Advertisment

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ପୂଜକ ଆଉ ନାହାନ୍ତି

ଜାନୁଆରୀ ୨୨ରେ ରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Ram Mandir

Ram Mandir

Advertisment

ଅଯୋଧ୍ୟରେ ଥିବା ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷୀତ ଆଉ ନାହାନ୍ତି। ଆଜି ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

Advertisment

ତାଙ୍କ ପରିବାର ଲୋକଙ୍କ କହିବା କଥା ଯେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ବେଶ କିଛି ଦିନ ହେବ ଅସୁସ୍ଥ ଥିଲେ। ଆଜି ସକାଳେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମଣିକର୍ଣ୍ଣିକା ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଜାନୁଆରୀ ୨୨ରେ ରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ।

Advertisment

ବାରାଣସୀର ବରିଷ୍ଠ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମହାରାଷ୍ଟ୍ରର ସୋଲାପୁରରେ ଜନ୍ମ ଗ୍ରହଣ କରିଥିଲେ। ତେବେ ତାଙ୍କ ପରିବାରର ଅନେକ ପିଢ଼ି ବାରାଣସୀରେ ହିଁ ରହି ଆସୁଛନ୍ତି।

ଆଜି ତାଙ୍କ ବିୟୋଗରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ସେ ଏକ୍ସ ଜରିଆରେ କହିଛନ୍ତି, “ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ କାଶୀର ମହାନ ପଣ୍ଡିଜ ଓ ଶ୍ରୀ ରାମ ଜନ୍ମଭୂମି ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ପୂଜକ ଥିଲେ। ତାଙ୍କ ପରଲୋକ ଧାର୍ମିକ ଓ ଶିକ୍ଷିତ ବିଶ୍ୱର ଅପୂରଣୀୟ କ୍ଷତି।

ସଂସ୍କୃତ ଭାଷା ଓ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ସେବା ପାଇଁ ସେ ସବୁବେଳେ ମନେ ରହିବେ। ମୁଁ ତାଙ୍କ ଅମର ଆତ୍ମାର ସଦଗତି କାମ କମନା କରୁଛି। ଏପରି ଏକ ଶୋକ ସମୟରେ ତାଙ୍କ ଅନୁଗାମୀମାନଙ୍କୁ ଭଗବାନ ଶ୍ରୀ ରାମ ଶକ୍ତି ପ୍ରଦାନ କରନ୍ତୁ।”

Uttar Pradesh Ram Mandir Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe