁ ଶିବକୁମାର ବି ରାଜଧାନୀମୁହାଁ ହୋଇଛନ୍ତି। ଆଇସିସି ଜେନେରାଲ ସେକ୍ରେଟାରୀ ଡାକିଥିବାରୁ ଏକୁଟିଆ ଦିଲ୍ଲୀ ଯାଉଥିବା କହିଛନ୍ତି ଶିବ କୁମାର। ସେଠାରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ତଥା କଂଗ୍ରେସ ପ୍ରେସିଡେଣ୍ଟ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ସହ ଆଲୋଚନା ହେବ ବୋଲି ଉଭୟ ନେତା ସ୍ପଷ୍ଟ କରିଛନ୍ତି।

Advertisment

ଗତକାଲି ଶିବକୁମାରଙ୍କ ଜନ୍ମଦିନ ଥିବା ବେଳେ ସେ ନିଜ ସମର୍ଥକଙ୍କ ସହ କର୍ଣ୍ଣାଟକାରେ ଏହାକୁ ସେଲିବ୍ରେଟ କରିଥିଲେ। ତେଣୁ ସେ ଦିଲ୍ଲୀ ଯାଇ ନ ଥିଲେ। ଏହା ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ମୁଁ କର୍ଣ୍ଣାଟକାରେ କଂଗ୍ରେସ ପାଇଁ କାମ କରିବି ବୋଲି ସୋନିଆ ଗାନ୍ଧି ଓ ମଲିକାର୍ଜ୍ଜୁନେ ଖଡଗେଙ୍କୁ ପ୍ରତିଶ୍ରୁତି ଦେଇଛି। ମୁଁ ମୋ’ ନିଜ ପ୍ରତିଶ୍ରୁତି ରକ୍ଷା କରିବି। ଏବେ ସେମାନେ କ’ଣ ନିଷ୍ପତ୍ତି ନେବେ ତାହା ସେମାନଙ୍କ ଉପରେ ନିର୍ଭର କରେ।

ସିଦ୍ଦରମୈୟା ଓ ଡିକେ ଶିବକୁମାରଙ୍କ ମଧ୍ୟରେ କାହା ସପକ୍ଷରେ ଅଧିକ ବିଧାୟକଙ୍କ ସମର୍ଥନ ଅଛି ପଚରାଯିବାରୁ ଏଠାରେ କେବଳ ଗୋଟିଏ ନମ୍ବର ଅଛି ତାହା ୧୩୫ ବୋଲି ସେ କହିଛନ୍ତି। ସମସ୍ତଙ୍କୁ ସ୍ୱପ୍ନ ଦେଖିବାର ଅଧିକାର ଅଛି। ମୋର ବି ଗୋଟିଏ ସ୍ୱପ୍ନ ଅଛି। ମୁଁ କଂଗ୍ରେସର ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବା ସହ ଭଲ ଶାସନ ଦେବାକୁ ଚାହୁଁଛି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ମୁଁ ଏବେଠୁ ଦଳର ଭାବମୂର୍ତ୍ତିକୁ ସଜାଡିବାକୁ ଚାହୁଁଛି । ଏପରିକି ଗ୍ରାମାଞ୍ଚଳର ଗରୀବ ଲୋକଙ୍କୁ ଉତ୍ତମ ଶାସନ ସହ ସବୁ ସୁବିଧା ଦେବାକୁ ଚାହୁଁଛି ବୋଲି କହିଛନ୍ତି ଶିବ କୁମାର ।

ରାଜ୍ୟରେ କଂଗ୍ରେସ ଅବସ୍ଥା ଶୋଚନୀୟ ଥିବା ବେଳେ ମୁଁ ରାଜ୍ୟରେ ଏହାର ଦାୟିତ୍ୱ ନେଇଥିଲି। ଚଳିତ ବିଧାନସଭା ନିର୍ବାଚନରେ ଦଳ ୧୩୫ ସିଟ୍‌ ହାସଲ କରିଥିବା ବେଳେ ଏଥିପାଇଁ ମୋତେ ଦିନରାତି କଠିନ ପରିଶ୍ରମ କରିବାକୁ ପଡ଼ିଛି। ଏହା ବଦଳରେ ମୁଁ କୌଣସି ପୁରସ୍କାର ଆଶା ରଖିନି। ଶେଷ ନିଷ୍ପତ୍ତି ସୋନିଆ ଗାନ୍ଧି ଓ ମଲିକାର୍ଜ୍ଜୁନ ଖଡଗେ ହିଁ ନେବେ ।

କଂଗ୍ରେସ ମୋ’ ପାଇଁ ଘର ଓ ମନ୍ଦିର । ଏହା ମୋ’ ଶକ୍ତି । ମୁଁ ମୋ’ ନିଜ କର୍ତ୍ତବ୍ୟ କରିଛି। ରାଜ୍ୟରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା ନିମନ୍ତେ ମିଳିତ ଭାବେ କାମ କରିବା ଉଚିତ ବୋଲି ସେ କହିଛନ୍ତି।  

କଂଗ୍ରେସକୁ ନିଜର ଜଏଣ୍ଟ ଫ୍ୟାମିଲି ଭାବେ ସମ୍ବୋଧନ କରି ଶିବ କୁମାର କହିଛନ୍ତି, ‘ଆମ ଜଏଣ୍ଟ ଫ୍ୟାମିଲିରେ ୧୩୫ ସଦସ୍ୟ ଅଛନ୍ତି। ମୁଁ ଏଠାରେ କିଛି ଭାଗବଣ୍ଟା କରିବାକୁ ଚାହୁଁନି। ମୁଁ ଜଣେ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି। କାହାକୁ ପିଠିରୁ ଛୁରୀ ମାରିବା କି ବ୍ଲାକମେଲ୍‌ କରିବା ମୋର ନୀତି, ଆଦର୍ଶ ନୁହେଁ।’

ତେବେ ଆଜି ଆଲୋଚନା ପରେ କ’ଣ ଫଳାଫଳ ଆସୁଛି, କଂଗ୍ରେସ ପ୍ରେସିଡେଣ୍ଟ ମଲ୍ଲିକାର୍ଜୁନ ଖଡଗେ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe