Advertisment

ଅବସର ନେବେ ମୁଖ୍ୟ ଶାସନ ସଚିବ, ପଦ ସମ୍ଭାଳିବେ ପତ୍ନୀ

ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ ସ୍ୱାମୀ। ଏହାପରେ ଉକ୍ତ ପଦ ସମ୍ଭାଳିବେ ପତ୍ନୀ। ଏପରି ଏକ ରୋଚକ ଘଟଣା ଆସନ୍ତା ୩୧ ତାରିଖରେ ଦେଖିବାକୁ ମିଳିବ ।

author-image
Niharika Rout
 dr-venu-v & wife his-wife-sarada-muraleedharan

dr-venu-v & wife his-wife-sarada-muraleedharan

ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ ସ୍ୱାମୀ। ଏହାପରେ ଉକ୍ତ ପଦ ସମ୍ଭାଳିବେ ପତ୍ନୀ। ଏପରି ଏକ ରୋଚକ ଘଟଣା ଆସନ୍ତା ୩୧ ତାରିଖରେ କେରଳରେ ଦେଖିବାକୁ ମିଳିବ । କେରଳର ପ୍ରଶାସନିକ ଇତିହାସରେ ଏପରି ଘଟଣା ପ୍ରଥମ ଥର ଘଟିବ । ଏହି ଆଇଏଏସ୍‌ ଦମ୍ପତି ହେଲେ ଡା. ବେଣୁ ବି ଓ ତାଙ୍କ ପତ୍ନୀ ଶାରଦା ମୁରଲିଧରନ।

Advertisment

ଡା. ବେଣୁ ବି ଏବେ କେରଳରେ ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ୩୧ ତାରିଖରେ ସେ ନିଜ ଚାକିରିରୁ ଅବସର ନେବେ। ଏହାପରେ ଏହି ପଦରେ ବସିବେ ତାଙ୍କ ବ୍ୟୁରୋକ୍ରାଟ ପତ୍ନୀ ଶାରଦା ମୁରଲିଧରନ ।

କେରଳ ସରକାର ଏଥିନିମନ୍ତେ ଶାରଦାଙ୍କ ନାମରେ ମୋହର ମାରି ସାରିଛନ୍ତି। ଫଳରେ ଉକ୍ତ ଦିନ ଡା. ବେଣୁ ବିଙ୍କଠାରୁ ଦାୟିତ୍ୱ ଭାର ସମ୍ଭାଳିବେ ତାଙ୍କ ପତ୍ନୀ। ଏପରି ଏକ ବିରଳ ଘଟଣା ନିମନ୍ତେ ଡା. ବେଣୁ ବି ନିଜ ପତ୍ନୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇ ସାରିଛନ୍ତି।

Advertisment

ଏହାପୂର୍ବରୁ ଆଇଏଏସ୍‌ ଯୋଡ଼ି ମୁଖ୍ୟ ଶାସନ ସଚିବ ପଦରେ ବସି ସାରିଛନ୍ତି। ମାତ୍ର ଜଣଙ୍କଠାରୁ ଅନ୍ୟ ଜଣେ ଦାୟିତ୍ୱ ନେବାର ଘଟଣା ପ୍ରଥମ । ୧୯୫୭ ମସିହାରେ ରାମଚନ୍ଦ୍ରନ ଓ ୧୯୫୮ ମସିହାରେ ତାଙ୍କ ପତ୍ନୀ ପ୍ରଜ୍ଞା ରାମଚନ୍ଦ୍ରନ ଏହି ପଦ ସମ୍ଭାଳିଥିଲେ। ସେହିପରି ୧୯୬୮ ମସିହାରେ ବାବୁ ଜ୍ୟାକବ ଓ ୧୯୭୧ ମସିହାରେ ତାଙ୍କ ପତ୍ନୀ ଲିଜା ଜ୍ୟାକବ ଏହି ପଦରେ ଆସୀନ ହୋଇଥିଲେ। ମାତ୍ର  ଡା. ବେଣୁ ବି ଓ ପତ୍ନୀ ଶାରଦା ମୁରଲିଧରନଙ୍କ କଥା ବ୍ୟତିକ୍ରମ।

Kerala