DeadBody
ବେଶ୍ ହସଖୁସିରେ ଘରେ ଖେଳୁଥିଲେ ଦୁଇ ଭାଇ । ଘରେ ଥିବା ରାଇଫଲ ହାତରେ ପଡ଼ିଯିବାରୁ ତାକୁ ନେଇ ଆରମ୍ଭ ହୋଇଗଲା ଛକାପଞ୍ଝା। ଏପରିକି ରାଇଫଲ ପାଇଁ ଦୁଇ ଭାଇ ଟଣାଓଟରା ହେବା ବେଳେ ଫୁଟିଲା ଗୁଳି ଓ ଅକାଳରେ ଚାଲିଗଲା ଜଣଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି।
ମୃତକ ହେଲେ ୧୨ ବର୍ଷୀୟ ନାବାଳକ ଶିବ । ମୃତକ ଶିବଙ୍କ ପିତା ବଳବୀର ସିଂହ ପଞ୍ଜାବର ବିଏସଏଫ୍ରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ବଳବୀରଙ୍କ ସମ୍ପର୍କୀୟ ସଞ୍ଜୟ ଲକ୍ଷ୍ନୌରେ ସିକ୍ୟୁରିଟି ଗାର୍ଡ ଚାକିରି କରୁଥବା ବେଳେ ତାଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ରାଇଫଲ ଥିଲା। ସେ ଗତ ୪ ତାରିଖରେ ନିଜ ପୁଅ ଦିବ୍ୟଙ୍କ ସହ ପ୍ରେମ ନଗର ଆସିଥିବା ବେଳେ ବନ୍ଧୁକ ବି ସାଙ୍ଗରେ ଆଣିଥିଲେ।
ଉକ୍ତ ଦିନ ସନ୍ଧ୍ୟାରେ ଶିବ ଓ ଦିବ୍ୟ ଏକ ରୁମ୍ରେ ଖେଳୁଥିବା ବେଳେ ସେଠାରେ ବନ୍ଧୁକ ଥିଲା। ତାହାକୁ ଦେଖି ଉଭୟ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଟଣାଓଟରା କରିଥିଲେ। ଏହାମଧ୍ୟରେ ଦିବ୍ୟଙ୍କ ହାତରୁ ବନ୍ଧୁକ ଫୁଟି ଶିବଙ୍କ ପେଟରେ ଗୁଳି ପଶି ଯାଇଥିଲା। ଫଳରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଳେ ପଡ଼ି ଯାଇଥିଲେ।
ଗୁଳି ଶବ୍ଦ ଶୁଣି ପରିବାର ଲୋକେ ତୁରନ୍ତ ଶିବଙ୍କୁ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
