Advertisment

ବାଲ୍ୟ ବିବାହକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ, ଜାରି କଲେ ଗାଇଡଲାଇନ୍‌

ବାଲ୍ୟ ବିବାହ କରିବା ଦ୍ୱାରା ନିଜ ପସନ୍ଦର ଜୀବନ ସାଥୀ ବାଛିବା ପାଇଁ ସେମାନଙ୍କର ଥିବା ସ୍ୱତନ୍ତ୍ର ଇଚ୍ଛାଶକ୍ତିର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅଦ୍ୟତନ ହୋଇଛି
Child Marriage

Child Marriage

Advertisment

ଦେଶରେ ହେଉଥିବା ବାଲ୍ୟ ବିବାହକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ। ଏହି ପ୍ରସଙ୍ଗକୁ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିବା ସହ  ଗାଇଡଲାଇନ୍‌ ଜାରି କରିଛନ୍ତି।

Advertisment

ଶୁକ୍ରବାର ଦିନ ସୁପ୍ରିମକୋର୍ଟ ବାଲ୍ୟ ବିବାହକୁ ନେଇ ଦୃଢ଼ ମନ୍ତବ୍ୟ ଦେଇ କହିଛନ୍ତି ଯେ ବ୍ୟକ୍ତିଗତ ବିବାହ ଆଇନ ଜରିଆରେ ଶିଶୁ ବିବାହ ନିଷେଧ ଆଇନକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ସହ ଜଡ଼ିତ ବିବାହ ହେଉଛି ନିଜ ପସନ୍ଦର ଜୀବନ ସାଥୀ ବାଛିବା ପାଇଁ ସ୍ୱତନ୍ତ୍ର ଇଚ୍ଛାଶକ୍ତିର ଉଲ୍ଲଂଘନ। ଏହାଦ୍ୱାରା ସେମାନଙ୍କ ପସନ୍ଦର ଜୀବନ ସାଥୀ ବାଛିବା ବିକଳ୍ପ ଶେଷ ହୋଇଯାଏ।

ଏକ ଏନଜିଓ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ଅଭିଯୋଗ ହୋଇଥିଲା ଯେ ରାଜ୍ୟ ସ୍ତରରେ ଶିଶୁ ବିବାହ ନିଷେଧ ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ, ଯେଉଁଥିପାଇଁ ବାଲ୍ୟ ବିବାହ ମାମଲା ବଢ଼ିବାରେ ଲାଗିଛି। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଭାରତରେ ବାଲ୍ୟ ବିବାହ ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁଦ୍, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

Advertisment

ବାଲ୍ୟ ବିବାହ ଉପରେ ଗାଇଡଲାଇନ୍‌ ଜାରି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ବାପା-ମା'ଙ୍କ ଦ୍ୱାରା ନିଜର ନାବାଳକ ପୁଅ-ଝିଅଙ୍କର ବିବାହ କରାଇବା ପାଇଁ ନିର୍ବନ୍ଧ କରିଦିଆ ଯାଏ। ଏଭଳି କରିବା ସେମାନଙ୍କ ଜୀବନ ସାଥୀ ବାଛିବା ପାଇଁ ଥିବା ସ୍ୱାଧୀନ ଇଚ୍ଛାଶକ୍ତିର ଉଲ୍ଲଂଘନ ଅଟେ।' ଶୁଣାଣି ସମୟରେ କୋର୍ଟ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସହ କଥାବାର୍ତ୍ତା କରିବାକୁ କହିଛନ୍ତି ଏବଂ ବାଲ୍ୟ ବିବାହ ଉପରେ ନିଷେଧାଦେଶ ଲାଗୁ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ଜଣାଇବାକୁ କହିଛନ୍ତି।

ବାଲ୍ୟ ବିବାହକୁ ରୋକିବା ଏବଂ ସମାଜରୁ ଏହାକୁ ମୂଳପୋଛ ସୁନିଶ୍ଚିତ କରିବା ପାଇଁ ବାଲ୍ୟ ବିବାହ ଆଇନ ୨୦୦୬ ପ୍ରଣୟନ କରାଯାଇଥିଲା।କର୍ତ୍ତୃପକ୍ଷ ଶିଶୁ ବିବାହ ରୋକିବା ଏବଂ ନାବାଳିକାଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ। ଏହା ଏକ ସାମାଜିକ ବ୍ୟାଧି। ଏହିପରି ଘୃଣ୍ୟ କାମରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ।  

କୋର୍ଟ ଆହୁରି କହିଛନ୍ତି, ଦଣ୍ଡ ଏବଂ ଦୋଷୀ ସାବ୍ୟସ୍ତ ହେବା ପରିବର୍ତ୍ତେ ନିଷେଧ ତଥା ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍। ଆମେ ଆଇନ ଏବଂ ସମାଜବିଜ୍ଞାନର ସମ୍ପୂର୍ଣ୍ଣ ପରିସରକୁ ଦେଖିଛୁ। ବାଲ୍ୟ ବିବାହ ନିଷେଧ ଆଇନର ସଠିକ୍ କାର୍ଯ୍ୟକାରିତା ପାଇଁ ଆମେ ବିଭିନ୍ନ ନିର୍ଦ୍ଦେଶ ଦେଇଛୁ। ବାଲ୍ୟ ବିବାହ ରୋକିବା ପାଇଁ ସବୁଠାରୁ ଭଲ ଉପାୟ ହେଲା ପଛୁଆ ବର୍ଗ, ଶିକ୍ଷାର ଅଭାବ ଓ ଗରିବ ଶ୍ରେଣୀର ଝିଅମାନଙ୍କର କାଉନସଲିଂ କରିବା। ଏକ ବୃହତ ସାମାଜିକ ଢ଼ାଞ୍ଚାରୁ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ସିଜେଆଇ କହିଛନ୍ତି।

Child Marraiage Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe