Advertisment

‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ

୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।

UP

UP

Advertisment

ପୁଣି ଗୋଟିଏ ପ୍ରେମ କାହାଣୀ ଅଧାରେ ଶେଷ ହୋଇଛି। ୪ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ। ୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।

Advertisment

ଆତ୍ମହତ୍ୟା କରିବା ପୂର୍ବରୁ ସେ ହାମାରି ଅଧୁରୀ କାହାନୀ ବା ଆମର ଅଧା କାହଣୀ ଶୀର୍ଷକ ଗୋଟିଏ ପୋଷ୍ଟ ସୋଶାଲ ମିଡିଆରେ କରିଛନ୍ତି। ଏହି ପୋଷ୍ଟ ସହ କୋର୍ଟରେ ହୋଇଥିବା ବାହାଘର ବେଳର ଫଟୋ ଓ ବିବାହ ପ୍ରମାଣପତ୍ର ମଧ୍ୟ ସାର୍ବଜନୀନ କରିଛନ୍ତି।

ଉତ୍ତର ପ୍ରଦେଶର ବାରାବାଙ୍କିରେ ଏପରି ଘଟଣା ଘଟିଛି। ୨୫ ବର୍ଷୀୟ ସୁଧୀର କୁମାର ଆତ୍ମହତ୍ୟା କରିଛନ୍ତି। ସୁଧୀର ୪ ବର୍ଷ ହେଲା କୋମଲ ନାମକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। କୋମଲ ମଧ୍ୟ ସୁଧୀରଙ୍କୁ ଭଲ ପାଉଥିଲେ। ୬ ମାସ ତଳେ ଉଭୟ କୋର୍ଟର ବାହା ହୋଇଥିଲେ। ହେଲେ କୋମଲଙ୍କ ପରିବାର ଲୋକ ଏହି ସମ୍ପର୍କକୁ ସ୍ୱୀକୃତି ଦେଉ ନଥିଲେ। ନିୟମିତ ଭାବେ ସୁଧୀରଙ୍କୁ ହଇରାଣ କରୁଥିଲେ।

Advertisment

ସୁଧୀରଙ୍କ ରୁମମେଟ ଆୟୁଷ ହେଉଛନ୍ତି କୋମଲଙ୍କ ଭାଇ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆୟୁଷ ଏ ସମ୍ପର୍କକୁ ସମର୍ଥନ କରୁଥିଲେ। ହେଲେ କୋମଲଙ୍କ ବାପା ମା’ ଏହାକୁ ବିରୋଧ କରୁଥିଲେ। ଏଥିସହ ସୁଧୀରଙ୍କୁ ମଧ୍ୟ ନିର୍ଯାତନା ଦେଉଥିଲେ।

ସୁଧୀର ସୋଶାଲ ମିଡିଆ ପୋଷ୍ଟରେ ଅଭିଯୋଗ କରିଛନ୍ତି ଯେ “କୋମଲ ସବୁବେଳେ ମୋ ସହ ରହିବାକୁ ଚାହୁଁଥିଲେ। ତାଙ୍କ କଥାରେ ହିଁ ଆମେ ଦୁଇ ଜଣ କୋର୍ଟରେ ବିବାହ କରିଥିଲୁ। ବାହାଘର ସମ୍ପର୍କରେ କୋମଲ ତାଙ୍କ ଘରେ ମଧ୍ୟ ଜଣାଇଥିଲେ। ହେଲେ ହଠାତ୍‌ କ’ଣ ହେଲା କେଜାଣି କୋମଲ ମୋ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ।” ସୁଧୀର ତାଙ୍କ ନୋଟରେ କୋମଲ, ତାଙ୍କ ମା’ ଓ ଭାଇ ଆୟୁଷଙ୍କ ପାଇଁ ଆତ୍ମହତ୍ୟା କରିଥିବା କହିଛନ୍ତି। ଏମାନେ ମିଳିତ ଭାବେ ତାଙ୍କୁ ମରିବାକୁ କହିଥିବା ସୁଧୀର ଅଭିଯୋଗ କରିଛନ୍ତି।

ଆଜି ସକାଳେ ସୁଧୀରଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ନିକଟରେ ଥିବା ଗୋଟିଏ ଗଛରୁ ମିଳିଛି। ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ କୋମଲଙ୍କ ବାପା ମା’ ଛାଡ଼ପତ୍ର ଚାହୁଁଥିଲେ। ଏଥିପାଇଁ ବାରମ୍ବାର ସୁଧୀରଙ୍କୁ ଫୋନ କରୁଥିଲେ।

ହେଲେ କୋମଲ ନ କହିବା ଯାଏ ସେ ଛାଡ଼ପତ୍ର ପାଇଁ ଆବେଦନ କରିବେ ନାହିଁ ବୋଲି ଜିଦ କରିଥିଲେ। ସୁଧୀରଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Uttar Pradesh Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe