/odisha-reporter/media/media_files/2026/02/13/cds-2026-02-13-16-37-36.jpg)
CDS
୧୯୫୪ରେ ଭାରତ ବିଧିବଦ୍ଧ ଭାବେ ତିବ୍ବତକୁ ଚାଇନାର ଅଂଶବିଶେଷ ଭାବେ ସ୍ୱୀକୃତି ଦେଇଥିଲା। ଦୁଇ ପଡ଼ୋଶୀ ଦେଶ ଭାରତ ଓ ଚାଇନା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ପଞ୍ଚଶୀଳ ଚୁକ୍ତି। ଏପରି ଚୁକ୍ତି ଦ୍ୱାରା ନର୍ଦ୍ଦନ(ଉତ୍ତର) ସୀମା ବିବାଦର ସାମାଧାନ ହୋଇଯିବ ବୋଲି ଭାରତ ଆଶା କରିଥିଲା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିଜ ଜବାହର ଲାଲ ନେହରୁ ଚାଇନା ସହ କରିଥିବା ପଞ୍ଚଶୀଳ ଯୋଜନା ପଛର କାରଣ କରିବା ବେଳେ ଏପରି ମତ ରଖିଛନ୍ତି ୩ ସେନାର ମୁଖ୍ୟ ବା ସିଡିଏସ୍(CDS) ଜେନେରାଲ ଅନୀଲ ଚୌହାନ।
ଉତ୍ତରାଖଣ୍ଡର ଡେରୁଡନରେ ଆୟୋଜିତ କାର୍ଯ୍ୟକ୍ରମରେ ଜେନେରାଲ ଚୌହାନ ଆହୁରି କହିଛନ୍ତି ଯେ “କିନ୍ତୁ ଏହି ବୁଝାମଣା କେବଳ ବ୍ୟବସାୟ ପାଇଁ କରାଯାଇଛି ବୋଲି ଚାଇନା ଭାବି ନେଇଥିଲା। ଏହା ଆଦୌ ସୀମାକୁ ନେଇ ଚାଇନାର ଆଭିମୁଖ୍ୟକୁ ବଦଳାଇ ପାରି ନଥିଲା। ଏଥିପାଇଁ ଆଜି ବି ହିମାଳୟର ଦୁର୍ଗମ ଭୂଭାଗରେ ବାସ୍ତବିକ ନିୟନ୍ତ୍ରଣ ରେଖାର ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ରହିଛି।”
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ ଓ ତତ୍କାଳୀନ ଚାଇନା ରାଷ୍ଟ୍ରପତି ଝୋଉ ଇନଲାଇଙ୍କ ମଧ୍ୟରେ ପଞ୍ଚଶୀଳ ଚୁକ୍ତି ସ୍ୱାକ୍ଷାରିତ ହୋଇଥିଲା। ଶାନ୍ତିପୂର୍ଣ୍ଣ ସହବାସ୍ଥନ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଥିଲା।
ସିଡିଏସ ଜେନେରାଲ ଚୌହାନ କହିଛନ୍ତି, “ଇଂରେଜ ଚାଲିଗଲେ। ସେମାନଙ୍କୁ ଗୋଟିଏ ଦିନ ଯିବାର ଥିଲା। ଆମର ଆଭିମୁଖ୍ୟ କ’ଣ ସେକଥା ଭାରତକୁ ନିଷ୍ପତ୍ତି ନେବାର ଥିଲା। ନେହରୁ ସମ୍ଭବତଃ ଜାଣିଥିଲେ ଯେ ପୂର୍ବ ଭାଗରେ ମ୍ୟାକମୋହନ ରେଖା ଭଳି ଆମର କୌଣସି ସୀମା ରହିଛି। ଲଦାଖ ଅଞ୍ଚଳରେ ଆମର କୌଣସି ପ୍ରକାରର ଦାବି ରହିଥିଲା। କିନ୍ତୁ ଏଠାରେ(ପୂର୍ବ ଭାଗରେ) ତାହା ନଥିଲା। ଖାସ ଏହି କାରଣ ପାଇଁ ସମ୍ଭବତଃ ନେହରୁ ପଞ୍ଚଶୀଳ ଚୁକ୍ତି ଚାହିଁଥିଲେ।”
୮୯୦ କିମି ମ୍ୟାକମୋହନ ଲାଇନ ହେଉଛି ବ୍ରିଟିଶ ଇଣ୍ଡିଆ ଓ ପୂର୍ବ ଭାଗରେ ତିବ୍ଦତ ମଧ୍ୟରେ ଥିବା ସୀମା ରେଖା। ଜେନେରାଲ ଚୌହାନଙ୍କ କହିବା କଥା ଯେ ତିବ୍ଦର ତଥା କଥିତ ମୁକ୍ତି ପରେ ଚାଇନା ଏହି ଅଞ୍ଚଳରେ ସ୍ଥିରତା ଚାହୁଁଥିଲା। ଏଥିପାଇଁ ଭାରତ ସହ ପଞ୍ଚଶୀଳ ଯୋଜନା କରିଥିଲା।
ଜେନେରାଲ୍ ଚୌହାନ କହିଛନ୍ତି ଯେ “ଚାଇନା ପାଇଁ ମଧ୍ୟ ଏହି ଅଞ୍ଚଳ (ଭାରତ-ଚାଇନା ସୀମାନ୍ତ ଅଞ୍ଚଳ) ଗୁରୁତ୍ୱପୂର୍ଣ୍ଣ ଥିଲା। ସେମାନେ ୧୯୫୦ରେ ତିବ୍ବତକୁ "ମୁକ୍ତି" ନାଁରେ ଦଖଲ କରିଥିଲେ। ଏହାପରେ ଲହାସା ଓ ଶିନଜିଆଙ୍ଗ ପଶିଥିଲେ। ଏହି ଅଞ୍ଚଳର ଦୁଇ ପାର୍ଶ୍ୱ ସୀମାରେ ଅଶାନ୍ତି ଲାଗି ରହିଥିଲା। ତେଣୁ ଚାଇନା ସେଠାରେ ସ୍ଥିରତା ଚାହୁଁଥିଲା।
ତିବ୍ଦତ ପ୍ରାନ୍ତକୁ ଚାଇନା ଗୁରୁତ୍ୱ ଦେଇଥିଲା। ସ୍ୱାଧୀନ ଭାରତ ମଧ୍ୟ ଚାଇନା ସହ ଭଲ ସମ୍ପର୍କ ଗଢ଼ିବାକୁ ଉତ୍ସୁକ ଥିଲା। ୧୯୪୯ରେ ଚାଇନା ସ୍ୱାଧୀନ ହେବା ପରେ ଭାରତ ନିଜର ଏନକ୍ଲେଭ (ଛୋଟ ଅଞ୍ଚଳ) ଉପରେ ଦାବି ଆଗକୁ ବଢ଼ାଇ ନଥିଲା କିମ୍ବା ବ୍ରିଟିଶଙ୍କଠାରୁ ମିଳିଥିବା ବିଶେଷ ଅଧିକାର (ଯେପରି ତିବ୍ବତରେ ବ୍ୟବସାୟ, ଡାକଘର ଆଦି ସମ୍ବନ୍ଧୀୟ ଅଧିକାର) ଉପରେ ଦାବି କରି ନଥିଲା। ବରଂ ପରେ ୧୯୫୪ର ଭାରତ ପଞ୍ଚଶୀଳ ଚୁକ୍ତିରେ ତିବ୍ବତକୁ ଚାଇନାର ଅଂଶ ବୋଲି ମାନ୍ୟତା ଦେଇଥିଲା।”
ଜେନେରାଲ ଚୌହାନଙ୍କ କହିବା ଅନୁସାରେ ତିବ୍ଦତକୁ ଚାଇନା ଦଖଲ କରିବା ପରେ ଓ ମିଳିତ ଜାତିସଂଘରେ ଚାଇନାର ସ୍ଥାୟୀ ସଦସ୍ୟକୁ ଭାରତ ସ୍ୱୀକୃତି ଦେବା ପରେ ନୂଆଦିଲ୍ଲୀ ଓ ତିବ୍ଦତ ମଧ୍ୟରେ ଥିବା ହିମାଳୟ ବଫର ଜୋନ ଗାଏବ ହୋଇଯାଇଥିଲା। ଏହାପରେ ଏହା ଗୋଟିଏ ସୀମାରେ ବଦଳି ଯାଇଥିଲା।
ସେ କହିଛନ୍ତି, “ଭାରତ ୧୯୫୪ରେ ତିବ୍ଦତକୁ ଚାଇନାର ଅଂଶବିଶେଷ ଭାବେ ବିବେଚନା କରିଥିଲା। ଦୁଇ ଦେଶ ମଧ୍ୟରେ ପଞ୍ଚଶୀଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଭାରତ ଏହା ମାନି ନେଇଥିଲା ଯେ ଉତ୍ତର ଭାଗର ସୀମା ବିବାଦର ସମାଧାନ କରି ନେଇଛି। କାରଣ ଏହା ଏକମାତ୍ର ସୀମା ଥିଲା ଯାହାକୁ ଭାରତ ଚୁକ୍ତି ମାଧ୍ୟମରେ ସମାଧାନ କରିବାକୁ ଚାହୁଁଥିଲା। ଚାଇନା ସହ ଚୁକ୍ତି କରି ବିବାଦ ସାମଧାନ ହୋଇଯାଇଛି ବୋଲି ମଧ୍ୟ ଭାରତ ଭାବି ନେଇ ନଥିଲା।
ଭାରତ ପାଇଁ ଏହି ସୀମାର ବୈଧତା ଏବେ ପଞ୍ଚଶୀଳ ବୁଝାମଣା ଉପରେ ଆଧାରିତ ଥିଲା। ସେହି ଅନୁସାରେ ୬ଟି ରାସ୍ତା ଚିହ୍ନଟ କରାଯାଇଥିଲା। ଏହି ରାସ୍ତା ଦେଇ ବ୍ୟବସାୟ ଓ ତୀର୍ଥ ଯାତ୍ରୀ ଯିବା ଆସିବା କରିପାରିବେ, ତା’ର ବ୍ୟବସ୍ଥା ହୋଇଥିଲା।
ସେହି ରାସ୍ତା ଗୁଡ଼ିକ ହେଉଛି- ଶିପକି ଲା, ମାନା, ନୀତି, କିଙ୍ଗ୍ରି-ବିଙ୍ଗ୍ରି, ଲିପୁଲେଖ ଓ ଧର୍ମା। ତେବେ ପରବର୍ତ୍ତୀ ଅବସ୍ଥାରେ ଚାଇନା ଘୋଷଣା କରିଥିଲା ଯେ ପଞ୍ଚଶୀଳ ବୁଝାମଣା ସହ ଦେଶର ସୀମା ଆଭିମୁଖ୍ୟର କୌଣସି ଲିଙ୍କ ନାହିଁ। ଏହି ଚୁକ୍ତି କେବଳ ବାଣିଜ୍ୟ ସମ୍ପର୍କକୁ ବଢ଼ାଇବା ହୋଇଛି ବୋଲି ଚାଇନା କହିଥିଲା।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
