Advertisment

ରାସ୍ତାରେ ଖେଳୁଥିଲା ଛୋଟ ଛୁଆ, ଚଢ଼ିଗଲା କ୍ୟାବ୍‌

ରାସ୍ତାରେ ଖେଳୁଥିଲା ଛୋଟ ଛୁଆ । ଏହି ସମୟରେ ଘଟିଲା ଅଘଟଣ। ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାବ୍‌ ପିଲାଟି ଉପରେ ଚଢ଼ିଗଲା।

Accident

Accident

Advertisment

ରାସ୍ତାରେ ଖେଳୁଥିଲା ଛୋଟ ଛୁଆ । ଏହି ସମୟରେ ଘଟିଲା ଅଘଟଣ। ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାବ୍‌ ପିଲାଟି ଉପରେ ଚଢ଼ିଗଲା। ଏପରି ଏକ ଦୁର୍ଘଟଣା ମୁମ୍ବାଇ ନିକଟ ବସଇ ଅଞ୍ଚଳରେ ଘଟିଥିବା ବେଳେ ଏହା ଭିଡିଓ ସିସିଟିଭିରେ କଏଦ ହୋଇଛି।

Advertisment

୫ ବର୍ଷର ପିଲାଟି ଘରୁ ଆସି ଏକୁଟିଆ ରାସ୍ତା ଉପରେ ଖେଳିବାରେ ମାତିଥିଲା। ଏହି ସମୟରେ ଏକ କ୍ୟାବ୍‌ ଡ୍ରାଇଭର ଗାଡ଼ିକୁ ଷ୍ଟାର୍ଟ କରିଥିଲା ଓ ପିଲାଟିକୁ ନ ଦେଖି ତାହା ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି କ୍ୟାବ୍‌ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଡ୍ରାଇଭର ଗାଡ଼ି ଧରି ଛୁ ମାରିଥିଲା।

ପିଲାଟିର ମୁଣ୍ଡ ଓ ଛାତି ଉପରେ ଗାଡ଼ି ଚକା ଚଢ଼ି ଯାଇଥିବାରୁ ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତା ’ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଏହି ସମସ୍ତ ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe