Advertisment

୧୮ ବର୍ଷରୁ କମ୍ ପିଲାଙ୍କୁ କଟକଣା, ସୋଶାଲ ମିଡିଆ ଆକାଉଣ୍ଟ ପାଇଁ ଆବଶ୍ୟକ ପଡ଼ିବ ଅନୁମତି

ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Children

Children

Advertisment

୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋଶାଲ ମିଡିଆ ଆକାଉଣ୍ଟ ଖୋଲିବା କ୍ଷେତ୍ରରେ ଆବଶ୍ୟକ ପଡ଼ିପାରେ ବାପା-ମା’ ବା ଅଭିଭାବକଙ୍କ ଅନୁମତି। ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଏଥିରେ ବିଭିନ୍ନ ଅଂଶୀଦାରମାନଙ୍କୁ ସେମାନଙ୍କ ମତାମତ ଆହ୍ବାନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କ ଏକ୍ସ ଆକାଉଣ୍ଟରେ ଏ ନେଇ ସୂଚନା ଦେଇଛନ୍ତି। ଡ୍ରାଫ୍ଟ ଡିପିଡିପି ନିୟମାବଳୀ ସମସ୍ତଙ୍କ ଆଲୋଚନା ପାଇଁ ଖୋଲା ରହିଛି ଏବଂ ସମସ୍ତଙ୍କ ମତ ଆହ୍ବାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

ଜନସାଧାରଣ ଏଥିପାଇଁ ଜାନୁଆରୀ ୩ରୁ ଫେବ୍ରୁଆରୀ ୧୮ ତାରିଖ ମଧ୍ୟରେ mygov.in ୱେବସାଇଟ୍ ଜରିଆରେ ନିଜର ମତାମତ ଓ ଅଭିଯୋଗ ରଖିପାରିବେ। ଫେବ୍ରୁଆରୀ ୧୮ ତାରିଖ ପରେ ହିଁ ଏହି ନୂଆ ନିୟମାବଳୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

Advertisment

ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ବା ଡିପିଡିପି ଡ୍ରାଫ୍ଟ ରୁଲରେ ପର୍ସୋନାଲ ଡାଟା ସୁରକ୍ଷା ପାଇଁ କଡ଼ା ନିୟମାବଳୀ ରଖିଛନ୍ତି ସରକାର। ଯେଉଁଥିରେ ବ୍ୟକ୍ତିଗତ ତଥ୍ୟ ଉପରେ ବ୍ୟବହାରକାରୀଙ୍କ ଅଧିକାର, ଡାଟା ଡିଲିଟ୍ କରିବା ଉପରେ ଅଧିକାର, ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ବେଳେ କମ୍ପାନୀକୁ ଉଦେଶ୍ୟ ପଚାରିବା ଏବଂ ଡାଟା ଲିକ୍ ପାଇଁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବା ଭଳି ବ୍ୟବସ୍ଥା ରହିଛି। ଗତ 
ଅଗଷ୍ଟ ୨୦୨୩ ସଂସଦର ଅନୁମତି ପାଇଥିଲା।

Social Media DPDP Draft Rule
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe